ଜଙ୍ଗଲ ନିଆଁରେ ଓଡ଼ିଶା ଦେଶରେ ପ୍ରଥମ

ଭୁବନେଶ୍ୱର,୨୮ା୪(ଅସମାପିକା ସାହୁ)ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବାବେଳେ ଜଙ୍ଗଲ ନିଆଁ ବନ ବିଭାଗକୁ ଚିନ୍ତାରେ ପକାଇଦେଇଛି। ତେବେ ବନ ବିଭାଗର ତ୍ୱରିତ ପଦକ୍ଷେପ ଏବଂ ସମସ୍ତ ବ୍ୟବସ୍ଥା ଯୋଗୁ ଗତବର୍ଷ ତୁଳନାରେ ରାଜ୍ୟରେ ଜଙ୍ଗଲ ନିଆଁ କମ୍‌ ଥିବା ଜଣାପଡ଼ିଛି। ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ(ଏଫ୍‌ଏସ୍‌ଆଇ)ର ତଥ୍ୟାନୁସାରେ, ସାରା ଦେଶରେ ଶନିବାର ୧୪୦ଟି ସ୍ଥାନରେ ବଡ଼ ଧରଣର ଜଙ୍ଗଲ ନିଆଁ ଲାଗିଥିବାବେଳେ ଓଡ଼ିଶାରେ ସର୍ବାଧିକ ୪୧ଟି ସ୍ଥାନରେ ଲାଗିଛି। ସେହିପରି ବଡ଼ ଧରଣର ଜଙ୍ଗଲ ନିଆଁ ଲାଗିବାରେ ଗତ ୨୦ତାରିଖରୁ ୭ଦିନ ମଧ୍ୟରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନରେ ରହିଛି। ତେବେ ଗତବର୍ଷ ତୁଳନାରେ ରାଜ୍ୟରେ ଜଙ୍ଗଲ ନିଆଁ କମ୍‌ ରହିଛି। ଗତବର୍ଷ ଏହି ସମୟରେ ୩୮ହଜାରରୁ ଉର୍ଦ୍ଧ୍ୱ ସ୍ଥାନରେ ନିଆଁ ଲାଗିଥିବା ବେଳେ ଏବର୍ଷ ୧୬ହଜାରରୁ ଅଧିକ ସ୍ଥାନରେ ନିଆଁ ଚିହ୍ନଟ ହୋଇଛି। ସେହିଭଳି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣରେ ଚଳିତବର୍ଷ ଶନିବାର ସୁଦ୍ଧା ୩୧୮ଟି ପଏଣ୍ଟରେ ନିଆଁ ଚିହ୍ନଟ ହୋଇଛି।

ଏଫ୍‌ଏସ୍‌ଆଇର ଗତ ୫ବର୍ଷର ତଥ୍ୟକୁ ଦେଖିଲେ ଶିମିଳିପାଳରେ ଚଳିତ ବର୍ଷ କମ୍‌ ସ୍ଥାନରେ ନିଆଁ ଲାଗିଥିବା ଦେଖାଯାଇଛି। ୨୦୨୦ରେ ଜାନୁଆରୀରୁ ଏପ୍ରିଲ ମାସ ଭିତରେ ୫୯୯ଟି ସ୍ଥାନରେ ଜଙ୍ଗଲ ନିଆଁ ଚିହ୍ନଟ ହୋଇଥିବାବେଳେ ୨୦୨୧ରେ ୨,୮୬୧, ୨୦୨୨ରେ ୩୧୯, ୨୦୨୩ରେ ୧,୪୫୬ଟି ସ୍ଥାନରେ ନିଆଁ ଲାଗିଥିବା ଚିହ୍ନଟ ହୋଇଛି। ତେବେ ଗତ ଜାନୁଆରୀରୁ ଏପ୍ରିଲ ୨୭ ମଧ୍ୟରେ ଶିମିଳିପାଳରେ ୩୧୮ଟି ସ୍ଥାନରେ ନିଆଁ ଲାଗିଥିବା ଜଣାପଡ଼ିଛି। ବନ ବିଭାଗର ସୂଚନାନୁସାରେ, ଶିମିଳିପାଳରେ ୩୦୦ ଫାୟାର ସ୍କ୍ବାଡ୍‌ ନିୟୋଜିତ ହୋଇଥିବାବେଳେ ୩୦ଜଣ ପୂର୍ବତନ କର୍ମଚାରୀ, ଓଡ୍ରାଫର ୫୨ଜଣ, ୨୨ଟି ସ୍ବତନ୍ତ୍ର ଗାଡ଼ି, ଫାୟାର ସ୍କ୍ବାଡ୍‌ ପାଇଁ ୨୦ଟି ଗାଡ଼ି, ଫାୟାର ବ୍ଲୋୟର୍ସ ୪୬୦ଟି ଦିଆଯାଇଛି। ସେପଟେ ଜଙ୍ଗଲ ନିଆଁ ୯୦ପ୍ରତିଶତ ମନୁଷ୍ୟକୃତ ହୋଇଥାଏ। ଶିକାର କରିବା ପାଇଁ ହେଉ ବା ମହୁଲ ଆଣିବା ପାଇଁ ଜଙ୍ଗଲରେ ଅଧିକାଂଶ ସ୍ଥାନରେ ନିଆଁ ଲଗାଇଥାନ୍ତି। ଏଭଳି ସ୍ଥଳରେ ସେମାନଙ୍କୁ ଧରିବା ପାଇଁ ମଧ୍ୟ ବନ ବିଭାଗ ଏଥର କଡ଼ା ପଦକ୍ଷେପ ଗ୍ରହଣ କରିଛି। ଏହି ଘଟଣାରେ ୬୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ବନ ବିଭାଗ ଧରିସାରିଲାଣି। ଶୁକ୍ରବାର ବିଳମ୍ବିତ ରାତିରେ ବନ ବିଭାଗ ତରଫରୁ ତିନିଜଣଙ୍କୁ ଗିରଫ କରାଯାଇଛି। କଳାହାଣ୍ଡି ଜିଲାର କର୍ଲାପାଟ ଅଭୟାରଣ୍ୟରେ ତିନିଜଣ ଜଙ୍ଗଲ ନିଆଁ ଲଗାଇବାକୁ ଯାଉଥିବାବେଳେ କ୍ୟାମେରା ଟ୍ରାପ୍‌ରେ ଧରାପଡ଼ିଥିଲେ। ବିଭାଗ ସେମାନଙ୍କୁ ଧରିବା ସହିତ ଦୁଇଟି ଦେଶୀ ରାଇଫଲ ଜବତ କରିଛି। ସେପଟେ କ୍ୟାମେରା ଯୋଗୁ ଏବେ ଶିକାର କରିବାକୁ ଯାଉଥିବା ଶିକାରୀ ବି ଧରାପଡ଼ିଯାଉଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ନୟାଗଡ଼ ଦଶପଲ୍ଲାରେ ତିନିଜଣ ଶିକରୀଙ୍କୁ କ୍ୟାମେରା ଟ୍ରାପ୍‌ରେ କ୍ଷେତ୍ରୀୟ କର୍ମଚାରୀ ଧରିଛନ୍ତି। ସେମାନଙ୍କୁ ଗିରଫ କରିବା ସହିତ ତାଙ୍କ ପାଖରୁ ଗୋଟିଏ ବନ୍ଧୁକ, ଶମ୍ବର ଏବଂ କୁଟୁରା ଶିଙ୍ଘ ମଧ୍ୟ ଜବତ କରାଯାଇଛି। ସୂଚନାଯୋଗ୍ୟ, ଗତ ମାସରେ ବିଭାଗ ଓଡ଼ଗାଁ, ନୟାଗଡ଼, ଖଣ୍ଡପଡ଼ାରୁ ୬ଟି ବନ୍ଧୁକ ଜବତ କରିବା ସହିତ ବହୁଜଣଙ୍କୁ ଗିରଫ କରିବାରେ ସଫଳତା ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri