ରାଇଟ୍ସର ସୁବର୍ଣ୍ଣ ଜୟନ୍ତୀ

ଭୁବନେଶ୍ୱର,୨୭।୪(ଅନୁରାଧା ମହାରଣା): ରାଇଟ୍ସ ଲିମିଟେଡ୍‌ର ପୂର୍ବତଟ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ସୁବର୍ଣ୍ଣ ଜୟନ୍ତୀ ଉସତ୍ବ ଅନୁଷ୍ଠିତ ହୋଇଯାଇଛି। ରେଲୱେ ଅଡିଟୋରିୟମରେ କାର୍ଯ୍ୟକ୍ରମରେ ଏମକେ ଶର୍ମା ସ୍ବାଗତ ଭାଷଣ ଦେବା ପରେ ଆଞ୍ଚଳିକ ମୁଖ୍ୟ ଅନିଲ ପାକାଶ (ଜିଜିଏମ) ରାଇଟ୍ସ ସଫଳତାର ଯାତ୍ରା ଉପରେ ଆଲୋକପାତ କରିଥିଲେ। ରେଳ ମନ୍ତ୍ରଣାଳୟର ପ୍ରଶାସନିକ ନିୟନ୍ତ୍ରଣ ଅଧୀନରେ କାର୍ଯ୍ୟ କରୁଥିବା ରାଇଟ୍ସ ଲିମିଟେଡ୍‌ ୧୯୭୪ ଏପ୍ରିଲ ୨୬ରେ ସ୍ଥାପିତ ହୋଇଥିଲା। ନୂଆଦିଲ୍ଲୀରେ ଥିବା ଭାରତୀୟ ରେଳବାଇର ମୁଖ୍ୟ କାର୍ଯ୍ୟାଳୟ ସହିତ ଏକ ଇଞ୍ଜିନିୟରିଂ ପରାମର୍ଶଦାତା ଶାଖା ଭାବରେ ରାଇଟ୍ସ ଆରମ୍ଭ ହୋଇଥିଲା। ଏହା ପରେ କମ୍ପାନୀ ରାଜପଥ, ସେତୁ, ରୋପୱେ, ଟନେଲ, ବୃହତ ବିଲ୍ଡିଂ ପ୍ରକଳ୍ପ ଏବଂ ସମ୍ପତ୍ତି ବିକାଶ, ବିମାନବନ୍ଦର, ସମୁଦ୍ର ବନ୍ଦର, ବନ୍ଦର, ସମନ୍ବିତ ଚେକ ପୋଷ୍ଟ ସହିତ ଅର୍ବାନ ଇନଫ୍ରା, ଟ୍ରାଞ୍ଜାକ୍ସନ ଟେକ୍ନୋଲୋଜି, ଆଡଭାଇଜରୀ-ପ୍ରୋକ୍ୟୁରମେଣ୍ଟ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ଇତ୍ୟାଦି ଭଳି ବୃହତ କ୍ଷେତ୍ରରେ ଏହାର କାର୍ଯ୍ୟ କ୍ଷେତ୍ରକୁ ବିସ୍ତାର କରିଛି। ଏହାର ବର୍ତ୍ତମାନର ସିଏମଡି ରାହୁଲ ମିତ୍ତଲଙ୍କ ଦକ୍ଷ ନେତୃତ୍ୱରେ ରାଇଟ୍ସ ବିଶ୍ୱର ୫୫ଟି ଦେଶରେ ଏହାର ବୈଷୟିକ ସେବା ପ୍ରଦାନ କରି ଅନ୍ତର୍ଜାତୀୟ ସ୍ତରରେ ରେକର୍ଡ କାରବାର ହାସଲ କରିଛି। ରାଇଟ୍ସ ୨୦୨୩ରେ ଏକ ନବରତ୍ନ କମ୍ପାନୀରେ ପରିଣତ ହୋଇଥିଲା ବୋଲି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

ରିଲାଏନ୍ସ ଜିଓର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୬।୧୦(ଅଭୟ ଦାଶ): ରିଲାଏନ୍ସ ଜିଓର ନୂତନ ଉତ୍ପାଦ ‘ଜିଓଭାରତ ଭି୩ ଏବଂ ଜିଓ ଭାରତ ଭି୪’ ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି ଏହି ୨ ନୂଆ...

ମାମାଆର୍ଥ ସହ ମିଶୋର ବୁଝାମଣା

ନୂଆଦିଲ୍ଲୀ,୧୬।୧୦: ଭାରତରେ ଦ୍ରୁତ ବୃଦ୍ଧି ପାଉଥିବା ପର୍ସନାଲ କେୟାର ବ୍ରାଣ୍ଡ୍‌ ମାମାଆର୍ଥ ଏବଂ ଇ-କର୍ମସ ପ୍ଲାଟ୍‌ଫର୍ମ ମିଶୋ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି।...

ଭାରତୀୟ ଡେଟା ସେଣ୍ଟରରେ ଭାରତର ଡେଟା ରହୁ: ଆକାଶ

ନୂଆଦିଲ୍ଲୀ,୧୬।୧୦: ଭାରତରେ ଡେଟା ସୃଷ୍ଟି ହେବାର ଆକାର ଏବଂ ଗତି ବେଶ୍‌ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏପରିକି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସହିତ ଆହୁରି...

ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୪୯%

ଭୁବନେଶ୍ୱର,୧୫ା୧୦(ଅନୁରାଧା ମହାରଣା): ପନିପରିବା ମୂଲ୍ୟରେ ବ୍ୟାପକ ବୃଦ୍ଧି ହେତୁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ତୀବ୍ର ବୃଦ୍ଧି ଘଟିଛି। ଗତ ୯ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ଖୁଚୁରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri