ଆଞ୍ଚଳିକ ସମସ୍ୟା ପ୍ରତି ବିତୃଷ୍ଣାର ପ୍ରତିଫଳନ ନୋଟା

କେନ୍ଦ୍ରାପଡ଼ା,୨୮ା୪ (ଜଗନ୍ନାଥ ଧଳ)ଦେଶରେ ଭୋଟଦାନ ଚାଲିଛି। ଏଭଳି ସମୟରେ ପ୍ରାର୍ଥୀଙ୍କ ବିଷୟରେ ଯେଭଳିି ଚର୍ଚ୍ଚା ହେଉଛି ନୋଟା (ନନ୍‌ ଅଫ୍‌ ଦି ଏବଭ) ମଧ୍ୟ ଆଲୋଚନା ପରିସରକୁ ଆସୁଛି। ଭୋଟର ଯେତେବେଳେ କୌଣସି ପ୍ରାର୍ଥୀଙ୍କୁ ଯୋଗ୍ୟ ଭାବୁନାହାନ୍ତି ସେତେବେଳେ ନୋଟା ବଟନ୍‌ ଚିପୁଛନ୍ତି। ନୋଟା ସଂକ୍ରାନ୍ତରେ ନିକଟରେ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଖଲ କରାଯାଇଥିଲା। ସେଥିରେ ଆବେଦନକାରୀ ଦର୍ଶାଇଥିଲେ ଯେ, ଯଦି କୌଣସି ପ୍ରାର୍ଥୀ ନୋଟାଠାରୁ କମ୍‌ ଭୋଟ ପାଉଛନ୍ତି, ତାହା ହେଲେ ତାଙ୍କୁ ୫ ବର୍ଷ ପାଇଁ ନିର୍ବାଚନ ଲଢ଼ିବାକୁ ଦିଆ ନ ଯାଉ। ଏ ସମ୍ବନ୍ଧରେ ଜବାବ ରଖିବାକୁ ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ କହିଛନ୍ତି।
ଏହି ପରିପ୍ରେକ୍ଷୀରେ ଦେଖିଲେ ୨୦୧୯ ନିର୍ବାଚନରେ କେନ୍ଦ୍ରାପଡ଼ା ଜିଲାରେ ଇଭିଏମ୍‌ରେ ନୋଟା ବଟନ ବହୁଳ ବ୍ୟବହାର ହୋଇଥିବା ଖବର ଆସିଥିଲା। ଏହି ଲୋକ ସଭା ନିର୍ବାଚନରେ ଏସ୍‌ପି ପ୍ରାର୍ଥୀ ରବୀନ୍ଦ୍ର ନାଥ ବେହେରା (୫,୧୩୮), କୃପା ପାର୍ଟିର ପ୍ରାର୍ଥୀ ଶ୍ରୀକାନ୍ତ ସାମଲ (୧,୮୬୮), ସ୍ବାଧୀନ ପ୍ରାର୍ଥୀ ସନ୍ତୋଷ କୁମାର ଦାସ (୧,୪୫୬) ଓ ସନ୍ତୋଷ କୁମାର ପାତ୍ର (୨,୨୮୧) ନୋଟା (୬,୫୮୮)ଠାରୁ କମ୍‌ ଭୋଟ ପାଇଥିଲେ। କେନ୍ଦ୍ରାପଡ଼ା ଜିଲାବାସୀ ଅନେକ ବର୍ଷ ଧରି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରାଜନେତା ଓ ପ୍ରଶାସକଙ୍କ ଦୃଷ୍ଟିକୁ ଏହି ସମସ୍ୟାଗୁଡ଼ିକ ବାରମ୍ବାର ଅଞ୍ଚଳବାସୀ ଆଣୁଥିଲେ ମଧ୍ୟ ସମାଧାନ ହେଉନାହିଁ। ଏହାର ପ୍ରତିଫଳନ ନୋଟାରେ ଦେଖିବାକୁ ମିଳିଥିଲା ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। ୨୦୧୯ ଲୋକ ସଭା ନିର୍ବାଚନରେ ଏହି ଆସନରେ ମୋଟ ୧୨,୩୮,୪୮୮ ଜଣ ମତଦାନ କରିଥିଲେ। ଏଥିରେ ବିଜେଡି, ଭାଜପା ଓ କଂଗ୍ରେସ ବ୍ୟତୀତ ଅନ୍ୟ କୌଣସି ପାର୍ଟି ଅଥବା ସ୍ବାଧୀନ ପ୍ରାର୍ଥୀ ନୋଟାରୁ ଅଧିକ ଭୋଟ ପାଇ ନ ଥିଲେ। ନୋଟାକୁ ୬,୫୮୮ ଖଣ୍ଡ ଭୋଟ ଯାଇଥିବା ବେଳେ ୨ଟି ପାର୍ଟିର ପ୍ରାର୍ଥୀ ଓ ୨ ସ୍ବାଧୀନ ପ୍ରାର୍ଥୀଙ୍କୁ ଏହାଠାରୁ କମ୍‌ ଭୋଟ ମିଳିଥିଲା। ସେହିପରି ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀରେ ମଧ୍ୟ ଏପରି ସ୍ଥିତି ଦେଖାଯାଇଥିଲା।

ଏ ସମ୍ପର୍କରେ ଆଇନଜୀବୀ ବିଧୁଭୂଷଣ ମହାପାତ୍ର କହିଛନ୍ତି, ଅଧିକ ସଂଖ୍ୟକ ନୋଟା ଭୋଟ ଆଞ୍ଚଳିକ ସମସ୍ୟାର ସମାଧାନ ପାଇଁ ଏକ ରାଜନୈତିକ ଆହ୍ବାନ। ଉପଯୁକ୍ତ ପ୍ରାର୍ଥୀ ନ ମିଳିଲେ ମତଦାତା ନୋଟାକୁ ଭୋଟ ଦେଇପାରିବେ। ସାମାଜିକ କର୍ମୀ ଗଣେଶ ଚନ୍ଦ୍ର ସାମଲ କହିଛନ୍ତି, ଗତ ନିର୍ବାଚନରେ ଆଞ୍ଚଳିକ ସମସ୍ୟାକୁ ନେଇ କେନ୍ଦ୍ରାପଡ଼ା ଜିଲାରେ ଏପରି ସ୍ଥିତି ଦେଖାଦେଇଥିଲା। ଆଳି, ରାଜନଗର, ରାଜକନିକା ଧୋୟା ଅଞ୍ଚଳରେ ରାସ୍ତା ନ ଥିବା ଦର୍ଶାଇ କେତେଗୋଟି ବୁଥ୍‌ରେ ସର୍ବାଧିକ ଭୋଟ ନୋଟାକୁ ଯାଇଥିଲା। ଏପରିକି ପ୍ରଚାର ସମୟରେ ରାଜନେତାଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସେହିପରି ଜିଲାରେ ଦାଦନ ସମସ୍ୟା, କ୍ଷେତକୁ ଜଳ ପରିଚାଳନା, ସରକାରୀ ଯୋଜନା ଆବଣ୍ଟନ ଆଦି କ୍ଷେତ୍ରରେ ଜନ ବିରୋଧ ଅଛି। ସ୍ଥାନୀୟ ସମସ୍ୟା ସମାଧାନ ନ ହେଲେ ଭୋଟର ନୋଟାକୁ ପସନ୍ଦ କରୁଥିବା ସେ ମତ ରଖିଛନ୍ତି।

ସାମାଜିକ କର୍ମୀ ପ୍ରଶାନ୍ତ କୁମାର ନାୟକ କହିଛନ୍ତି, ଲୋକଙ୍କ ପସନ୍ଦ ଆସୁ ନ ଥିବା ପ୍ରାର୍ଥୀ ଗତଥର ନୋଟାଠାରୁ କମ୍‌ ଭୋଟ ପାଇଥିଲେ। ଆଞ୍ଚଳିକ ବା ବୁଥ୍‌ସ୍ତରର ନୋଟା ଭୋଟକୁ ଅନୁଧ୍ୟାନ କରାଯାଇ ସ୍ଥାନୀୟ ସମସ୍ୟାର ସମାଧାନ କରାଯିବା ଆବଶ୍ୟକ। ୨୦୧୯ ନିର୍ବାଚନରେ ଜିଲାର ୨୫ରୁ ଊର୍ଦ୍ଧ୍ୱ ପ୍ରାର୍ଥୀ ନୋଟାଠାରୁ କମ୍‌ ଭୋଟ ପାଇଥିଲେ। ନିଜର ଅସ୍ତିତ୍ୱ ସମ୍ପର୍କରେ ନ ଜାଣି ପ୍ରାର୍ଥୀ ହେବା ଫଳରେ ନିର୍ବାଚନ ଖର୍ଚ୍ଚବହୁଳ ହେଉଛି। ରାଜନୈତିକ ବିଶ୍ଳେଷକ ଅମରବର ବିଶ୍ୱାଳ କହିଛନ୍ତି, ଇଭିଏମ୍‌ରେ ନୋଟା ବଟନର ଆବଶ୍ୟକତାକୁ ନେଇ ବିତର୍କର ଆବଶ୍ୟକତା ଅଛି। ନୋଟାଠାରୁ କମ୍‌ ଭୋଟ ପାଇଥିବା ପାର୍ଟି ଓ ପ୍ରାର୍ଥୀଙ୍କୁ ପରବର୍ତ୍ତୀ ନିର୍ବାଚନରେ ଅଂଶଗ୍ରହଣକୁ ରଦ୍ଦ କରିବା, ନୋଟା ଭୋଟ ୩୩%ରୁ ଅଧିକ ହେଲେ ସେଠାରେ ପୁନର୍ବାର ନିର୍ବାଚନ କରାଯିବା ଆଦି ପ୍ରସଙ୍ଗ ରହିବା ଦରକାର ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri