ମେ’ ୧୫ ସୁଦ୍ଧା ଯୁକ୍ତ୨ ଫଳ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷାର ମୂଲ୍ୟାୟନ ପ୍ରକ୍ରିୟା ଶେଷ ହୋଇଛି। ତେବେ ଗତ ୨ଦିନ ହେବ ଅନ୍‌ଲାଇନ୍‌ ମୂଲ୍ୟାଙ୍କନ ଶେଷ ହୋଇଥିବା ବେଳେ ଅଫ୍‌ଲାଇନ୍‌ ମୂଲ୍ୟାୟନ ବୁଧବାର ସୁଦ୍ଧା ଶେଷ କରିବାକୁ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଅଳ୍ପ କିଛି ଖାତା ମୂଲ୍ୟାଙ୍କନ ହୋଇପାରି ନ ଥିବାରୁ ଗୁରୁବାର ପ୍ରଥମ ପର୍ଯ୍ୟାୟରେ ଏହା ଶେଷ ହେବ। ଏହାପରେ ୨୬ ତାରିଖରୁ ଫଳ ପ୍ରକାଶ ପ୍ରକ୍ରିୟା ଆରମ୍ଭ ହେବ। ରାଜ୍ୟ ବାହାରର ଏକ ଫାର୍ମରେ ଫଳାଫଳ ସହ ମେ’ ୧୫ ସୁଦ୍ଧା
ସାର୍ଟିଫିକେଟ ପ୍ରିଣ୍ଟ୍ରିଂ ପାଇଁ ବ୍ୟବସ୍ଥା ହୋଇଥିବାରୁ ସିଏଚ୍‌ଏସ୍‌ଇ ପରୀକ୍ଷା ନିୟନ୍ତ୍ରକ ସମ୍ପୃକ୍ତ ଫାର୍ମକୁ ଚଳିତ ସପ୍ତାହରେ ଯିବେ। ସେହି ଫାର୍ମରେ ପରୀକ୍ଷାର୍ଥୀଙ୍କ ମାର୍କଶିଟ୍‌, ସାର୍ଟିଫିକେଟ୍‌, ମାଇଗ୍ରେଶନ ଆଦି ସମସ୍ତ ସାର୍ଟିଫିକେଟ୍‌ ପ୍ରିଣ୍ଟିଂ କରାଯିବ। ସୁରକ୍ଷିତ ଏବଂ ଠିକ୍‌ କାର୍ଯ୍ୟ କରିବାକୁ ପରିଷଦ ପକ୍ଷରୁ ସମ୍ପୃକ୍ତ କମ୍ପାନୀକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ପରୀକ୍ଷା ନିୟନ୍ତ୍ରକଙ୍କ ସହ ପରିଷଦର ୨/୩ ଜଣ ବରିଷ୍ଠ ଅଧିକାରୀ ପ୍ରିଣ୍ଟିଂ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସେଠାରେ ରହିବେ। ତେବେ ମେ’ ୧୦ରୁ ୧୫ ତାରିଖ ମଧ୍ୟରେ ରେଜଲ୍ଟ ପ୍ରକାଶ କରିବାକୁ ପରିଷଦ ଲକ୍ଷ୍ୟ ରଖିଥିବା ବେଳେ ମେ’ ୧୩ରେ ପ୍ରକାଶ ପାଇଁ ପ୍ରୟାସ ଚାଲିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଚଳିତବର୍ଷ ମୋଟ ୩ଲକ୍ଷ ୮୬ହଜାର ୨୫୦ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବାବେଳେ ରେଗୁଲାର ୩ଲକ୍ଷ ୬୦ହଜାର ୧୯୮ ଏବଂ ଏକ୍ସ ରେଗୁଲାର ୨୬ହଜାର ୫୨ଜଣ ଛାତ୍ରୀଛାତ୍ର ରହିଛନ୍ତି। ମୋଟ ୨୭ଲକ୍ଷ ଖାତା ମୂଲ୍ୟାୟନ ହୋଇଥିବା ବେଳେ ସେଥିରୁ ଅନ୍‌ଲାଇନ୍‌ରେ ୯ଲକ୍ଷ ଏବଂ ଅଫ୍‌ଲାଇନରେ ୧୮ଲକ୍ଷ ଖାତା ମୂଲ୍ୟାୟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri