ଚିନ୍ତା ବଢ଼ାଉଛି ଆଳୁ ଦର, ୧୫ ଦିନରେ ୧୦ ଟଙ୍କା ମହଙ୍ଗା

ଭୁବନେଶ୍ୱର,୨୧।୪ (ଅନୁରାଧା ମହାରଣା): ହରଡ଼ ଡାଲି ଓ ପାମୋଲିନ ତେଲ ପରେ ବଢ଼ୁଥିବା ଆଳୁ ଦର ଖାଉଟିଙ୍କୁ ଚିନ୍ତାରେ ପକାଇଛି। ୧୫ ଦିନରେ ଆଳୁ ଦର ଦେଢ଼ଗୁଣା ବୃଦ୍ଧି ହୋଇ କିଲୋ ୩୦ ଟଙ୍କା ହେଲାଣି। ଗତ ୧୫ ଦିନରେ ୧୦ ଟଙ୍କା ମହଙ୍ଗା ହୋଇଗଲାଣି। ୧୫ ଦିନ ତଳେ ଆଳୁ କିଲୋ ପିଛା ୨୦ ଟଙ୍କାରେ ବିକ୍ରି ହେଉଥିଲା। ଗତ ସପ୍ତାହରେ ଏହି ଦର କିଲୋ ପ୍ରତି ୨୫ ଟଙ୍କାରେ ପହଞ୍ଚତ୍ଥିଲା। ରୋଷେଇ ଘରର ଏହା ଅତ୍ୟାବଶ୍ୟକ ସାମଗ୍ରୀ କୁହାଯାଉଥିବା ବେଳେ ଲଗାତର ବଢ଼ୁଥିତ୍ବା ଦର ମଧ୍ୟବିତ୍ତଙ୍କ ଉପରେ ସିଧାସଳଖ ପ୍ରଭାବ ପ୍ରକାଉଛି। ପାଇକାରୀ ଦର ୨୨ ଟଙ୍କା ରହୁଥିବାବେଳେ ଖୁଚୁରା ବଜାରରେ ଏହି ଦର ୩୦ ଟଙ୍କା ଅତିକ୍ରମ କରିଛି।

ଏ ନେଇ ଖୁଚୁରା ବେପାରୀ କହିଛନ୍ତି, ଯେହେତୁ ପାଇକାରୀ ବଜାରରେ ଆଳୁ ଦର ପ୍ରତିଦିନ ବଦଳୁଛି, ତେଣୁ ସେମାନେ ଦର ବଢ଼ାଇବାକୁ ବାଧ୍ୟ ହେଉଛନ୍ତି। ଏଥିରେ ପୁଣି ଗାଡ଼ି ଭଡ଼ା ଏବଂ ମଜୁରି ମିଶାଇ ପରେ ଦର ବୃଦ୍ଧି ହେବା ସ୍ବାଭାବିକ ବୋଲି ବ୍ୟବସାୟୀମାନେ କହୁଛନ୍ତି।

ଅନ୍ୟପଟେ ପାଇକାରୀ ବ୍ୟବସାୟୀଙ୍କ ସୂଚନାନୁସାରେ ଓଡ଼ିଶାରେ ପର୍ଯ୍ୟାପ୍ତ ଆଳୁ ଉତ୍ପାଦନ ହେଉନାହିଁ। ଆଳୁ ପାଇଁ ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶ ଉପରେ ନିର୍ଭର କରିବାକୁ ପଡ଼ୁଛି। ଗତ କିଛିିଦିନ ହେଲା ପଶ୍ଚିମବଙ୍ଗ ଶୀତଳଭଣ୍ଡାରରେ ନୂଆ ଆଳୁ ଲୋଡିଂ ଚାଲିଥିବାବେଳେ ଉତ୍ତରପ୍ରଦେଶ ଆଳୁ ବର୍ତ୍ତମାନ ଯାଏ ଓଡ଼ିଶାରେ ନ ପହଞ୍ଚତ୍ତ୍ବା ଦର ବୃଦ୍ଧିର ମୁଖ୍ୟ କାରଣ। ତେଣୁ ବଜାରରେ ଆଳୁ ଅଭାବ ଦେଖାଦେଇଛି। ଏବେଠୁ ଲୋକଙ୍କୁ ଚାଷ ପାଇଁ ପ୍ରୋତ୍ସାହିତ ନ କରାଗଲେ ଆଗାମୀ ଦିନରେ ଭାରତରେ ମଧ୍ୟ ଶ୍ରୀଲଙ୍କା, ପାକିସ୍ତାନ ଭଳି ଖାଦ୍ୟ ସଙ୍କଟ ଘନେଇବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

ରିଲାଏନ୍ସ ଜିଓର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୬।୧୦(ଅଭୟ ଦାଶ): ରିଲାଏନ୍ସ ଜିଓର ନୂତନ ଉତ୍ପାଦ ‘ଜିଓଭାରତ ଭି୩ ଏବଂ ଜିଓ ଭାରତ ଭି୪’ ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି ଏହି ୨ ନୂଆ...

ମାମାଆର୍ଥ ସହ ମିଶୋର ବୁଝାମଣା

ନୂଆଦିଲ୍ଲୀ,୧୬।୧୦: ଭାରତରେ ଦ୍ରୁତ ବୃଦ୍ଧି ପାଉଥିବା ପର୍ସନାଲ କେୟାର ବ୍ରାଣ୍ଡ୍‌ ମାମାଆର୍ଥ ଏବଂ ଇ-କର୍ମସ ପ୍ଲାଟ୍‌ଫର୍ମ ମିଶୋ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି।...

ଭାରତୀୟ ଡେଟା ସେଣ୍ଟରରେ ଭାରତର ଡେଟା ରହୁ: ଆକାଶ

ନୂଆଦିଲ୍ଲୀ,୧୬।୧୦: ଭାରତରେ ଡେଟା ସୃଷ୍ଟି ହେବାର ଆକାର ଏବଂ ଗତି ବେଶ୍‌ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏପରିକି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସହିତ ଆହୁରି...

ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୪୯%

ଭୁବନେଶ୍ୱର,୧୫ା୧୦(ଅନୁରାଧା ମହାରଣା): ପନିପରିବା ମୂଲ୍ୟରେ ବ୍ୟାପକ ବୃଦ୍ଧି ହେତୁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ତୀବ୍ର ବୃଦ୍ଧି ଘଟିଛି। ଗତ ୯ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ଖୁଚୁରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri