ଅତାବିରାରେ ଶକ୍ତି ବଢାଉଛି ଭାଜପା, ମିଶ୍ରଣ ପର୍ବରେ ସାମିଲ ହେଲେ ଯୁବ, ମହିଳା କର୍ମୀ

ଭେଡେନ,୨୨।୪(ସୁଦନ ମହାକୁର):  ବରଗଡ଼ ଜିଲା ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭେଡେନ ବ୍ଲକର ଡାଙ୍ଗପାଲିଠାରେ ସୋମବାର ଭାଜପାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ପପଙ୍ଗା ମଣ୍ଡଳ ସଭାପତି ଧନେଶ୍ୱର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ବିଭିନ୍ନ ସଙ୍ଗଠନର ବହୁସଂଖ୍ୟକ ଯୁବ ଓ ମହିଳା କର୍ମୀ ଦଳରେ ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଅତାବିରା ଭାଜପା ବିଧାୟକ ପ୍ରାର୍ଥୀ ନିହାର ମହାନନ୍ଦଙ୍କ ବ୍ୟକ୍ତିତ୍ୱ ଉପରେ ଆସ୍ଥା ଓ ବିଶ୍ବାସ ରଖି ସେମାନେ ଯୋଗଦାନ କରିଥିବା କହିଛନ୍ତି।
ଏହି ଅବସରରେ ବିଧାୟକ ପ୍ରାର୍ଥୀ ନିହାର ମହାନନ୍ଦ, ଅତାବିରା ବିଧାନସଭା ସଂଯୋଜକ ଅମିତ କୁମାର ପଣ୍ଡା, ବରିଷ୍ଠ ନେତା ଚିତ୍ତରଞ୍ଜନ ଭୋଇ, ପପଙ୍ଗା ମଣ୍ଡଳ ସଭାପତି ଧନେଶ୍ୱର ପାଢ଼ୀ, ସଂକ୍ରୀଡା ମଣ୍ଡଳ ସଭାପତି ଭୀମସେନ ମଲ୍ଲିକ, ଭେଡେନ ମଣ୍ଡଳ ସଭାପତି ଜୟଦେବ ପଧାନ , ବରିଷ୍ଠ ନେତା ଜୟନ୍ତ ହୋତା , ସୁବାଷ ବେହେରା, ଯୁବନେତା କ୍ରିଷ୍ଣା ପଟେଲ , ନିରୋଜ ବାରିକ, ଅର୍ଜୁନ ଦାଶ, ଆରତୀ ବାଗ, ପ୍ରତୀକ ଖମାରୀ, ଉସମାନ ଖାଁ, ସୌମ୍ୟକାନ୍ତ ଦାଶ, ସୁନୀଲ ପଧାନ ପ୍ରମୁଖ ଉପସ୍ଥିତ ଥିଲେ।  ଏହି କାର୍ଯ୍ୟକ୍ରମରେ ରାଜୀବ ଲୋଚନ ଦାଶ, ଶିବ ପାଢ଼ୀ, ନୀଳାମ୍ବର ମଲ୍ଲିକ, ପ୍ରଦୀପ ଆଚାର୍ଯ୍ୟ, ମାନପୁର ପଞ୍ଚାୟତ ପୂର୍ବତନ ସରପଞ୍ଚ ସୁରୁବାବୁ ମାଝୀ, ଜପ ସେଟ, ମୁନ୍ନା ବଣ୍ଡୁକି,ଋଷୁଡ଼ା ପଞ୍ଚାୟତ ପୂର୍ବତନ ସମିତି ସଭ୍ୟ ମାନଭଞ୍ଜନ ମେଣ୍ଡଳି, ଚକ୍ରୀ ପୁଟା, ରୁପେଶ ଦୋରା, ହେମନ୍ତ ମେହେରଙ୍କ ନେତୃତ୍ୱରେ ତାଙ୍କ ବହୁସଂଖ୍ୟକ ସମର୍ଥକ ଭାଜପାରେ ଯୋଗଦାନ କରିଛନ୍ତି। ଦଳ ପକ୍ଷରୁ ସମସ୍ତ ନେତା ଓ କର୍ମୀଙ୍କୁ ସ୍ବାଗତ କରାଯାଇଛି। ଏହି ଅବସରରେ ଯୋଗ ଦେଇଥିବା ବିଭିନ୍ନ ସଙ୍ଗଠନର ନେତୃମଣ୍ଡଳୀ ଓ କର୍ମୀମାନେ ଆଗାମୀ ନିର୍ବାଚନରେ ଏମ୍‌ପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଓ ବିଧାୟକ ପ୍ରାର୍ଥୀ ନିହାର ମହାନନ୍ଦଙ୍କୁ ସମର୍ଥନ ଜଣାଇ ବରଗଡ଼ ଲୋକ ସଭା ଓ ଅତାବିରା ବିଧାନସଭାରେ ବିପୁଳ ଭୋଟରେ ବିଜୟୀ କରାଇବା ପାଇଁ ସଂକଳ୍ପ ନେଇଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri