ରାଜନୀତିରେ ରାଜାରାଣୀ, ଜୋରଦାର ହେବ ଲଢେଇ

ଭୁବନେଶ୍ୱର,୨୦।୪: ୨୦୨୪ ନିର୍ବାଚନରେ ଓଡିଶା ଦେଖିବାକୁ ଯାଉଛି ଭିନ୍ନ ଧରଣର ଲଢେଇ। କାରଣ ଏଥର ରାଜ୍ୟ ରାଜନୀତିକୁ ଏଣ୍ଟ୍ରି ମାରିଛନ୍ତି ରାଜ ପରିବାର। ମଇଦାନରେ ଜନତା ଦେଖିବେ ରାଜପରିବାରର ରାଜାରାଣୀଙ୍କ ମହାଲଢେଇ। ପୂର୍ବରୁ ଓଡିଶାରେ ରାଜବଂଶ କ୍ଷମତାରେ ଥିବାବେଳେ ଏବେ ରାଜନୀତିରେ ଦେଖେଇବେ ଦବଦବା। ତେଣୁ ଏଥର ୨୪ ନିର୍ବାଚନ ରୋଚକ ମୋଡ ନେବ ବୋଲି ଚର୍ଚ୍ଚା ଆରମ୍ଭ ହେଲାଣି।

ପୂର୍ବ ନିର୍ବାଚନଗୁଡ଼ିକ ତୁଳନାରେ ଏଥର ଢେର ଅଧିକ ରାଜ ପରିବାର ସଦସ୍ୟ ମଇଦାନକୁ ଓହ୍ଲାଇଛନ୍ତି । ଧରାକୋଟ ରାଜକୁମାରୀ, ଚିକିଟି ରାଜକୁମାର ଓ କଳାହାଣ୍ଡି, ନୟାଗଡ଼, ଦେବଗଡ଼ ରାଜ ପରିବାରର ସଦସ୍ୟ ଲଢ଼େଇ ପାଇଁ ସମରସଜ୍ଜା ପ୍ରସ୍ତୁତ କଲେଣି । ଆଳି, ବଲାଙ୍ଗିର, ଧର୍ମଗଡ଼କୁ ମିଶାଇଲେ ଏଥର ପ୍ରାୟ ୧୦ରୁ ଅଧିକ ରାଜ ପରିବାର ସଦସ୍ୟ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ରାଜ୍ୟର ସବୁ ପ୍ରାନ୍ତରେ ଥିବା ରାଜବଂଶର କେହି ନା କେହି ଦାୟାଦ ପ୍ରତ୍ୟକ୍ଷ ରାଜନୀତିରେ ଏଣ୍ଟ୍ରି ମାରିବା ସହ ଚଳିତ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି । ସର୍ବକନିଷ୍ଠ ଯୁବ ସଦସ୍ୟ ଭାବେ ଧରାକୋଟ ରାଜକୁମାରୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହୋଇଛନ୍ତି।

ଗଞ୍ଜାମ ଜିଲାର ଏକ ଚର୍ଚ୍ଚିତ ବିଧାନସଭା ଆସନ ସାନଖେମୁଣ୍ଡିରୁ ଏଥର ବିଜେଡି ପ୍ରାର୍ଥୀ ହୋଇଛନ୍ତି ସୁଲକ୍ଷଣା ଗୀତାଞ୍ଜଳି ଦେବୀ । ସେ ହେଉଛନ୍ତି ଧରାକୋଟ ରାଣୀ ନନ୍ଦିନୀ ଦେବୀଙ୍କ ଝିଅ । ୨୦୧୪ରେ ସାନଖେମୁଣ୍ଡି ଆସନରୁ ବିଜେଡିରୁ ଲଢ଼ି ଜିତିଥିଲେ ନନ୍ଦିନୀ ଦେବୀ କିନ୍ତୁ ୨୦୧୯ରେ ପରାଜିତ ହୋଇଥିଲେ । ଏବେ ମାଆଙ୍କ ଆସନରେ ଝିଅ ଲଢ଼ିବାକୁ ଯାଉଛନ୍ତି । ୨୬ ବର୍ଷୀୟ ସୁଲକ୍ଷଣା, ଏଥର ନିର୍ବାଚନରେ ସର୍ବକନିଷ୍ଠ ପ୍ରାର୍ଥୀ ।
ସେହିପରି ଏଥର ଚିକିଟି ଆସନରୁ ଲଢିବେ ଚିକିଟି ରାଜପରିବାରର ସଦସ୍ୟ ଚିନ୍ମୟାନନ୍ଦ ଶ୍ରୀରୂପ ଦେବ । ଚିକିଟି ଆସନରୁ ଛଅ ଥର ବିଜୟୀ ହୋଇଥିବା ରାଣୀ ଉଷା ଦେବୀ ଏଥର ପୁଅ ପାଇଁ ଛାଡ଼ି ଦେଇଛନ୍ତି ବାଟ । ବିଜେଡି ଟିକେଟରୁ ଲଢ଼ିବେ ଚିନ୍ମୟାନନ୍ଦ ।

ଏଥର ଦେବଗଡ଼ ରାଜପରିବାରଙ୍କୁ ଶାସକ ଦଳରୁ ମିଳିଛି ଟିକେଟ୍‌। ରାଜା ନୀତେଶ ଗଙ୍ଗଦେବ ୨୦୦୪ରେ କଂଗ୍ରେସ ଓ ୨୦୧୪ରେ ବିଜେପିରୁ ଲଢ଼ି ବିଧାୟକ ହୋଇଥିଲେ । ଆଉ ୨୦୧୯ରେ ଭାଜପା ଟିକେଟରେ ହୋଇଥିଲେ ସମ୍ବଲପୁରର ଏମପି । ୨୦୨୪ରେ କିନ୍ତୁ ନୀତେଶଙ୍କ ସହଧର୍ମିଣୀଙ୍କୁ ଦେଖିବାକୁ ମିଳିବ ନିର୍ବାଚନୀ ମଇଦାନରେ ।

ଦେବଗଡ଼ ରାଣୀ ଅରୁନ୍ଧତୀ ଦେବୀ ଏଥର ଦେବଗଡ଼ ଆସନରୁ ହୋଇଛନ୍ତି ବିଜେଡି ପ୍ରାର୍ଥୀ । ନବୀନ ନିବାସ ଯାଇ ବିଜେଡିରେ ଯୋଗ ଦେବାର ୨୪ ଘଣ୍ଟା ଭିତରେ ଅରୁନ୍ଧତୀଙ୍କୁ ଟିକେଟ ମିଳିଛି । କଳାହାଣ୍ଡି ଯୁବରାଜ ଅର୍କକେଶରୀ ଦେଓଙ୍କ ସହଧର୍ମିଣୀ ତଥା ଯୁବରାଣୀ ମାଳବିକା କେଶରୀ ଦେଓ ଏଥର ହୋଇଛନ୍ତି କଳାହାଣ୍ଡିର ଭାଜପା ଏମପି ପ୍ରାର୍ଥୀ । ସ୍ବାମୀ ଅର୍କକେଶରୀ ୨୦୧୪ରେ ବିଜେଡିରୁ ଲଢ଼ି ଏମପି ହୋଇଥିଲେ । ୨୦୧୯ରେ ଅର୍କକେଶରୀଙ୍କ ଟିକେଟ ନ ମିଳିବାରୁ ସେ ଭାଜପାରେ ଯୋଗ ଦେଇଥିଲେ । ତେଣୁ ଏଥର ସ୍ତ୍ରୀ ମାଳବିକାଙ୍କୁ ଏମପି ପ୍ରାର୍ଥୀ କରିଛି ଭାଜପା। ମାଳବିକାଙ୍କ ବାପା ସ୍ବର୍ଗତ ବିକ୍ରମକେଶରୀ ଦେଓ କଳାହାଣ୍ଡିରୁ ୩ ଥର ଏମପି ରହିଥିବା ବେଳେ ଜୁନାଗଡ଼ରୁ ୩ ଥର ବିଧାୟକ ହୋଇଛନ୍ତି ।

ନୟାଗଡ଼ ରାଜ ପରିବାରର ପ୍ରତ୍ୟୁଷା ରାଜେଶ୍ବରୀ ଦେବ ଏଥର ନୟାଗଡ଼ ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ ହୋଇଛନ୍ତି । ତାଙ୍କ ବିରୋଧରେ ବିଜେଡି ପ୍ରାର୍ଥୀ ହୋଇଛନ୍ତି ବିଧାୟକ ଅରୁଣ ସାହୁ । ରାଜ୍ୟ ରାଜନୀତିରେ ବଲାଙ୍ଗିର ଓ ଆଳି ରାଜପରିବାର ଦବଦବା ବର୍ଷ ବର୍ଷ ଧରି ରହି ଆସିଥିବା ବେଳେ ଏଥର ଏସବୁ ରାଜ ପରିବାରର ନୂଆ ସଦସ୍ୟ ନିର୍ବାଚନୀ ରାଜନୀତିରେ ଏଣ୍ଟ୍ରି ମାରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri