୫୦୦୦ ଟଙ୍କା କମିଲା ରୁପା, ୧୬୦୦ଟଙ୍କା କମିଲା ସୁନା

ଭୁବନେଶ୍ୱର,୨୫।୪ (ଅଭୟ ଦାଶ): କ୍ରମାଗତ ଭାବେ ସୁନା ଓ ରୁପା ଦରରେ ହ୍ରାସ ଘଟିବାରୁ ଅଳଙ୍କାର ବଜାରରେ ସୁଧାର ଆସିଛି। ଏପରିକି ଦରବୃଦ୍ଧିକୁ ନେଇ ଆଶା ଓ ଆଶଙ୍କାରେ ଥିବା ଅଳଙ୍କାର ବ୍ୟବସାୟୀମାନେ କିଛି ପରିମାଣରେ ଆଶ୍ୱସ୍ତି ଲାଭ କରିଛନ୍ତି। ଏପରିକି ଗତ ୩ ଦିନ ମଧ୍ୟରେ ଘରୋଇ ବଜାର (ଭୁବନେଶ୍ୱର)ରେ ସୁନା ଦରରେ ପ୍ରାୟ ୧୫୦୦ରୁ ୧୬୦୦ଟଙ୍କା କମିଲା ସୁନା ରୂପା ଦର ମଧ୍ୟ ପ୍ରାୟ ୫୦୦୦ ଟଙ୍କା ହ୍ରାସ ହୋଇଛି ବୋଲି ଭୁବନେଶ୍ୱରର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନଗୁଡିକ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ରବିବାର ଘରୋଇ ବଜାରରେ ୨୨ କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୬୮,୦୫୦ଟଙ୍କାରେ କାରବାର ହେଉଥିଲାବେଳେ ବୁଧବାର ଏହି ବର୍ଗର ଦର ୬୬,୬୦୦ଟଙ୍କାରେ ବିକ୍ରି ହୋଇଛି। ସେହିଭଳି ୨୪ କ୍ୟାରେଟ ସୁନାର ଦର ପ୍ରତି ୧୦ ଗ୍ରାମ ପିଛା ସମାନ ଦିନରେ ୭୪, ୨୩୬ ଟଙ୍କା ଥିଲାବେଳେ ବୁଧବାର ଏହାର ଦର ୭୨,୬୫୪ଟଙ୍କାରେ କାରବାର ହେଉଥିଲା। ସେହିପରି ରୁପା ଦର ରବିବାର ପ୍ରାୟ ୮୮,୦୦୦ ଟଙ୍କାରେ କାରବାର ହେଉଥିଲାବେଳେ ବୁଧବାର ଏହାର ମୂଲ୍ୟ ୮୩,୦୦୦ ଟଙ୍କାରେ ବିକ୍ରି ହେଉଛି।

ଅପରପକ୍ଷରେ ଆଗକୁ ଅକ୍ଷୟ ତୃତୀୟା ଭଳି ପ୍ରମୁଖ ପର୍ବ ଆସୁଥିବାରୁ ଅଳଙ୍କାର ବ୍ୟବସାୟୀମାନେ ନୂଆ ନୂଆ ଡିଜାଇନ ଓ ଅଫର ସାଙ୍ଗକୁ ଆକର୍ଷଣୀୟ ରିହାତି ସମ୍ପର୍କରେ ଘୋଷଣା କରୁଥିବାବେଳେ ଉଭୟ ଗ୍ରାହକ ଓ ବ୍ୟବସାୟୀ ଦରବୃଦ୍ଧିରେ ସୁଧାର ଯୋଗୁ ଖୁସି ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

ରିଲାଏନ୍ସ ଜିଓର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୬।୧୦(ଅଭୟ ଦାଶ): ରିଲାଏନ୍ସ ଜିଓର ନୂତନ ଉତ୍ପାଦ ‘ଜିଓଭାରତ ଭି୩ ଏବଂ ଜିଓ ଭାରତ ଭି୪’ ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି ଏହି ୨ ନୂଆ...

ମାମାଆର୍ଥ ସହ ମିଶୋର ବୁଝାମଣା

ନୂଆଦିଲ୍ଲୀ,୧୬।୧୦: ଭାରତରେ ଦ୍ରୁତ ବୃଦ୍ଧି ପାଉଥିବା ପର୍ସନାଲ କେୟାର ବ୍ରାଣ୍ଡ୍‌ ମାମାଆର୍ଥ ଏବଂ ଇ-କର୍ମସ ପ୍ଲାଟ୍‌ଫର୍ମ ମିଶୋ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି।...

ଭାରତୀୟ ଡେଟା ସେଣ୍ଟରରେ ଭାରତର ଡେଟା ରହୁ: ଆକାଶ

ନୂଆଦିଲ୍ଲୀ,୧୬।୧୦: ଭାରତରେ ଡେଟା ସୃଷ୍ଟି ହେବାର ଆକାର ଏବଂ ଗତି ବେଶ୍‌ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏପରିକି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସହିତ ଆହୁରି...

ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୪୯%

ଭୁବନେଶ୍ୱର,୧୫ା୧୦(ଅନୁରାଧା ମହାରଣା): ପନିପରିବା ମୂଲ୍ୟରେ ବ୍ୟାପକ ବୃଦ୍ଧି ହେତୁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ତୀବ୍ର ବୃଦ୍ଧି ଘଟିଛି। ଗତ ୯ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ଖୁଚୁରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri