ବିଜେଡି, ଭାଜପାରେ ଗୋଷ୍ଠୀ କନ୍ଦଳ

ପଟ୍ଟାମୁଣ୍ଡାଇ,୨୪ା୪ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ଆସନ ସବୁବେଳେ ରାଜ୍ୟ ରାଜନୀତିରେ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ହୋଇଆସିଛି। ସବୁଥର ଏହି ଆସନରେ ବିଜେଡି ଓ କଂଗ୍ରେସ ମଧ୍ୟରେ ଲଢ଼େଇ ଜୋରଦାର ହେଉଥିବାବେଳେ ଏଥର ଏହି ଆସନରେ ବିଜେଡି, କଂଗ୍ରେସ ଓ ଭାଜପା ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେବ ବୋଲି ପର୍ଯ୍ୟବେକ୍ଷକମାନେ ଅନୁମାନ କରୁଛନ୍ତି। ୩ ପ୍ରମୁଖ ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। ବିଜେଡି ବର୍ତ୍ତମାନର ବିଧାୟକ ଧ୍ରୁବ ସାହୁଙ୍କ ଉପରେ ଆସ୍ଥା ପ୍ରକଟ କରି ପ୍ରାର୍ଥୀ କରିଥିବାବେଳେ କଂଗ୍ରେସ କେନ୍ଦ୍ରାପଡ଼ା ଜିଲାପରିଷଦ ଉପସଭାପତି ଅଶୋକ କୁମାର ପ୍ରତିହାରୀଙ୍କୁ ଟିକେଟ ଦେଇଛି। ସେହିପରି ଭାଜପା ନବାଗତ ନେତା ଲଳିତ କୁମାର ବେହେରାଙ୍କୁ ପ୍ରାର୍ଥୀ ଘୋଷଣା କରିଥିବାରୁ ଭାଜପା ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବା ସହ ବିରୋଧ ପ୍ରଦର୍ଶନ କରାଯାଉଛି। ଏ ନେଇ ଭାଜପାର ବରିଷ୍ଠ ନେତାମାନେ ଏମାନଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ସମାଧାନର ବାଟ ବାହାରି ପାରିନାହିଁ। ଏଭଳିସ୍ଥିତିରେ ଦଳ ଏମାନଙ୍କୁ ବାଦ୍‌ ଦେଇ ଅନ୍ୟ ବିକଳ୍ପ ସନ୍ଧାନରେ ଥିବା ଚର୍ଚ୍ଚା ହେଉଛି। ଏ ନେଇ ବିଜେଡିର ଦୁଇ ନେତାଙ୍କ ନାମ ମଧ୍ୟ ଚର୍ଚ୍ଚାର ପରିସରକୁ ଆସିଲାଣି। ସେମାନେ ଭାଜପାରେ ମିଶିପାରନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଲେଣି।
୨୦୧୪ ଓ ୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇ ଲଢ଼ିଥିବା ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ବର୍ତ୍ତମାନ ବିଜେଡିର କେନ୍ଦ୍ରାପଡ଼ା ଲୋକ ସଭା ପ୍ରାର୍ଥୀ ହୋଇଛନ୍ତି। ଅଂଶୁମାନଙ୍କ ସହ ରାଜନଗର ଓ ପଟ୍ଟାମୁଣ୍ଡାଇ ବ୍ଲକ କଂଗ୍ରେସରୁ ଅନେକ ପଦାଧିକାରୀ ବି ବିଜେଡିରେ ସାମିଲ ହୋଇଛନ୍ତି। ଅଂଶୁମାନଙ୍କ ସମର୍ଥକମାନେ ଯୋଡି ଶଙ୍ଖରେ ଭୋଟ ଦେବେ ବୋଲି କୁହାଯାଉଥିବା ବେଳେ ଗତ ୨୧ ତାରିଖରେ ସ୍ବର୍ଗତ ନଳିନୀ ମହାନ୍ତିଙ୍କ ଶ୍ରାଦ୍ଧ ଭୋଜିରେ ସାମିଲ ହୋଇଥିବା ଧ୍ରୁବଙ୍କ ସମର୍ଥକଙ୍କ ସହ ଅଂଶୁମାନଙ୍କ କର୍ମୀ ମଧ୍ୟରେ ରାଜନୈତିକ ଗଣ୍ଡଗୋଳ ହେବା ନେଇ ସୋସିଆଲ ମିଡିଆରେ ପ୍ରଚାର ହେବାରୁ ରାଜନୈତକ ମହଲରେ ଯୋଡି ଶଙ୍ଖକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅପରପକ୍ଷେ ୨୦୨୪ ବିଧାନସଭା ନିର୍ବାଚନ ଜିତିବା ପାଇଁ ରାଜନଗର ବିଜେଡି ବିଧାୟକ ପ୍ରାର୍ଥୀ ଧ୍ରୁବ ଦିନରାତି ଏକ କରିଦେଇଛନ୍ତି। ଜନସାଧାରଣଙ୍କ ନିକଟତର ହେବା ପାଇଁ ବିଭିନ୍ନ ସମାରୋହରେ ଯୋଗଦେବା ସହ ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ କରି ଆସୁଛନ୍ତି। ହେଲେ ଚଳିତ ନିର୍ବାଚନ ଜିତିବା ପାଇଁ ଧ୍ରୁବଙ୍କୁ ବଡ଼ ଆହ୍ବାନ ହେଇଛନ୍ତି ତାଙ୍କର ଏକାନ୍ତ ଅନୁଗତ କଂଗ୍ରେସ ପ୍ରାର୍ଥୀ ଅଶୋକ ବୋଲି ଆଲୋଚନା ହେଉଛି। ଅଶୋକଙ୍କୁ କଂଗ୍ରେସ ଦଳ ବିଧାୟକ ଟିକେଟ ଦେଇଛି। ପୂର୍ବରୁ ଅଶୋକ ଏକଦା ରାଜନଗର ବିଧାୟକ ଧ୍ରୁବଙ୍କ ଡାହାଣ ହାତ ଥିବା ବେଳେ ୩ ଥର ରାଜନଗର ବ୍ଲକ ବିଜେଡି ସଭାପତି ଥିଲେ। କିନ୍ତୁ ରାଜନୈତିକ ବାଦବିବାଦକୁ ନେଇ ବିଧାୟକଙ୍କ ସହ ତାଙ୍କର ନ ପଡିବାରୁ ୨୦୨୩ ଅଗଷ୍ଟ ୨୮ରେ ତାଙ୍କୁ ବ୍ଲକ ବିଜେଡି ସଭାପତି ପଦବୀରୁ ହଟାଇ ଦିଆଯାଇଥଲା। ସେ ଦଳରୁ ଇସ୍ତଫା ଦେଇ କଂଗ୍ରେସରୁ ପ୍ରାର୍ଥୀ ହୋଇ ସଭାସମିତି କରି ଧ୍ରୁବଙ୍କ ଅତୀତ ବଖାଣିଲେଣି। ସାଧାରଣ ଲୋକେ ନିର୍ବାଚନ ସମୟରେ ଏହାର ଜବାବ ଦେବେ ବୋଲି ଗଁା ଗଣ୍ଡାରେ ଆଲୋଚନା ହେଉଥିବାରୁ ନିର୍ବାଚନରେ ଏହା ଧ୍ରୁବଙ୍କ ପାଇଁ ମହଙ୍ଗା ହୋଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ କହୁଛନ୍ତି। ଅନ୍ୟପକ୍ଷରେ ବିରୋଧୀ ଭାଜପା ପ୍ରାର୍ଥୀ ପରିବର୍ତ୍ତନ କରିବା ନେଇ ବିଚାର ବିମର୍ଷ ଚାଲିଛି। ଖୁବ୍‌ଶୀଘ୍ର ବିଜେଡି ଛାମୁଆ କର୍ମୀ ସହ ଆଗଧାଡିର ନେତା ଭାଜପାରେ ଯୋଗଦେଇ ବିଧାୟକ ପ୍ରାର୍ଥୀ ରୂପେ ଘୋଷଣା ହେବେ ବୋଲି ଆଲୋଚନା ହେଉଛି। ସେ ପଟ୍ଟାମୁଣ୍ଡାଇ ମାଟିର ପୁଅ ହୋଇଥିବାରୁ ପଟ୍ଟାମୁଣ୍ଡାଇ ବ୍ଲକ ଓ ମ୍ୟୁନିସିପାଲିଟି ଭୋଟର ତାଙ୍କ ସପକ୍ଷରେ ଯିବ ବୋଲି ସାଧାରଣରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ, ସ୍ଥାପନ ହେଲା ଶୁଭଖୁଣ୍ଟି

ଦାରିଙ୍ଗବାଡ଼ି,୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଗଣେଶ ପୂଜା ଚତୁର୍ଥୀ ତିଥିରୁ...

କେନ୍ଦୁଝରରେ ଗଡ଼ିଲା ‘ସୁଭଦ୍ରା’ ସଚେତନତା ରଥ, ମନ୍ତ୍ରୀ କହିଲେ…

କେନ୍ଦୁଝର,୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ‘ସୁଭଦ୍ରା’ ସଚେତନତା ରଥ ଗଡ଼ିଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଜଙ୍ଗଲ ପରିବେଶ ଓ ଜଳବାୟୁ...

ସୁଭଦ୍ରା ଯୋଜନା ଫର୍ମ ବଣ୍ଟନରେ ଅବହେଳା: ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ବନ୍ଦ

ବାଲେଶ୍ୱର, ୭।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ଆବେଦନ ଫର୍ମ ବଣ୍ଟନରେ ଅବହେଳା କରିଥିବା ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ...

ଆଜିଠୁ ବୁଲିଲା ସୁଭଦ୍ରା ରଥ: ଶୁଭାରମ୍ଭ କଲେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ

ଛତ୍ରପୁର,୭।୯(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ ):ସାରା ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଚାଲିଥିବା ବେଳେ ବିଭିନ୍ନ ସମସ୍ୟା ପରିଲକ୍ଷିତ ହୋଇଛିl ଏହାକୁ ନେଇ ରାଜ୍ୟ...

ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ

ଭୁବନେଶ୍ୱର,୭ା୯: ୩ ମାସରେ ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ। ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଶନିବାର ସୂଚନା...

ମହିଳା କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରି ଫାଇଲ୍‌ ଛଡ଼ାଇ ନେଲେ ସରପଞ୍ଚଙ୍କ ଦେଢ଼ଶୁର, ଆଉ ତା’ ପରେ…

ହାଟଡିହୀ,୭ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପନ୍ଦାଡୋ ପଞ୍ଚାୟତ ସରପଞ୍ଚ ସସ୍ମିତା ଓଝା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ଭାବେ ଉର୍ମିଳା ମୁର୍ମୁ ଦାୟିତ୍ୱ ତୁଲାଉଛନ୍ତି। ତେବେ...

ପୂଜା ପାଇବେ ବୁଢ଼ା, ଟୋକା, ପିଲା ଗଣେଶ

ଭଦ୍ରକ,୭ା୯(ସନାତନ ରାଉତ):ଶନିବାର ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା। ଭଦ୍ରକର ପ୍ରସିଦ୍ଧ ବୁଢ଼ା, ଟୋକା ଓ ପିଲା ଗଣେଶ ପୂଜାକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ। ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri