ଆଜି ୩ୟ ପର୍ଯ୍ୟାୟ ଭୋଟ ଲାଗି ବିଜ୍ଞପ୍ତି

ଭୁବନେଶ୍ୱର, ୨୯ା୪(ସୁନିତ୍‌ ମିଶ୍ର):ଦେଶର ଷଷ୍ଠ ଏବଂ ଓଡ଼ିଶାର ୩ୟ ପର୍ଯ୍ୟାୟ ନିର୍ବାଚନ ଲାଗି ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଅର୍ଥାତ୍‌ ୩ୟ ପର୍ଯ୍ୟାୟ ଲାଗି ପ୍ରାର୍ଥୀମାନେ ସୋମବାରଠାରୁ ନାମାଙ୍କନ ଦାଖଲ କରିବେ। ଏହି ପର୍ଯ୍ୟାୟରେ ରାଜ୍ୟର ୬ଟି ଲୋକ ସଭା କ୍ଷେତ୍ର ଏବଂ ଏହାର ଅନ୍ତର୍ଗତ ୪୨ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଚାଲିବ। ଏହି ପର୍ଯ୍ୟାୟରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ଲୋକ ସଭା କ୍ଷେତ୍ର ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ଆସନ୍ତା ୬ ତାରିଖ ହେଉଛି ନାମାଙ୍କନ ଦାଖଲର ଶେଷ ସମୟ। ଏହି ପର୍ଯ୍ୟାୟରେ ମୋଟ୍‌ ୪୮ ଲକ୍ଷ ୨୬ ହଜାର ୩୭୫ ଜଣ ପୁରୁଷ ଏବଂ ୪୬ ଲକ୍ଷ ୧୪ ହଜାର ୧୩୪ ଜଣ ମହିଳା ଭୋଟର ଭୋଟ ଦେବେ। ଆସନ୍ତା ୭ ତାରିଖରେ ପ୍ରାର୍ଥତ୍ପତ୍ର ଯାଞ୍ଚ, ୯ ତାରିଖ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାରର ଶେଷ ସମୟ ରହିଛି। ସେହିପରି ଏହି ପର୍ଯ୍ୟାୟ ଲାଗି ଆସନ୍ତା ମେ ୨୫ ତାରିଖରେ ଭୋଟ ହେବାକୁ ଥିବାବେଳେ ଜୁନ ୪ ତାରିଖରେ ଭୋଟ୍‌ ଗଣତି ପାଇଁ ସମୟ ଧାର୍ଯ୍ୟ କରାଯାଇଛି।
ତେବେ ତୃତୀୟ ପର୍ଯ୍ୟାୟ ଭୋଟ ଲାଗି ସୋମବାରଠାରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଉଥିବା ବେଳେ ଏଯାଏ ୩ ଦଳ କିଛି ଆସନରେ ପ୍ରାର୍ଥୀ ଦେଇନାହାନ୍ତି। ୩ୟ ପର୍ଯ୍ୟାରେ ହେବାକୁ ଥିବା ପାଲଲହଡା ଏବଂ ବାରବାଟୀ-କଟକ ବିଧାନସଭା ଆସନରେ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ। ସେହିପରି ଭାଜପା ସର୍ବାଧିକ ୩ଟି ଆସନ ଘସିପୁରା, ବେଗୁନିଆ ଏବଂ ବାରବାଟୀ-କଟକ ବିଧାନସଭା ଆସନ ଯେଉଁଠି ୩ୟ ପର୍ଯ୍ୟାରେ ଭୋଟ୍‌ ହେବାକୁ ଯାଉଛି ସେଠାରେ ଏଯାଏ ପ୍ରାର୍ଥୀ କାହାକୁ କରିବ ସେନେଇ ଘୋଷଣା କରିପାରୁ ନାହିଁ। ପ୍ରାର୍ଥୀ ଘୋଷଣାରେ ସବୁଠାରୁ ଆଗରେ ଥିବା ବିଜେଡି ଏହି ପର୍ଯ୍ୟାୟରେ ହେବାକୁ ଥିବା ଗୋଟିଏ ଆସନ ଖଣ୍ଡପଡା ପାଇଁ ପ୍ରାର୍ଥୀ ଘୋଷଣା କରିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri