Posted inଜାତୀୟ

୧୦୨ ଆସନରେ ୬୦% ମତଦାନ

ନୂଆଦିଲ୍ଲୀ,୨୦ା୪(ପି.ଟି.): ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭୋଟିଂ ଶେଷ ସୁଦ୍ଧା ମତଦାନ ହାର ୬୦.୦୩ ପ୍ରତିଶତ ରହିଥିବାବେଳେ ତାହା ଅଧିକ ବଢ଼ିପାରେ ବୋଲି ନିର୍ବାଚନ କମିଶନ କହିଛନ୍ତି। ସନ୍ଧ୍ୟା ୬ଟାରେ ମତଦାନ ଶେଷ ହୋଇଥିବାବେଳେ ସେହି ସମୟରେ ଧାଡ଼ିରେ ଛିଡ଼ା ହୋଇଥିବା ଲୋକମାନଙ୍କୁ ମତାଧିକାର ସାବ୍ୟସ୍ତ ଲାଗି ଅଧିକ ସମୟ ଦିଆଯାଇଥିଲା। ୨୦୧୯ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମତଦାନ ହାର ୬୯.୪୩ ପ୍ରତିଶତ ରହିଥିଲା।
ପଶ୍ଚିମବଙ୍ଗ ଏବଂ ମଣିପୁରରେ ମତଦାନ ବେଳେ ହିଂସାକାଣ୍ଡ ଘଟିଥିବାବେଳେ ଛତିଶଗଡ଼ରେ ଅକସ୍ମାତ ଏକ ଗ୍ରେନେଡ୍‌ ଲଞ୍ଚର ସେଲ୍‌ ବିସ୍ଫୋରଣ ଘଟି ସିଆର୍‌ପିଏଫ୍‌ର ଜଣେ ଯବାନ ନିହତ ହୋଇଛନ୍ତି। ମତଦାନ ପ୍ରକ୍ରିୟା ସୁଚାରୁ ରୂପେ ଏବଂ ଶାନ୍ତିଶୃଙ୍ଖଳାର ସହ ଆଗେଇ ଚାଲିଥିବା ନିର୍ବାଚନ କମିଶନଙ୍କ ମୁଖପାତ୍ର କହିଛନ୍ତି। ଲୋକ ସଭା ନିର୍ବାଚନ ସହ ଅରୁଣାଚଳପ୍ରଦେଶ ଏବଂ ସିକିମ୍‌ରେ ବିଧାନସଭା ନିର୍ବାଚନ ମଧ୍ୟ ଏକସଙ୍ଗେ ଅନୁଷ୍ଠିତ ହେଉଛି। ଅନେକ ନୂଆ ଭୋଟର ପ୍ରଥମ ଥର ଭୋଟ ଦେବା ଲାଗି ବୁଥ୍‌କୁ ଆସିଥିବାବେଳେ ନବବିବାହିତ ଦମ୍ପତି ପାରମ୍ପରିକ ପୋଷାକରେ ଆସି ମତାଧିକାର ସାବ୍ୟସ୍ତ କରିଥିଲେ। ଏପରିକି ଭିନ୍ନକ୍ଷମ ଏବଂ ବୟସ୍କ ଲୋକମାନଙ୍କୁ ଷ୍ଟ୍ରେଚର ଏବଂ ହୁଇଲ୍‌ଚେୟାରରେ ଅଣାଯାଇ ସେମାନଙ୍କୁ ମତଦାନର ସୁଯୋଗ ଦିଆଯାଇଥିଲା। ତାମିଲନାଡୁ, ଅରୁଣାଚଳପ୍ରଦେଶ, ଆଣ୍ଡାମାନ ନିକୋବର ଏବଂ ଆସାମର କେତେକ ବୁଥ୍‌ରେ ଇଭିଏମ୍‌ରେ ସାମାନ୍ୟ ତ୍ରୁଟି ଦେଖାଦେଇଥିଲା। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା। ଅଲଗା ରାଜ୍ୟ ଦାବିରେ ନାଗାଲାଣ୍ଡରେ ଆଦିବାସୀ ସଂଗଠନ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ବନ୍ଦ ଡାକରା ଦିଆଯାଇଥିବାରୁ ୬ ଜିଲାରେ ଭୋଟ ଦେବାକୁ କେହି ଆସି ନ ଥିଲେ।
ପଶ୍ଚିମବଙ୍ଗର କୁଚ୍‌ବିହାର ଆସନରେ ହିଂସାକାଣ୍ଡ ଦେଖାଦେଇଥିଲା। ଟିଏମ୍‌ସି ଏବଂ ଭାଜପା କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିବାବେଳେ ଉଭୟ ପକ୍ଷରୁ ଥାନାରେ ଏତଲା ହୋଇଛି। ହିଂସା କ୍ଷତିଗ୍ରସ୍ତ ମଣିପୁରରେ ମତଦାନ ବେଳେ ହିଂସାକାଣ୍ଡ ଦେଖାଦେବା ସହ ଇଭିଏମ୍‌ ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି। ମଣିପୁର ଉପତ୍ୟକାର ଭୋଟକେନ୍ଦ୍ର ନିକଟରେ ୨ଟି ଗୁଳିକାଣ୍ଡ ଘଟିଛି। ଇମ୍ଫାଲ ଇଷ୍ଟର ଖୁରାଇ ବୁଥ୍‌ ନିକଟରେ ଗୁଳିମାଡ଼ରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ଛତିଶଗଡ଼ର ମାଓବାଦୀ ପ୍ରବଣ ବସ୍ତର ଲୋକ ସଭା ଆସନ ପାଇଁ ୫୮.୧୪ ପ୍ରତିଶତ ମତଦାନ ହୋଇଛି। ଭୁଲ୍‌ବଶତଃ ଗ୍ରେନେଡ୍‌ ବିସ୍ଫୋରଣରେ ଜଣେ ଯବାନ ନିହତ ହୋଇଥିବାବେଳେ ଆଇଇଡି ବିସ୍ଫୋରଣରେ ଜଣେ ଅଫିସର ଆହତ ହୋଇଛନ୍ତି। ତାମିଲନାଡୁର ସମସ୍ତ ୩୯ ଆସନରେ ଭୋଟିଂ ଚାଲିଥିବାବେଳେ ମତଦାନ ହାର ୪୦ ପ୍ରତିଶତରୁ ଅଧିକ ରହିଛି। ଇଭିଏମ୍‌ରେ ବୈଷୟିକ ତ୍ରୁଟି ପାଇଁ କେତେକ ବୁଥ୍‌ରେ ମତଦାନ ଘଣ୍ଟାଏ ବିଳମ୍ବ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri