ଅପରାଧପ୍ରବଣ ରାଉରକେଲା ରେଳଷ୍ଟେଶନ

ରାଉରକେଲା,୨୮ା୪(ସଙ୍ଗୀତା ଜେନା)ଦକ୍ଷିଣ ପୂର୍ବ ରେଳପଥ ଅଧୀନରେ ଥିବା ରାଉରକେଲା ରେଳ ଷ୍ଟେଶନର ପ୍ରମୁଖତା ରହିଆସିଛି। ଦୂରଦୂରାନ୍ତକୁ ଯାତ୍ରା କରିବା ପାଇଁ ପ୍ରତିଦିନ ଏହି ଷ୍ଟେଶନକୁ ହଜାର ହଜାର ଯାତ୍ରୀ ଆସିଥାନ୍ତି। ହେଲେ ପ୍ଲାଟ୍‌ଫର୍ମରେ ସୁରକ୍ଷା ଅବହେଳା ଯୋଗୁ ଏହା ଦିନକୁ ଦିନ ଅପରାଧପ୍ରବଣ ହେଉଥିବା ଅଭିଯୋଗ ହୋଇଛି। ଏଠାରେ ନିଶାସକ୍ତ ଅବସ୍ଥାରେ ନାବାଳକମାନେ ଯାତ୍ରୀଙ୍କୁ ଛୁରାମାଡ଼କରି ଲୁଟପାଟ କରୁଛନ୍ତି। ଏହି ନାବାଳକଙ୍କ ଟାର୍ଗେଟରେ ଦୂରଗାମୀ ଟ୍ରେନ୍‌ଯାତ୍ରୀମାନେ ରହିଛନ୍ତି। ସନ୍ଧ୍ୟା କିମ୍ବା ରାତି ସମୟରେ ଟ୍ରେନ୍‌ଗୁଡିକ ପ୍ଲାଟ୍‌ଫର୍ମ ୪ ଓ ୫ରେ ରହିଲେ ଯାତ୍ରୀମାନେ ଚଳପ୍ରଚଳ ପାଇଁ ଓହ୍ଲାଇଥାନ୍ତି। ଏହାର ସୁଯୋଗ ନେଇ ସେମାନ ଯାତ୍ରୀଙ୍କୁ ଆକ୍ରମଣକରି ମୋବାଇଲ, ଟଙ୍କା, ସୁନାଗହଣା ଲୁଟ୍‌ କରୁଥିବା ରାଉରକେଲା ରେଳବାଇ ସୁରକ୍ଷା ବଳ ଓ ଜିଆର୍‌ପି ଥାନାରେ ଅଭିଯୋଗ ହୋଇଛି। ମାର୍ଚ୍ଚ ୨୩ରେ ଉତ୍ତରପ୍ରେଦଶର ୪ ଜଣ ଯୁବକ ବିହାର ଯାତ୍ରା କରୁଥିଲେ। ରାଉରକେଲା ଷ୍ଟେଶନରେ ଟ୍ରେନ୍‌ ରହିବା ପରେ ଜଣେ ଯୁବକ ପରିସ୍ରା କରିବା ପାଇଁ ପ୍ଲାଟ୍‌ଫର୍ମର ଅନ୍ଧାରୁଆ ସ୍ଥାନକୁ ଯାଇଥିଲେ। ସେଠାରେ ଉକ୍ତ ଯାତ୍ରୀଙ୍କୁ ସଂଘବଦ୍ଧ ଭାବେ କେତେଜଣ ନାବାଳକ ଛୁରାମାଡ଼ କରିଥିଲେ। ଏନେଇ ସେ ଜିଆର୍‌ପିରେ ଅଭିଯୋଗ କରିଥିଲେ। ସେହିପରି ୨ ଦିନ ପୂର୍ବେ ସମାନ ପ୍ଲାଟ୍‌ଫର୍ମରେ ଝାଡ଼ଖଣ୍ଡର ଜଣେ ଯାତ୍ରୀଙ୍କୁ ଛୁରିରେ ଆକ୍ରମଣକରି ତାଙ୍କଠାରୁ ଦାମୀ ମୋବାଇଲ ଓ ଟଙ୍କା ଲୁଟ୍‌କରି ନେଇଛନ୍ତି। ଏହାର ଅଭିଯୋଗ ପରେ ପୋଲିସ ୨ ଜଣ ନାବାଳକଙ୍କ ସମେତ ୨ ଯୁବକଙ୍କୁ ଗିରଫ କରିଥିଲା। ଅଧିକ ସଂଖ୍ୟାରେ ମୋବାଇଲ ଛିନ୍‌ତାଇ କରାଯାଉଥିବା ଅଭିଯୋଗ ମଧ୍ୟ ହୋଇଛି। ରାଉରକେଲା ରେଳବାଇ ସୁରକ୍ଷା ବଳର ସୂଚନା ଅନୁଯାୟୀ, ଚଳିତ ବର୍ଷ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ୧୬ରୁ ଊର୍ଦ୍ଧ୍ୱ ମୋବାଇଲ ଓ ଦାମୀ ସାମଗ୍ରୀ ଛିନ୍‌ତାଇ ହୋଇଛି। ଏହାର ଅଦ୍ୟାବଧି ତଦନ୍ତ ଜାରି ରହିଛି। ପ୍ଲାଟ୍‌ଫର୍ମରେ ଥିବା ବ୍ୟବସାୟୀଙ୍କ ମତରେ ପ୍ଲାଟ୍‌ଫର୍ମ ୧,୨ ଓ ୩ ରେ କମ୍‌ ଅପରାଧ ହେଉଥିବା ବେଳେ ଅଧିକ ଆପରାଧିକ ମାମଲା ୪ ଓ ୫ ପ୍ଲାଟ୍‌ଫର୍ମରେ ହେଉଛି। ଏ ସମ୍ପର୍କରେ ଷ୍ଟେଶନର ସୁରକ୍ଷା ବଳ (ଆର୍‌ପିଏଫ୍‌) ଅଧିକାରୀ ଗୌତମ ପ୍ରସାଦ ଗାନ୍ଧୀଙ୍କୁ ପଚାରିବାରୁ, ପ୍ଲାଟ୍‌ଫର୍ମ ୪ ଓ ୫ ବନ୍ଧମୁଣ୍ଡା ଓ ଚକ୍ରଧରପୁର ଡାଉନ୍‌ଲାଇନରେ ରହିଛି। ଉକ୍ତ ପ୍ଲାଟ୍‌ଫର୍ମର ୪୦-୫୦ ମିଟର ପରେ ବିସ୍ତୀର୍ଣ୍ଣ ପଡ଼ିଆ। ରେଳବାଇ ସେଡ୍‌ ଓ ସିଆଇଏସ୍‌ଏଫ୍‌ର ଅବ୍ୟବହୃତ ଗୋଦାମ ରହିଛି। ଏହା ଶୂନ୍‌ଶାନ ଅଞ୍ଚଳ। ଏଠାରେ ରେଳ ବିଭାଗର ପାଚେରି ଥିଲେ ମଧ୍ୟ ତାହାକୁ ସ୍ଥାନୀୟ ଲୋକେ ଭାଙ୍ଗି ସେହି ରାସ୍ତାରେ ଯା’ଆସ କରୁଛନ୍ତି। ଅପରପକ୍ଷରେ, ଡେନ୍‌ଡ୍ରାଇଟ୍‌ ଓ ଡ୍ରଗ୍ସ ସେବନ କରୁଥିବା ନାବାଳକମାନେ ଏହି ପ୍ରକାର ଅପରାଧ ଘଟାଉଛନ୍ତି। ନିୟମିତ ପାଟ୍ରୋଲିଂ ହେଉଛି। ଷ୍ଟେଶନ ପରିସର ଓ ଟ୍ରେନ୍‌ଗୁଡ଼ିକରେ ସୁରକ୍ଷା ଦିଆଯାଉଛି। କର୍ମଚାରୀ ଅଭାବ ଯୋଗୁ ପ୍ଲାଟ୍‌ଫର୍ମରେ କର୍ମଚାରୀ ଅଧିକ ସମୟ ପାଟ୍ରୋଲିଂ କରୁପାରୁନାହାନ୍ତି। ପ୍ଲାଟ୍‌ଫର୍ମ ସଂଲଗ୍ନ ଜନବସତିରେ ମାଷ୍ଟରମାଇଣ୍ଡ ଅପରାଧୀମାନେ ନାବାଳକଙ୍କୁ ବିିଭିନ୍ନ ଅପରାଧ କାର୍ଯ୍ୟରେ ନିୟୋଜିତ କରୁଛନ୍ତି। ଅନେକ ସମୟରେ ଜିଆର୍‌ପି ଓ ଆର୍‌ପିଏଫ୍‌ ପକ୍ଷରୁ ମିଳିତ ଅଭିଯାନ କରାଯାଉଛି। ତେବେ ନାବାଳକ ଅପରାଧୀଙ୍କ ସଂଖ୍ୟା ଅଧିକ ରହିଛି। ସେମାନଙ୍କ ନାମରେ ଏକାଧିକ ମାମଲା ରହିଛି ବୋଲି ଆର୍‌ପିଏଫ୍‌ ଅଧିକାରୀ ଗାନ୍ଧୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri