Posted inଜାତୀୟ

ଭାରତ ମହାସାଗର ହେବ ସ୍ଥାୟୀ ଗ୍ରୀଷ୍ମ ଲହର ଅଞ୍ଚଳ

ନୂଆଦିଲ୍ଲୀ,୨୯ା୪ (ପି.ଟି.):ଭାରତରେ କିଛିଦିନ ହେଲା ଗ୍ରୀଷ୍ମ ଲହର ଜାରି ରହିଥିବାବେଳେ ଓଡ଼ିଶା ସମେତ କର୍ନାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ କେରଳରେ ସର୍ବାଧିକ ତାପମାତ୍ରା ଅନୁଭୂତ ହେଉଛି। ଆଗାମୀ ଦିନରେ ଭାରତ ମହାସାଗରରେ ପାଖାପାଖି ସ୍ଥାୟୀ ଗ୍ରୀଷ୍ମ ଲହର ଅନୁଭୂତ ହେବାକୁ ଯାଉଥିବା ଏକ ଅଧ୍ୟୟନରେ ପୂର୍ବାନୁମାନ କରାଯାଇଛି। ଉକ୍ତ ଅଧ୍ୟୟନରେ କୁହାଯାଇଛି ଯେ, ୨୦୨୦ରୁ ୨୧୦୦ ମଧ୍ୟରେ ଭାରତ ମହାସାଗର ଉପରିଭାଗର ତାପମାତ୍ରା ୧.୪ ଡିଗ୍ରୀରୁ ୩ ଡିଗ୍ରୀ ସେଲ୍‌ସିୟସ୍‌ ବୃଦ୍ଧି ପାଇବ। ଫଳରେ ବିଭିନ୍ନ ଦେଶରେ ଏହାର ବିନାଶକାରୀ ପରିଣାମ ପଡ଼ିବ।
ଭାରତ ମହାସାଗର ତାପମାତ୍ରା ବୃଦ୍ଧି ଯୋଗୁ ଏକବିଂଶ ଶତାବ୍ଦୀ ଶେଷ ବେଳକୁ ବର୍ଷକୁ ୨୨୦ରୁ ୨୫୦ ଦିନ ହିଟ୍‌ଓ୍ବେଭ୍‌ ଅନୁଭୂତ ହୋଇପାରେ। ଉତ୍ତାପ ବୃଦ୍ଧି ଯୋଗୁ ସାମୁଦ୍ରିକ ବାତ୍ୟା ବଢ଼ିବା ସହ ମୌସୁମୀ ପ୍ରଭାବିତ ହେବ ଏବଂ ସମୁଦ୍ର ଜଳସ୍ତର ବଢ଼ିବ ବୋଲି ନୂତନ ଅଧ୍ୟୟନରେ କୁହାଯାଇଛି। ପୁଣେର ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟ୍ରପିକାଲ ମେଟେରୋଲୋଜି (ଆଇଆଇଟିଏମ୍‌)ର ଜଳବାୟୁ ବୈଜ୍ଞାନିକ ରକ୍ସି ମାଥ୍ୟୁ କୋଲ୍‌ ଉକ୍ତ ଅଧ୍ୟୟନର ନେତୃତ୍ୱ ନେଇଥିଲେ। କେବଳ ସେତିକି ନୁହେଁ, ସାମୁଦ୍ରିକ ଗ୍ରୀଷ୍ମଲହର ଯୋଗୁ ପ୍ରବାଳଗୁଡ଼ିକ ଧଳା ହୋଇଯିବେ ଏବଂ ଆବାସ ସ୍ଥଳ କ୍ଷତିଗ୍ରସ୍ତ ହେବ। ଏହା ମତ୍ସ୍ୟ ଉତ୍ପାଦନକୁ ପ୍ରଭାବିତ କରିବ ବୋଲି ଅଧ୍ୟୟନରେ କୁହାଯାଇଛି। ଭାରତ ମହାସାଗରର ଦ୍ରୁତ ଉତ୍ତାପ ବୃଦ୍ଧି କେବଳ ଏହାର ପୃଷ୍ଠଭାଗରେ ସୀମିତ ରହିବ ନାହିଁ ୨,୦୦୦ ମିଟର ଗଭୀର ପର୍ଯ୍ୟନ୍ତ ଉତ୍ତାପ ଅନୁଭୂତ ହେବ। ଭବିଷ୍ୟତରେ ସମୁଦ୍ର ଆହରଣ କରି ଗଚ୍ଛିତ କରି ରଖୁଥିବା ବର୍ଦ୍ଧିତ ଉତ୍ତାପ ପରିମାଣ ପ୍ରତି ସେକେଣ୍ଡ, ପ୍ରତିଦିନ ଗୋଟିଏ ହିରୋସୀମା ପରମାଣୁ ବୋମା ବିସ୍ଫୋରଣର ଶକ୍ତି ସହ ସମାନ ହେବ ବୋଲି କୋଲ୍‌ କହିଛନ୍ତି। ଆରବ ସାଗର ସମେତ ଉତ୍ତରପଶ୍ଚିମ ଭାରତ ମହାସାଗରରେ ସର୍ବାଧିକ ଉତ୍ତାପ ଅନୁଭୂତ ହେବାକୁ ଥିବାବେଳେ ସୁମାତ୍ରା ଓ ଜାଭା ଉପକୂଳରେ ତାପମାତ୍ରା କମ୍‌ ରହିବ। ସମୁଦ୍ର ତାପମାତ୍ରା ବୃଦ୍ଧି ଫଳରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଭୀଷଣ ଜଳବାୟୁ ଘଟଣା ବଢ଼ିପାରେ ବୋଲି ଅଧ୍ୟୟନରେ କୁହାଯାଇଛି। ୧୯୮୦ରୁ ୨୦୨୦ ମଧ୍ୟରେ ଭାରତ ମହାସାଗରର ସର୍ବାଧିକ ତାପମାତ୍ରା ବର୍ଷସାରା ୨୬ରୁ ୨୮ ଡିଗ୍ରୀ ସେଲ୍‌ସିୟସ୍‌ ମଧ୍ୟରେ ରହୁଥିଲାବେଳେ ଏକବିଂଶ ଶତାବ୍ଦୀ ଶେଷ ଭାଗକୁ ସର୍ବନିମ୍ନ ତାପମାତ୍ରା ୨୮.୩ ଡିଗ୍ରୀରୁ ୩୦.୭ ଡିଗ୍ରୀ ମଧ୍ୟରେ ରହିବ ବୋଲି କୁହାଯାଇଛି। ସମୁଦ୍ର ତାପମାତ୍ରା ବଢ଼ିଲେ, ଜଳସ୍ତର ମଧ୍ୟ ବୃଦ୍ଧି ପାଇବ ବୋଲି ଅଧ୍ୟୟନରେ ପୂର୍ବାନୁମାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri