Posted inଖେଳ

ଆକାଶ ଅମ୍ବାନୀଙ୍କ ନିଷ୍ପତ୍ତି ଯୋଗୁ ମୁମ୍ବାଇ ଟିମ୍‌ ଦୁଇ ଫାଳ! ରୋହିତ-ହାର୍ଦ୍ଦିକଙ୍କୁ ଏଭଳି ଦେଖି ହେବେ ଚକିତ…

ଭୁବନେଶ୍ୱର,୨୦।୪: ଆଇପିଏଲ୍‌ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସର ସେତେଟା ଆଖିଦୃଶିଆ ପ୍ରଦର୍ଶନ ହୋଇନାହିଁ। ପ୍ରଥମେ ଦଳ ୧୦ ନଂରେ ରହୁଥିବା ବେଳେ ଏବେ ୭ନଂରେ ପହଞ୍ଚିଛି। ଦଳ ପଞ୍ଜାବ ବିପକ୍ଷରେ ଏହାର ଅନ୍ତିମ ମ୍ୟାଚ୍‌ ୯ ରନ୍‌ରେ ଜିତିଥିଲା। ଏପ୍ରିଲ ୨୨ରେ ଦଳ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଆଗାମୀ ମ୍ୟାଚ୍‌ ଖେଳିବ। ହେଲେ ଏହା ପୂର୍ବରୁ ରୋହିତ ଶର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏକ ଫଟୋ ସାମ୍ନାକୁ ଆସିଛି, ଯାହାକି ଅନେକଙ୍କୁ ଚକିତ କରିଛି। କେବଳ ଏତିକି ନୁହେଁ ମୁମ୍ବାଇ ମାଲିକ ଆକାଶ ଅମ୍ବାନୀଙ୍କ ଗୋଟିଏ ନିଷ୍ପତ୍ତି ଯୋଗୁ ଦଳ ଦୁଇ ଭାଗ ହୋଇଥିବା ଦେଖାଯାଇଛି।
ଆଇପିଏଲ୍‌ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇର ଡ୍ରେସିଂ ରୁମ୍‌ର ସ୍ଥିତି ଏବଂ ରୋହିତ-ହାର୍ଦ୍ଦିକଙ୍କୁ ନେଇ ଭଳିକି ଭଳି କଥା ଶୁଣିବାକୁ ମିଳୁଥିଲା। ଏହା ପଛରେ କାରଣଟି ଥିଲା ଅଧିନାୟକ ପରିବର୍ତ୍ତନ। ହେଲେ ଏବେ ଯେଉଁ ଫଟୋ କଥା ଉଠିଛି ତାର ଏହି ପରିବର୍ତ୍ତନ ସହ ନେଣଦେଣ ନାହିଁ।
ପଞ୍ଜାବ ବିପକ୍ଷରେ ଦଳ ବିଜେତା ହେବା ପରେ ଆକାଶ ଅମ୍ବାନୀ ଟିମ୍‌ର ଚେଞ୍ଜିଂ ରୁମ୍‌କୁ ଆସି ମ୍ୟାଚ୍‌ର ଷ୍ଟାର ଖେଳାଳିଙ୍କୁ ଅଲଗା କରି ତାଙ୍କଠାରୁ ମୁମ୍ବାଇ ଏବଂ ବାକି ସମସ୍ତଙ୍କଠାରୁ ଇଣ୍ଡିଆନ୍ସ କହିବାକୁ କହୁଛନ୍ତି। ସମସ୍ତେ ସେମିତି ହିଁ କରୁଛନ୍ତି। ଗୋଟିଏ ପଟେ ସୂର୍ଯ୍ୟକୁମାର ଯାଦବ, ଗେରାଲ୍ଡ କୋଏତ୍‌ଜା, ବୁମ୍‌ରା, ଈଶାନ କିଶନ ଥିବା ବେଳେ ଅନ୍ୟପକ୍ଷେ ରୋହିତ ,ହାର୍ଦ୍ଦିକ ଏବଂ ବାକି ଖେଳାଳି ଥିଲେ।
ଦଳର ଏଭଳି ଭିଡିଓରେ ରୋହିତ ଏବଂ ହାର୍ଦ୍ଦିକଙ୍କୁ ଏକାଠି ଦେଖି ଖୁସି ହେବା ସହ ପ୍ରଶ୍ନ ବି ଉଠିଛି। କ’ଣ ଏହା ବାସ୍ତବରେ ନା ମାଲିକଙ୍କୁ ଦେଖାଇବା ଲାଗି ସମସ୍ତେ ଅଭିନୟ କରୁଛନ୍ତି? ତେବେ କ’ଣ ସତ ତାହା ଦଳର ଭିତିରି କଥା, ହେଲେ ବାହାରକୁ ଯେଉଁ ଫଟୋ ଆସିଛି ତାହା ଭଲ ସଙ୍କେତ ଦେଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ କ୍ରିକେଟରେ ପୁଣି ଡ୍ରାମା, ଏବେ ପୁଣି ବଦଳିବେ କ୍ୟାପଟେନ!

ଇସଲାମାବାଦ,୭।୯: ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ପାକିସ୍ତାନ ପରାଜୟ ପରେ ସମାଲୋଚନାର ବଜାର ସରଗରମ ହୋଇଛି। ସବୁଠାରୁ ଖରାପ କଥା ହେଉଛି ଏହି ପରାଜୟ...

ଟ୍ୟାକ୍ସି ଚାଳକଙ୍କ ପୁଅ ଜିତିଲେ ବ୍ରୋଞ୍ଜ୍‌

ପ୍ୟାରିସ୍‌,୭ା୯ଭାରତର ପ୍ରଥମ ଜୁଡୋକା ଭାବରେ ପ୍ୟାରିସ୍‌ ପାରାଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି କପିଲ ପରମାର। ୨୩ ବର୍ଷୀୟ କପିଲ ବ୍ରୋଞ୍ଜ ପଦକ...

୪ ଓଭର, ଗୋଟିଏ ମେଡେନ୍‌, ୪ ରନ୍‌…. ଛାଇଗଲେ ଭୁବି

ନୂଆଦିଲ୍ଲୀ,୭।୯: ଭୁବନେଶ୍ୱର କୁମାର ୟୁପି ଟି-୨୦ ଲିଗ ୨୦୨୪ରେ ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଛନ୍ତି। ଭୁବନେଶ୍ୱର କୁମାରଙ୍କ ବୋଲିଂ ଆଗରେ ବିରୋଧୀ ବ୍ୟାଟ୍ସମ୍ୟାନମାନେ ଅସହାୟ...

୧୪୭ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି, ଓଲି ପୋପ ବଡ଼ କାରନାମା

ନୂଆଦିଲ୍ଲୀ,୭।୯: ଇଂରାଜୀ ବ୍ୟାଟ୍ସମ୍ୟାନ ଓଲି ପୋପ ଏବେ ଚମତ୍କାର ଫର୍ମରେ ଅଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷରେ ୧୦୩ ରନ୍‌ର ଇନିଂସ ଖେଳି ଅପରାଜିତ ଅଛନ୍ତି। ତେବେ...

ରାହୁଲ ଦ୍ରାବିଡଙ୍କ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୭।୯: ଶୁକ୍ରବାର ରାଜସ୍ଥାନ ରୟାଲ୍ସ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ଏହାର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ବାସ୍ତବରେ, ଟି -୨୦ ବିଶ୍ୱକପ୍‌...

ପ୍ରବୀଣଙ୍କୁ ସ୍ବର୍ଣ୍ଣ

ପ୍ୟାରିସ୍‌, ୭।୯(ପି.ଟି.): ଭାରତର ପ୍ରବୀଣ କୁମାର ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଶୁକ୍ରବାର ସ୍ବର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ପୁରୁଷ ହାଇଜମ୍ପ ଟି୬୪ ଇଭେଣ୍ଟରେ ସେ...

ଲେଜେଣ୍ଡ୍ସ ଲିଗ୍‌ରେ ପ୍ରଥମ ଥର ଓଡ଼ିଶା ଟିମ୍ କୋଣାର୍କ ସୂର୍ଯ୍ୟ: ଇର୍ଫାନ୍‌ ପଠାନ କ୍ୟାପଟେନ୍‌

ପ୍ୟାରିସ୍‌,୬ା୯: ଲେଜେଣ୍ଡ୍ସ ଲିଗ୍‌ କ୍ରିକେଟରେ ଓଡ଼ିଶାର ପ୍ରଥମ ଦଳ ଭାବେ କୋଣାର୍କ ସୂର୍ଯ୍ୟ ସାମିଲ ହୋଇଛି। ଶୁକ୍ରବାର ଭୁବନେଶ୍ୱରରେ ଟିମ ଲଞ୍ଚ ହେବା ସହ, ସମସ୍ତ...

କେବେ ଦେଖି ନ ଥିବେ ଏମିତି ମ୍ୟାଚ୍‌: ଟି-୨୦ ବିଶ୍ୱକପ୍‌ କ୍ୱାଲିଫାୟର୍ସରେ ମାତ୍ର ୧୦ ରନ୍‌ରେ ଅଲଆଉଟ୍‌ ହେଲା ଏହି ଦଳ

ନୂଆଦିଲ୍ଲୀ,୬।୯: ମଙ୍ଗୋଲିଆ ଏବଂ ସିଙ୍ଗାପୁର ମଧ୍ୟରେ ମ୍ୟାଚ ଟି-୨୦ ବିଶ୍ୱକପ ଏସୀୟ କ୍ୱାଲିଫାୟର୍ସରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମଙ୍ଗୋଲିଆ ନାମରେ ଏକ ଲଜ୍ଜାଜନକ ରେକର୍ଡ ଯୋଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri