ଗୋଷ୍ଠୀ କନ୍ଦଳରୁ ଫାଇଦା ଉଠାଇବାକୁ ପ୍ରୟାସ

ଖୋର୍ଦ୍ଧା/ବାଲିପାଟଣା,୨୫ା୪(ପ୍ରଭାତ ପାଣିଗ୍ରାହୀ/ଅଭିମନ୍ୟୁ ନାୟକ)ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ଜୟଦେବ ନିର୍ବାଚନମଣ୍ଡଳୀ ଅନୁସୂଚିତ ଜାତି (ଏସ୍‌ସି) ପାଇଁ ସଂରକ୍ଷିତ ରହିଛି। ଗତ ୩ଟି ନିର୍ବାଚନରେ ଏହି ଆସନ ବିଜେଡି ଦଖଲରେ ରହିଆସିଛି। ୨୦୦୯ରେ ଅରବିନ୍ଦ ଢାଲି, ୨୦୧୪ରେ ଶଶିଭୂଷଣ ବେହେରା ଓ ୨୦୧୯ରେ ପୁଣି ଅରବିନ୍ଦ ଢାଲି ବିଧାୟକ ହୋଇଥିଲେ। ଚଳିତ ନିର୍ବାଚନରେ ଢାଲି ବିଜେଡି ଛାଡ଼ି ଭାଜପାରେ ଯୋଗଦେବା ପରେ ଭାଜପା ତାଙ୍କୁ ଏଠାରୁ ପ୍ରାର୍ଥୀ କରିଛି। ୨୦୧୯ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀଭାବେ ଲଢ଼ି ନବକିଶୋର ମଲ୍ଲିକ ୪୪,୩୦୦ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଚଳିତ ନିର୍ବାଚନରେ ବିଜେଡି ନବଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସ ପ୍ରଥମେ ଏଠାରୁ ଜୟନ୍ତ ଭୋଇଙ୍କୁ ଟିକେଟ ଦେଇଥିବାବେଳେ ପରବର୍ତ୍ତୀ ସମୟରେ ପ୍ରାର୍ଥୀ ପରିବର୍ତ୍ତନ କରି କୃଷ୍ଣଚନ୍ଦ୍ର ଶଗରିଆଙ୍କୁ ପ୍ରାର୍ଥୀ କରିଛି।

୨୦୨୪ ନିର୍ବାଚନରେ ଏଠାରେ ୨ ବାହାର ନେତା ଢାଲି, ଶଗରିଆଙ୍କ ସହ ନବଙ୍କ ଲଢ଼େଇ ହୋଇପାରେ ବୋଲି କୁହାଯାଉଛି। ଢାଲିଙ୍କ ଟିକେଟ ଘୋଷଣା ପରଠାରୁ ସେ ବିରୋଧର ସମ୍ମୁଖୀନ ହେଉଛନ୍ତି। ତାଙ୍କ ପ୍ରାର୍ଥତ୍ତ୍ୱକୁ ନେଇ ଗୋଟିଏ ଗୋଷ୍ଠୀ ଅସନ୍ତୁଷ୍ଟ ଅଛନ୍ତି। ସେପଟେ କଂଗ୍ରେସ ପ୍ରାର୍ଥୀ ଶଗରିଆଙ୍କୁ ମଧ୍ୟ ସ୍ଥାନୀୟ ଅସନ୍ତୁଷ୍ଟ ଗୋଷ୍ଠୀ ବିରୋଧ କରିଛନ୍ତି। କୌଣସି ବାହାର ଲୋକଙ୍କୁ ଜୟଦେବରେ ଠିଆ ହେବାକୁ ଦିଆଯିବନାହିଁ, ପ୍ରାର୍ଥୀ ପରିବର୍ତ୍ତନ କରା ନ ଗଲେ ସ୍ଥାନୀୟସ୍ତରରେ ଏହାର ତୀବ୍ର ବିରୋଧ କରାଯିବ ବୋଲି କଂଗ୍ରେସର ଗୋଟିଏ ଗୋଷ୍ଠୀ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି।

ନିର୍ବାଚନରେ ଲୋକ ସଭା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକ ୭୭,୦୦୨ ଭୋଟ ପାଇଥିବାବେଳେ ଭାଜପାର ଅପରାଜିତା ଷଡ଼ଙ୍ଗୀ ୫୬,୩୮୬ ଖଣ୍ଡ ଭୋଟ ପାଇଥିଲେ। ଏଠାରେ ବିଜେଡିର ଭୋଟହାର ଅଧିକା ରହିଥିବାବେଳେ ଚଳିତ ନିର୍ବାଚନରେ ମଧ୍ୟ ବିଜେଡି ଏହାକୁ ହାତଛଡ଼ା କରିବାକୁ ଚାହୁଁନି। ବିରୋଧୀଙ୍କ ଗୋଷ୍ଠୀକନ୍ଦଳର ଗୋଳିଆପାଣିରୁ ଫାଇଦା ଉଠାଇବା ପାଇଁ ବିଜେଡି ତା’ର ରଣନୀତି ଆରମ୍ଭ କରି ଦଳୀୟକର୍ମୀଙ୍କୁ ଏକାଠି କରିଚାଲିଛି।

ଅରବିନ୍ଦ ଢାଲି ମାଲକାନଗିରିରୁ ଆସିବା ପରେ ଏଠାରେ ବାଲିପାଟଣା ବ୍ଲକ ଗାରେଡ଼ିପାଞ୍ଚଣ ପଞ୍ଚାୟତରେ ଜାଗା କିଣି ବିଶ୍ୱନାଥପୁର ଗାଁର ବାସିନ୍ଦା ବୋଲି ନିଜକୁ ପରିଚୟ ଦେଇ ଭୋଟ ହାତେଇବାକୁ ଯୋଜନା କରୁଛନ୍ତି। କୁହାଯାଏ, ପ୍ୟାରୀମୋହନ ମହାପାତ୍ରଙ୍କ ଛତ୍ରଛାୟା ତଳେ ୨୦୦୯ରେ ରହି ସେ ଏଠାରୁ ଲଢ଼ି ବିଧାୟକ ହୋଇଥିଲେ। ଚଳିତ ନିର୍ବାଚନରେ ଦଳରୁ ସେ ଆସ୍ଥା ହରାଇବା ପରେ ଟିକେଟରୁ ବଞ୍ଚତ୍ତ ହେବା ଜାଣି ଭାଜପାରେ ଯୋଗଦେଇ ଟିକେଟ ହାତେଇଛନ୍ତି। ସେପଟେ କଂଗ୍ରେସ ଦଳିତ ଭୋଟ ହାତେଇବା ଲକ୍ଷ୍ୟରେ ପ୍ରଥମେ ବାଲିପାଟଣା ବ୍ଲକ ବାସିନ୍ଦା ଜୟନ୍ତ ଭୋଇଙ୍କୁ ପ୍ରାର୍ଥୀ କରିଥିବା ବେଳେ ତାଙ୍କ ପରିବର୍ତ୍ତେ କୋରାପୁଟରୁ ଆମଦାନୀ ନେତା ଶଗରିଆଙ୍କୁ ଟିକେଟ ଦେଇଛି। ଦେଖିବାକୁ ଗଲେ ବିଜେଡି ପ୍ରାର୍ଥୀ ନବ ସ୍ଥାନୀୟ ଅଧିବାସୀ ଓ ସେ ବାଲିଅନ୍ତା ବ୍ଲକର ବାସିନ୍ଦା। ୨୦୧୯ ନିର୍ବାଚନରେ ବିଜେଡି ଟିକେଟ ଆଶା କରି ସେ ନିରାଶ ହୋଇ ସ୍ବାଧୀନ ଭାବେ ଲଢିଥିଲେ। ଏବେ ଦଳ ତାଙ୍କ ଉପରେ ଭରସା କରିଛି। ତେବେ ଭୋଟର କାହା ମୁଣ୍ଡରେ ସୁନା କଳସ ଢାଳିବେ, ମତ କାହା ସପକ୍ଷରେ ଯିବ, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri