Posted inଫୁରସତ

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ ମ୍ୟାଲେରିଆ ଅନ୍ୟତମ। ପ୍ରଥମ ଥର ପାଇଁ ସାରା ପୃଥିବୀରେ ଓ ଆମ ଦେଶରେ ତଥା ଓଡ଼ିଶାରେ ‘ଦମନ’ (ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ) କାର୍ଯ୍ୟକ୍ରମ ଆରମ୍ଭ କରି ସରକାର ଅତ୍ୟନ୍ତ ସଫଳତା ହାସଲ କରିଛନ୍ତି। ଏଥିପାଇଁ ନିଷ୍ଠାପର ସ୍ବାସ୍ଥ୍ୟକର୍ମୀ ଓ ନିରନ୍ତର ଗବେଷଣା କରୁଥିବା ବରିଷ୍ଠ ଡାକ୍ତରମାନଙ୍କର ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ। ସବୁଠାରୁ ବଡ଼ କଥା ହେଲା ଏଥିପାଇଁ ରାଜ୍ୟକୁ ‘ସ୍କଚ୍‌ ପୁରସ୍କାର’ ମିଳିଛି। ମ୍ୟାଲେରିଆ ସାରା ପୃଥିବୀରେ ଏକ ଚିନ୍ତାଜନକ ସ୍ବାସ୍ଥ୍ୟ ସମସ୍ୟା। ଏ ନେଇ ଜନସଚେତନତା ସୃଷ୍ଟି କରିବା ଲାଗି ପ୍ରତିବର୍ଷ ଏପ୍ରିଲ ୨୫ ତାରିଖକୁ ‘ବିଶ୍ୱ ମ୍ୟାଲେରିଆ ଦିବସ’ ଭାବରେ ପାଳନ କରାଯାଇଆସୁଅଛି। ଏଥିନେଇ ଚଳିତ ବର୍ଷର ସ୍ଲୋଗାନ ରହିଛି-‘ଲିଙ୍ଗଗତ ମାନବିକତା ଆଧାରରେ ସମାନ ସ୍ବାସ୍ଥ୍ୟ ସୁବିଧା’। ଅର୍ଥାତ୍‌ ମ୍ୟାଲେରିଆପ୍ରବଣ ଅଞ୍ଚଳ ଓ ଶିଶୁ ତଥା ମା’ମାନଙ୍କଠାରେ ବିଶେଷଭାବରେ ଗର୍ଭବତୀଙ୍କଠାରେ ଦେଖାଯାଉଥିବା ମ୍ୟାଲେରିଆର ନିରାକରଣ ଓ ଯଥାଯଥଃ ଚିକିତ୍ସା ପ୍ରଦାନ। ମ୍ୟାଲେରିଆ ଯୋଗୁ ବିଶ୍ୱରେ ଦୁଇ ବର୍ଷ ପୂର୍ବେ ୬,୦୮,୦୦୦ଙ୍କର ମୃତ୍ୟୁ ଘଟିଥିଲା। ସେହି ବର୍ଷ ପାଖାପାଖି ୨୫ କୋଟି ମ୍ୟାଲେରିଆ କେସ୍‌ ଚିହ୍ନଟ କରାଯାଇଥିଲା। ପୁଣି ଏଥିରୁ ୯୪ ପ୍ରତିଶତ କେସ୍‌ କେବଳ ଆଫ୍ରିକା ମହାଦେଶ ଅଞ୍ଚଳରେ ହିଁ ହୋଇଥିଲା।

ସାଧାରଣତଃ ମାଈଏନୋଫିଲିସ ମଶା କାମୁଡ଼ିବା ଦ୍ୱାରା ହୋଇଥାଏ। ଡେଙ୍ଗୁ ପାଇଁ ଦାୟୀ ଏଡିସ୍‌ ମଶା ସକାଳ ଓ ସନ୍ଧ୍ୟା ସମୟରେ କାମୁଡ଼ିବା ବେଳେ ମ୍ୟାଲେରିଆ ମଶା ରାତିରେ ପୁଣି ଶୋଇବା ସମୟରେ କାମୁଡ଼ିଥାଏ। ମ୍ୟାଲେରିଆ ପରଜୀବୀ ସାଧାରଣତଃ ଚାରି ପ୍ରକାରର। ଉଭୟ ମଶା ଓ ମଣିଷ ଦେହରେ ତାହାର ଜୀବନ ଚକ୍ର ସମ୍ପୂର୍ଣ୍ଣ କରିଥାଏ। କେବଳ ରୋଗୀଠାରୁ ପରଜୀବୀ ଗ୍ରହଣ କରି ମଶା ତାହାକୁ ସୁସ୍ଥ ଲୋକର ଶରୀରରେ ଛାଡ଼ିଥାଏ। ଯେତେ ଅଧିକ ରୋଗୀ ରହିବେ, ମ୍ୟାଲେରିଆ ସେତିକି ଅଧିକ ବୃଦ୍ଧି ପାଇବ। ଯଦି ମ୍ୟାଲେରିଆ ରୋଗୀ କମିବେ ତାହାହେଲେ ମ୍ୟାଲେରିଆ କମି ପାରିବ। ଆମ ରାଜ୍ୟରେ ୨୦୨୦-୨୧ ମସିହାରେ ଏକ କୋଟି ଛଅ ଲକ୍ଷ କୀଟନାଶକଯୁକ୍ତ ଦୀର୍ଘସମୟ କାର୍ଯ୍ୟକାରୀ ମଶାରି ବଣ୍ଟନ କରାଯାଇଛି।

ଏହାପୂର୍ବରୁ ମଧ୍ୟ ମଶାରି ବଣ୍ଟନ ହୋଇଥିଲା। ଲୋକଙ୍କ ମଧ୍ୟରେ ଏହି ମଶାରି ବ୍ୟବହାର ପାଇଁ ସଚେତନତା ସୃଷ୍ଟି କରାଯାଇଥିଲା। ଏଥିଯୋଗୁ ଆମ ରାଜ୍ୟରେ ମ୍ୟାଲେରିଆ କେସ୍‌ ଆଶାତୀତ ହ୍ରାସ ପାଇଥିଲା। ମାତ୍ର ଏହି ମଶାରିଗୁଡ଼ିକର ଗୁଣବତ୍ତା କ୍ରମଶଃ ହ୍ରାସ ପାଇଥାଏ ଏବଂ ବ୍ୟବହାରର ତିନି ବର୍ଷ ପରେ ସେଭଳି ଫଳପ୍ରଦ ମଶାନିରୋଧୀ କାର୍ଯ୍ୟ କରିପାରେ ନାହିଁ। ବର୍ତ୍ତମାନ ଯଦି କେନ୍ଦ୍ର ସରକାରଙ୍କ ପକ୍ଷରୁ ହେଉ ଅବା ରାଜ୍ୟ ସରକାରଙ୍କ ତରଫରୁ ଏଭଳି ମଶାରିର ପୁନଃବଣ୍ଟନ ନ ହେବ, ତେବେ ଆଗାମୀ ଦିନରେ ମ୍ୟାଲେରିଆ ବୃଦ୍ଧି ପାଇବାର ଆଶଙ୍କା ରହିଛି। କ୍ରମଶଃ ପାର୍ଶ୍ୱ ପ୍ରତିକ୍ରିୟାଯୁକ୍ତ ଔଷଧ ଯଥା-କ୍ଲୋରୋକୁଇନ୍‌, କୁଇନାଇନ୍‌ ଇତ୍ୟାଦି ବଦଳରେ ନୂଆ ଔଷଧ ବାହାରିଛି ଏବଂ ଆର୍ଟିମିସିନିନ୍‌ ବା ‘ଏସିଟି’ ବ୍ୟବହାର ଦ୍ୱାରା ମ୍ୟାଲେରିଆରୁ ଆରୋଗ୍ୟ ମିଳୁଛି। ତା’ ସହ ମୃତ୍ୟୁହାରକୁ ଅନେକାଂଶରେ କମାଯାଇପାରିଛି। ମାତ୍ର ଏହି ଚିକିତ୍ସା ଉପଯୁକ୍ତ ରକ୍ତ ପରୀକ୍ଷା ସହିତ ମେଡିସିନ୍‌ ବିଶେଷଜ୍ଞଙ୍କ ଦ୍ୱାରା ହେବା ଉଚିତ।

ମଶା ବଂଶ ହ୍ରାସ ପାଇଁ ଡିଡିଟି ସିଞ୍ଚନ, ତୁରନ୍ତ ମ୍ୟାଲେରିଆ ଚିହ୍ନଟ ଓ ଚିକିତ୍ସା, ମଶା ବଂଶ ବୃଦ୍ଧି ରୋକିବା ପାଇଁ କାର୍ଯ୍ୟକ୍ରମ ସହିତ ଜାତୀୟ ମ୍ୟାଲେରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମ ବା ଏନ୍‌ଏମ୍‌ସିପି ଆରମ୍ଭ ହୋଇଥିଲା। ଡିଡିଟି ବ୍ୟବହାର ବାରଣ ପରେ ୧୯୫୮ରେ ଏହାକୁ ଜାତୀୟ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ବା ଏମ୍‌ଏନ୍‌ଇପିରେ ପରିବର୍ତ୍ତନ କରାଯାଇଥିଲା। ଏହାପରେ ୨୦୦୩-୨୦୦୪ରେ ଜାତୀୟ ଭେକ୍ଟରବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ମ୍ୟାଲେରିଆ ସହିତ ଡେଙ୍ଗୁ, ଫାଇଲେରିଆ, ଚିକୁନଗୁନିଆକୁ ଅନ୍ତର୍ଭୁକ୍ତ କରାଯାଇଥିଲା। ଏହାପରେ ଏହାକୁ ଜାତୀୟ ଫ୍ରେମଓ୍ବାର୍କ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ବା ଏନ୍‌ଏଫ୍‌ଏମଇ ଭାବରେ ପରିବର୍ତ୍ତନ କରାଯାଇଛି। ଆମ ରାଜ୍ୟର ‘ଦମନ’ ସମସ୍ତ ବୈଜ୍ଞାନିକ ଓ ଡାକ୍ତରଙ୍କୁ ହୃଦୟଙ୍ଗମ କରାଇପାରିଛି ଯେ, ଯଦି ମଶାରି ବ୍ୟବହାର ବ୍ୟାପକ ଓ ପୂର୍ଣ୍ଣ ରୂପେ କରାଯାଇପାରିବ, ତାହାହେଲେ ମ୍ୟାଲେରିଆ ସହିତ ଆଉ ପାଞ୍ଚଗୋଟି ମଶାବାହିତ ରୋଗ ନିୟନ୍ତ୍ରଣ କରିହେବ। ମଶାଧୂପ, ତେଲ, ମ୍ୟାଟ୍‌ ଓ ବ୍ୟାଟ୍‌ ଇତ୍ୟାଦି ମଶାରି ସହ ତୁଳନୀୟ ନୁହେଁ। ଏହା କରିପାରିଲେ ମ୍ୟାଲେରିଆ ନିରାକରଣ ସମ୍ଭବ ହୋଇପାରିବ।
-ଡା. ରାମଚନ୍ଦ୍ର ରାଉତ,ବରିଷ୍ଠ ଚିକିତ୍ସକ ତଥା ଅବସରପ୍ରାପ୍ତ ସ୍ବାସ୍ଥ୍ୟ ନିର୍ଦ୍ଦେଶକ


Enter your email to get our daily news in your inbox.

All Right Reserved By Dharitri.Com

ମଣିଷ ଚିହ୍ନିବାରେ କରିଛନ୍ତି କି ବଡ଼ ଭୁଲ? ପଶ୍ଚାତାପ କରୁଥିଲେ ଜାଣନ୍ତୁ ଚାଣକ୍ୟଙ୍କ ଏହି ୪କଥା

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବ୍ୟକ୍ତିର ସ୍ବଭାବ ବିଷୟରେ ବର୍ଣ୍ଣନା କରିଛନ୍ତି। ଏହାକୁ ଆପଣାଇବା କଷ୍ଟକର ହେଲେ ହେଁ ଯିଏ ତାହା କରିପାରିଛନ୍ତି ଜୀବନ ସୁଖମୟ...

୧୦ ବର୍ଷ ଧରି ୫୦ ଲୋକଙ୍କ ଦ୍ୱାରା ସ୍ତ୍ରୀଙ୍କୁ ବଳାତ୍କାର କରାଉଥିଲେ ସ୍ବାମୀ, କୋର୍ଟରେ ଦୁଃଖ ବଖାଣିଲେ ମହିଳା

ସ୍ବାମୀ (ବର୍ତ୍ତମାନ ପୂର୍ବତନ)ଙ୍କ ଦ୍ୱାରା ଅଚେତ ଅବସ୍ଥାରେ ଡ୍ରଗ୍ସ ଦେଇ ପ୍ରାୟ ଏକ ଦଶନ୍ଧି ଧରି ବଳାତ୍କାରର ଶିକାର ହୋଇଥିବା ମହିଳା ଜିସେଲେ ପେଲିକାଟ, ଗୁରୁବାର...

କ’ଣ ଅଫିସ୍‌ରେ ବାରମ୍ବାର ‘ସୁଟା ବ୍ରେକ୍‌’ ନେବା ଦ୍ୱାରା ଷ୍ଟ୍ରେସ୍‌ କମିଥାଏ? ଜାଣନ୍ତୁ ଏହା ପଛର ସତ?

ନୂଆଦିଲ୍ଲୀ,୫।୯: ସିଗାରେଟ୍‌ ଟାଣିବାର ସୌକିନ ରଖିଥିବା ଲୋକ ଅଧିକ ଷ୍ଟ୍ରେସରେ ଥିଲେ ଅଧିକ ଧ୍ରୁମପାନ କରିଥାନ୍ତି। ସେମାନେ ବିଶ୍ୱାସ କରନ୍ତି କି, ସିଗାରେଟ୍‌ ଏକ ଷ୍ଟ୍ରେସ୍‌...

ମାଛ ମଡ଼କ ଯୋଗୁ ଏମର୍ଜେନ୍ସି

ଏଥେନ୍ସ:ଗ୍ରୀସ୍‌ର ଭୋଲୋସ ସହର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ହ୍ରଦ, ନଦୀ ଓ ବିଭିନ୍ନ ଜଳାଶୟଗୁଡ଼ିକରେ ଲକ୍ଷାଧିକ ମୃତ ମାଛ ପଡ଼ି ରହିଛନ୍ତି। ଏତେ...

ବିଶ୍ୱର ସବୁଠୁ ବୟସ୍କ କୁମ୍ଭୀର

ପ୍ରିଟୋରିଆ: ପୃଥିବୀର ସର୍ବ ପୁରାତନ ଜୀବଜନ୍ତୁମାନଙ୍କ ମଧ୍ୟରେ କୁମ୍ଭୀର ଅନ୍ୟତମ। ପ୍ରାୟତଃ ବିପଜ୍ଜନକ ଶିକାରୀ ଭାବେ କୁମ୍ଭୀର ଅନ୍ୟ ପ୍ରାଣୀମାନଙ୍କ ଉପରେ ଆକ୍ରମଣ କରିବାକୁ କୁଣ୍ଠାବୋଧ...

୨୦୨୫ରୁ ୭ ବର୍ଷ ଦେଖି ହେବନି ଶନି ବଳୟ

ଓ୍ବାଶିଂଟନ, ୪।୯: ସୌର ଜଗତରେ ଶନି ସୂର୍ଯ୍ୟଙ୍କଠାରୁ ଷଷ୍ଠ ଗ୍ରହ ହୋଇଥିବା ସହ ଏହା ଦ୍ୱିତୀୟ ବୃହତ୍ତମ ଗ୍ରହ ମଧ୍ୟ। ଏହି ଗ୍ରହର ଚାରିପଟେ ଏକ...

ପୃଥିବୀ ଉପରେ ବଡ଼ ବିପଦ! ଦ୍ରୁତ ଗତିରେ ମାଡି ଆସୁଛି ଭୟଙ୍କର ଗ୍ରହ, ସେପ୍ଟେମ୍ବରରେ…, ଆଲର୍ଟ ଜାରି କଲା ନାସା

ଏକ ଗ୍ରହ ସମ୍ବନ୍ଧରେ ନାସା ଏକ ସତର୍କ ସୂଚନା ଜାରି କରିଛି। ନାସା କହିଛି ଯେ ପ୍ରାୟ ୭୨୦ ଫୁଟର ଏକ ବିଶାଳ ଗ୍ରହ, ଯାହା...

୧୦୦ କିଲୋମିଟର ପର୍ଯ୍ୟନ୍ତ ଲାଗିଲା ଟ୍ରାଫିକ ଜାମ୍‌, ୧୨ ଦିନ ପରେ ଘରକୁ ଫେରିଲେ ଲୋକେ

ବେଜିଂ: ଦିଲ୍ଲୀ-ଏନସିଆର ହେଉ କିମ୍ବା ବେଙ୍ଗାଲୁରୁ ହେଉ, ଲୋକମାନେ ଟ୍ରାଫିକ ଜାମ୍‌ର ସମ୍ମୁଖୀନ ହେବା ସାଧାରଣ କଥା। ସେଥିପାଇଁ ଏଠାକାର ଲୋକମାନେ ଅଫିସ ଯିବାକୁ ଥିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri