Posted inଜାତୀୟ

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା ସୁଦ୍ଧା ହାରାହାରି ମତଦାନ ହାର ୬୦.୭ ପ୍ରତିଶତ ରହିଥିବା ରେକର୍ଡ କରାଯାଇଛି। ବାର୍‌ମେର-ଜୟସାଲମେରରେ କାଁଭାଁ ଗଣ୍ଡଗୋଳ, ଜାଲ୍‌ ଭୋଟିଂ ଅଭିଯୋଗକୁ ବାଦ୍‌ଦେଲେ ମତଦାନ ମୋଟାମୋଟି ଶାନ୍ତିପୂର୍ଣ୍ଣ ହୋଇଛି। ଉତ୍ତରପ୍ରଦେଶର ମଥୁରା, ରାଜସ୍ଥାନର ବନସ୍ବରା ଏବଂ ମହାରାଷ୍ଟ୍ରର ପରଭାନି ଆସନର କେତେକ ଗାଁରେ ଲୋକେ ବିଭିନ୍ନ କାରଣକୁ ନେଇ ଭୋଟ ବର୍ଜନ କରିଥିଲେ। ସେମାନଙ୍କୁ ମତାଧିକାର ସାବ୍ୟସ୍ତ କରିବା ନିମନ୍ତେ ପ୍ରଶାସନ ପକ୍ଷରୁ ବୁଝାଶୁଝା କରାଯାଇଥିଲା।
ସକାଳ ୭ରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା। କେତେକ ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ମଧ୍ୟରେ ମତଦାନ କେନ୍ଦ୍ରଗୁଡ଼ିକରେ ଭୋଟରଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ୫ଟା ସୁଦ୍ଧା ତ୍ରିପୁରାରେ ସର୍ବାଧିକ ୭୭.୫୩ ପ୍ରତିଶତ ମତଦାନ ହୋଇଥିବାବେଳେ ଉତ୍ତରପ୍ରଦେଶରେ ସର୍ବନିମ୍ନ ୫୨.୭୪ ପ୍ରତିଶତ ଭୋଟିଂ ହୋଇଥିବା ନିର୍ବାଚନ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି। ରାଜସ୍ଥାନର ୧୩ ନିର୍ବାଚନ ମଣ୍ଡଳୀରେ ୫ଟା ସୁଦ୍ଧା ୫୯.୧୯ ପ୍ରତିଶତ ମତଦାନ ହୋଇଥିତ୍ବାବେଳେ ବାଗିଡୋରା ବିଧାନସଭା ଆସନ ପାଇଁ ଉପନିର୍ବାଚନରେ ୭୩.୨୫% ଭୋଟିଂ ହୋଇଛି। କେରଳରେ ୬୩.୯୭ ପ୍ରତିଶତ ମତଦାନ ହୋଇଥିବାବେଳେ କେତେକ ବୁଥ୍‌ରେ ଇଭିଏମ୍‌ ଖରାପ ହୋଇଥିବା ଅଭିଯୋଗ ହୋଇଥିଲା। ସେହିପରି ଛତିଶଗଡ଼ରେ ୭୨.୧୩ ପ୍ରତିଶତ ଭୋଟିଂ ହୋଇଥିବାବେଳେ ମଧ୍ୟପ୍ରଦେଶରେ ୫୪.୮୩ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। କର୍ନାଟକରେ ୬୩.୯୦% ଏବଂ ମଣିପୁରରେ ୭୬.୦୬% ମତଦାନ ହୋଇଛି।
କେରଳର ୨୦ ଆସନ ସମେତ କର୍ନାଟକର ୧୪, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରର ୮ଟି ଲେଖାଏ ଆସନ, ମଧ୍ୟପ୍ରଦେଶର ୭, ଆସାମ ଓ ବିହାରର ୫ଟି ଲେଖାଏ ଆସନ , ପଶ୍ଚିମବଙ୍ଗ ଓ ଛତିଶଗଡ଼ର ୩ଟି ଲେଖାଏ ଏବଂ ଜମ୍ମୁ-କଶ୍ମୀର, ମଣିପୁର ଓ ତ୍ରିପୁରାର ଗୋଟିଏ ଲେଖାଏ ଆସନରେ ମତଦାନ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ କଂଗ୍ରେସର ରାହୁଲ ଗାନ୍ଧୀ, କେ.ସି. ବେଣୁଗୋପାଳ, ଭୂପେଶ ବଘେଲ, ଶଶୀ ଥରୁର ଏବଂ ଅଶୋକ ଗେହଲଟ୍‌ଙ୍କ ପୁଅ ବୈଭବ ଗେହଲଟ୍‌ ଥିବାବେଳେ ଭାଜପାରୁ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, ହେମା ମାଳିନୀ, ଅରୁଣ ଗୋଭିଲ, ତେଜସ୍ବୀ ସୂର୍ଯ୍ୟ ଏବଂ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ପ୍ରମୁଖଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଛି।
ପାଲାକ୍କାଡ, ଆଲାପୁଝା ଏବଂ ମାଲାପୁରମ୍‌ରେ ଭୋଟ ଦେଲାବେଳେ ଜଣେ ଲେଖାଏ ମତଦାତାଙ୍କ ମୃତ୍ୟୁ ଘଟିଛି। କୋଝିକୋଡ୍‌ର ଏକ ବୁଥ୍‌ରେ ଜଣେ ପୋଲିଂ ଏେଣ୍ଟେଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ନିର୍ବାଚନ ଡ୍ୟୁଟିରେ ଥିବା ମଧ୍ୟପ୍ରଦେଶ ସ୍ବତନ୍ତ୍ର ସଶସ୍ତ୍ର ବଳର ଜଣେ ଯବାନ ନିଜ ସର୍ଭିସ୍‌ ରାଇଫଲରୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri