ସାଂସଦଙ୍କ ପ୍ରତିନିଧିରୁ ସାଂସଦ ପ୍ରାର୍ଥୀ

ସମ୍ବଲପୁର,୨୧ା୪(ପ୍ରମୋଦ ବହିଦାର)କଂଗ୍ରେସ ପକ୍ଷରୁ ଶନିବାର ୩ ଲୋକ ସଭା ୧୬ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଛି। ସମ୍ବଲପୁର ଲୋକ ସଭା ଆସନରୁ ଦଳ ପୂର୍ବତନ ସାଂସଦ ଅମରନାଥ ପ୍ରଧାନଙ୍କ ପ୍ରତିନିଧି ତଥା କ୍ରୀଡ଼ା ସଂଗଠକ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରିଛି।
ରେଢ଼ାଖୋଲ ବ୍ଲକ ଯୁବରାଜପୁର ଗ୍ରାମର ମୂଳ ବାସିନ୍ଦା ଦୁଲାଲ ବର୍ତ୍ତମାନ ସମ୍ବଲପୁର ସାକ୍ଷୀପଡ଼ାରେ ରହୁଛନ୍ତି। ସେ ଛାତ୍ର ଜୀବନରୁ ରାଜନୀତିରେ ପ୍ରବେଶ କରି ଆଜି ପର୍ଯ୍ୟନ୍ତ କଂଗ୍ରେସ ସହିତ ଜଡ଼ିତ ରହିଛନ୍ତି। ୧୯୯୨ରେ ସେ ପ୍ରଥମଥର ପାଇଁ ଜାତୀୟ କଂଗ୍ରେସ ପରିଚାଳିତ ଭାରତୀୟ ଜାତୀୟ ଛାତ୍ର ସଂଘର ସାଂଗଠନିକ ସମ୍ପାଦକ ଦାୟିତ୍ୱ ଗ୍ରହଣ କରି ପରବର୍ତ୍ତୀ କାଳରେ ସମ୍ବଲପୁର ନଗର ସଭାପତି, ଜିଲା ଓ ରାଜ୍ୟ ସାଧାରଣ ସମ୍ପାଦକ ପଦବୀରେ ରହିଥିଲେ। ୨୦୦୯ରୁ ୨୦୧୮ ପର୍ଯ୍ୟନ୍ତ ସେ ଜିଲା କଂଗ୍ରେସ କମିଟିର ଉପସଭାପତି ପଦବୀରେ ରହିଥିଲେ। ୨୦୧୮ରୁ ୨୦୨୩ ପର୍ଯ୍ୟନ୍ତ ସେ ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଓ ପରେ ଆଜି ପର୍ଯ୍ୟନ୍ତ ସାଧାରଣ ସମ୍ପାଦକ ପଦବୀରେ ରହିଛନ୍ତି। ଏହାସହିତ ସେ ସମ୍ବଲପୁରର ବିଭିନ୍ନ କ୍ରୀଡ଼ା ସଂଘ ସହିତ ଜଡ଼ିତ ରହି ବିଭିନ୍ନ ପଦପଦବୀରେ ରହିଛନ୍ତି।

ସମ୍ବଲପୁର ସଂସଦୀୟ କ୍ଷେତ୍ରରେ କଂଗ୍ରେସ ପ୍ରାର୍ଥୀ ଭାବେ ତାଙ୍କ ନାମ ଘୋଷଣା ଏଠାରେ ରାଜନୈତିକ ସମୀକରଣକୁ ଏକ ଭିନ୍ନ ମୋଡ଼ ଦେଇଛି। ପୂର୍ବରୁ ଦୁଇ ପ୍ରମୁଖ ଦଳ ବିଜେଡି ଓ ଭାଜପା ଯଥାକ୍ରମେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇ ହେଭିୱେଟ୍‌ ନେତାଙ୍କୁ ପ୍ରାର୍ଥୀ ଘୋଷଣା କରିସାରିଛି। ଉଭୟ ନେତା ସମ୍ବଲପୁର ସଂସଦୀୟ କ୍ଷେତ୍ର ବାହାର ବାସିନ୍ଦା। ଏଭଳି କ୍ଷେତ୍ରରେ ସମ୍ଭବତଃ ଦୁଲାଲଙ୍କୁ ପ୍ରାର୍ଥୀ କରି ସ୍ଥାନୀୟ କାର୍ଡ ଖେଳିଛି କଂଗ୍ରେସ। ତେବେ ଦୁଇ ହେଭିୱେଟ ନେତାଙ୍କୁ ଦୁଲାଲ କିଭଳି ଟକ୍କର ଦେବେ ସେ ନେଇ ଏଠାରେ ଚର୍ଚ୍ଚା ଜୋର ଧରିଛି। ହେଲେ ଦୁଲାଲଙ୍କ ବ୍ୟକ୍ତିତ୍ୱ ଓ ତାଙ୍କର ସାଂଗଠନିକ ଦକ୍ଷତା ଯୋଗୁ ସେ ଉଭୟ ହେଭିୱେଟଙ୍କ ପାଇଁ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭାହେବା ସମ୍ଭାବନାକୁ ଅସ୍ବୀକାର କରାଯାଇ ନ ପାରେ ବୋଲି ରାଜନୀତି ସମୀକ୍ଷକଙ୍କ ମତ। ସୂଚନାଯୋଗ୍ୟ ଯେ, ଅତୀତରେ ଅମରନାଥଙ୍କ ପ୍ରତି ରହିଥିବା ଜନସମର୍ଥନ ବିଶେଷ କରି ଚଷା ଭୋଟରଙ୍କ ସମର୍ଥନ ଯୋଗୁ ୨୦୦୯ରେ ରାଜ୍ୟରେ ବିଜେଡି ହାୱା ସତ୍ତ୍ୱେ ତାଙ୍କ ଜରିଆରେ କଂଗ୍ରେସ ସମ୍ବଲପୁର ଲୋକ ସଭା ଆସନ ଦଖଲ କରିବାରେ ସକ୍ଷମ ହୋଇଥିଲା। ଏହା ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ଅମରନାଥଙ୍କ ପତିଆରାକୁ ପ୍ରମାଣିତ କରିଥିଲା। ତାଙ୍କର ଏହି ପତିଆରା ଓ ଚଷା ଭୋଟରଙ୍କ ସମର୍ଥନ ଦୁଲାଲଙ୍କ କ୍ଷେତ୍ରରେ ମଧ୍ୟ ଭୋଟରେ ରୂପାନ୍ତରିତ ହେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri