ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ତେବେ ନିଜ ମାତୃଭାଷା କନ୍ନଡରେ କଥା ହେଉଥିବାରୁ ଦୃର୍ବୃତ୍ତମାନେ ଉତ୍ତେଜିତ ହୋଇ ସେ ଓ ତାଙ୍କ ସ୍ବାମୀଙ୍କୁ ଆକ୍ରମଣ କରିଥିବା ହର୍ଷିକା କହିଛନ୍ତି। ଏନେଇ ସେ ଫେସବୁକରେ କିଛି ଭିଡିଓ ମଧ୍ୟ ଶେୟାର କରିଛନ୍ତି। ତେବେ ଘଟଣାକୁ ନେଇ ହର୍ଷିକା ସ୍ଥାନୀୟ ପୋଲିସ ଷ୍ଟେସନର ସହାୟତା ଲୋଡ଼ିଥିବା ବେଳେ ଏହି ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିବା ସେ ଅଭିଯୋଗ କରିଛନ୍ତି।
ଘଟଣା ସମ୍ପର୍କରେ ହର୍ଷିକା କହିଛନ୍ତି, ବେଙ୍ଗାଲୁରୁର ଫ୍ରେଜର ଟାଉନ ସ୍ଥିତ ଏକ ରେଷ୍ଟୁରାଣ୍ଟରେ ସେ ତାଙ୍କ ସ୍ବାମୀଙ୍କ ସହ ନିକଟରେ ରାତ୍ରୀ ଭୋଜନ କରିବାକୁ ଯାଇଥିଲେ। ଯେତେବେଳେ ଉଭୟ ଭୋଜନ ସାରି କାର୍‌ ପାର୍କି ସ୍ଥଳକୁ ଫେରିଲେ, ସେତେବେଳେ ୨ ଜଣ ଦୃର୍ବୃତ୍ତ ତାଙ୍କ ସହ ଯୁକ୍ତିତର୍କ କରିବାକୁ ଲାଗିଥିଲେ। ଏହି ସମୟରେ ଦୃର୍ବୃତ୍ତମାନେ ତାଙ୍କ ସ୍ବାମୀଙ୍କ ସୁନା ଚେନ ଛଡ଼ାଇବାକୁ ଚେଷ୍ଟା କରିବା ସହ ତାଙ୍କ କାରକୁ କ୍ଷତି ପହଞ୍ଚାଇଥିଲେ। ଏହାକୁ ବିରୋଧ କରିବାରୁ କାହିଁକି କନ୍ନଡରେ କଥା ହେଉଛ ବୋଲି କହି ଦୃର୍ବୃତ୍ତମାନେ ଉତ୍ତେଜିତ ହୋଇଥିଲେ। ହିନ୍ଦୀ ଓ ଉର୍ଦ୍ଦୁରେ କଥା ହେଉଥିବା ଏହି ଦୃର୍ବୃତ୍ତମାନେ କନ୍ନଡ଼ ଭାଷାରେ କଥା ହେବାକୁ ନେଇ ଆପତ୍ତି ଉଠାଇଥିଲେ।
ଏହି ଘଟଣାକୁ ନେଇ ହର୍ଷିକା ନିଜ ଫେସବୁକ୍‌ ପୋଷ୍ଟରେ କେତେକ ପ୍ରଶ୍ମ ଉଠାଇଛନ୍ତି। ନିଜ ସହର ବେଙ୍ଗାଲୁରୁରେ ମାତୃଭାଷା କନ୍ନଡ଼ ବ୍ୟବହାର କରିବାରେ କ’ଣ ପ୍ରତିବନ୍ଧକ ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି ପାକିସ୍ତାନ ଓ ଆଫଗାନିସ୍ତାନ ପରି ଏଭଳି ନିନ୍ଦନୀୟ ଘଟଣା ବେଙ୍ଗାଲୁରୁରେ କିପରି ଘଟୁଛି ପ୍ରଶ୍ନ କରି ହର୍ଷିକା ଅସନ୍ତୋଷ ପ୍ରକାଶ କରିଛନ୍ତି। ନିଜ ସହରରେ ସେ ସୁରକ୍ଷିତ ଅଛନ୍ତି କି ନାହିଁ ବୋଲି କର୍ନାଟକ ସରକାର ଓ ପୋଲିସକୁ ହର୍ଷିକା ପ୍ରଶ୍ନ କରିଛନ୍ତି। ଏପରି ଘଟଣା ରୋକିବା ସହ ବେଙ୍ଗାଲୁରୁର ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇବା ପାଇଁ ସେ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟାଙ୍କୁ ଅପିଲ କରିଛନ୍ତି। ତାଙ୍କ ଉପରେ ହୋଇଥିବା ଏହି ଆକ୍ରମଣକୁ ଗୁରୁତର ସହ ନେଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ହର୍ଷିକା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri