Posted inଜାତୀୟ

ହିଟଓ୍ବେଭ ଅପଡେଟ ପଢିଲା ବେଳେ ବେହୋସ ହେଲେ ଆଙ୍କର

ନୂଆଦିଲ୍ଲୀ,୨୧।୪: ଭାରତର କିଛି ଅଂଶ ଏବେ ହିଟଓ୍ବେଭ ଦେଇ ଗତିକରୁଛି। କେତେକ ରାଜ୍ୟରେ ବର୍ତ୍ତମାନ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରୁ ୪୬ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ରହିଛି। ପ୍ରବଳ ଉତ୍ତାପ ମଧ୍ୟରେ, ଜଣେ ଆଙ୍କର ବା ଟେଲିଭିଜନ ଉପସ୍ଥାପିକା ହଠାତ୍‌ ହିଟ ୱେଭ ଅପଡେଟ ପଢିବା ସମୟରେ ବେହୋସ ହୋଇଯାଇଛନ୍ତି। ତେବେ ତାଙ୍କ ବ୍ଲଡ ପ୍ରେସର କମ ହୋଇଯିବାରୁ ସେ ବେହୋସ ହୋଇଥିବା କୁହାଯାଉଛି। ଦୂରଦର୍ଶନ କୋଲକାତାର ଆଙ୍କର ଲୋପାମୁଦ୍ରା ସିହ୍ନା ହିଟ ଓ୍ବେଭ ନ୍ୟୁଜ ପଢିବା ସମୟରେ ବ୍ଲାକ ଆଉଟ ହୋଇଯାଇଥିଲେ। ସେ ନିଜ ଫେସବୁକ ପେଜରେ ଶେୟାର କରିଥିବା ଏକ ଭିଡିଓରେ କହିଛନ୍ତି ଯେ ଟେଲିପ୍ରମ୍ପ୍ଟର୍‌ ଫେଡେଡ ହୋଇଗଲା ଏବଂ ମୁଁ ବ୍ଲାକଡ ଆଉଟ ହୋଇଗଲି … ମୁଁ ମୋ ଚେୟାରରେ ପଡ଼ିଗଲି, ଅର୍ଥାତ୍‌ ଅଚେତ ହୋଇଗଲି।

ତେବେ କୌଣସି କାରଣରୁ ଷ୍ଟୁଡିଓରେ ଏସି ଚାଲୁ ନ ଥିବାରୁ ସେଠାରେ ପ୍ରବଳ ଉତ୍ତାପ ଅନୁଭୁତ ହେଉଥିଲା ଏବଂ ତାଙ୍କର ବ୍ଲଡ ପ୍ରେସର ହଠାତ୍‌ କମି ଯାଇଥିଲା, ଫଳରେ ସେ ସିଧା ପ୍ରସାରଣ ସମୟରେ ହିଁ ବେହୋସ ହୋଇଯାଇଥିଲେ।
ଲୋପାମୁଦ୍ରା କହିଛନ୍ତି ମୋର ୨୧ ବର୍ଷର କ୍ୟାରିୟର ଭିତରେ ଏହା ହେଉଛି ପ୍ରଥମ ଘଟଣା। ତେବେ ପ୍ରସାରଣ ସମୟରେ ମୁଁ ସବୁବେଳେ ପାଣି ବୋତଲ ସାଙ୍ଗରେ ଧରିଥିବା ବେଳେ ଏଥର କିନ୍ତୁ ସେ ପାଣି ବୋତଲ ପାଖରେ ରଖି ନ ଥିଲେ। ତେବେ କୌଣସି ପ୍ରକାରେ ସେ ୨ଟି ଷ୍ଟୋରୀ କମ୍ପ୍ଲିଟ କରିଥିବା ବେଳେ ମଝିରେ ସେ ତାଙ୍କ ଅସୁସ୍ଥତାକୁ ନେଇ ଫ୍ଲୋର ମ୍ୟାନେଜରଙ୍କୁ ଜଣାଇଥିଲେ। ହେଲେ ସମୟ ଅଭାବରୁ ତାଙ୍କ ପାଖରେ ଯଦିଓ ପାଣି ପହଞ୍ଚିଥିଲା ସେ କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ପିଇ ପାରି ନ ଥିଲେ। ଶେଷରେ ଅତ୍ୟଧିକ ଗରମ ଏବଂ ତାଙ୍କ ବ୍ଲଡ ପ୍ରେସର କମ ହେବାରୁ ସେ ବେହୋସ ହୋଇ ଯାଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri