ପୋଲିସ-ମାଓବାଦୀ ଗୁଳି ବିନିମୟ: ଦୁଇ ମହିଳାଙ୍କ ସମେତ ୭ ମାଓବାଦୀ ମୃତ

ମାଲକାନଗିରି,୩୦।୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ ମହିଳାଙ୍କ ସହ ୭ ମାଓବାଦୀଙ୍କ ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ମୁତାବକ, ବିଜାପୁର ଜିଲାର ଡିଆର୍‌ଜି ଓ ଏସ୍‌ଟିଏଫ୍‌ ବାହିନୀ ଆବୁଜମାଡ଼ ଜଙ୍ଗଲ ଏବଂ ଟେରମେଟ ଜଙ୍ଗଲରେ ସର୍ଚ୍ଚ ଅପରେଶନ କରୁଥିଲେ। ସେତିକିବେଳେ ଜଙ୍ଗଳରେ ଉପସ୍ଥିତ ଥିବା ମାଓବାଦୀମାନେ ଯବାନଙ୍କୁ ଦେଖି ପ୍ରଥମେ ଗୁଳି ଫୁଟାଇଥିଲେ। ଫଳରେ ଯବାନ ଏହାର ପାଲଟା ଜବାବ ଦେଇଥିଲେ। ଦୀର୍ଘ ୧ ଘଣ୍ଟା ଧରି ଗୁଳି ବିନିମୟ ପରେ ମାଓବାଦୀମାନେ ଆକ୍ରମଣକୁ ସାମନା କରି ନ ପାରି ଜଙ୍ଗଲ ଭିତରକୁ ଛତ୍ରଭଙ୍ଗ ଦେଇଥିଲେ।

ପରେ ଯବାନଙ୍କ ଦ୍ୱାରା ଜଙ୍ଗଲରେ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା। ସେତିକିବେଳେ ଯବାନମାନେ ୨ମହିଳାଙ୍କ ସହ ୭ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରିଥିଲେ। ଏପରିକି ଏକେ ୪୭ ବନ୍ଧୁକ ସହ ବିିଭିନ୍ନ ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ ଜବତ ହୋଇଛି। ବର୍ତ୍ତମାନ ସୁଦ୍ଧା ମୃତ ମାଓବାଦୀଙ୍କ ପରିଚୟ ମିଳି ନ ଥିବା ବେଳେ ସର୍ଚ୍ଚ ଅପରେସନ ସରିବା ପରେ ସମ୍ପୂର୍ଣ ତଥ୍ୟ ପ୍ରଦାନ କରାଯିବ ବୋଲି ବିଜାପୁର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

CM kisan yojana: ଆଜି ଚାଷୀଙ୍କ ଆକାଉଣ୍ଟକୁ ଯିବ ସିଏମ କିଷାନ ଟଙ୍କା : ଜାଣନ୍ତୁ କେତେ

ଭୁବନେଶ୍ୱର,୮।୯: ନୂଆଁଖାଇରେ ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଭେଟି। ନୂଆଁଖାଇରୁ ଆରମ୍ଭ ହେବାକୁ ଯାଉଛି ସିଏମ କିଷାନ ଯୋଜନା। ଏହି ଯୋଜନାରେ ଚାଷୀ ୪ ହଜାର ଟଙ୍କାର...

ଜେଲ୍‌ ଗଲେ ଲାଞ୍ଚୁଆ ପ୍ରିନ୍ସପାଲ୍‌

ଭବାନୀପାଟଣା,୮ା୯(ଉତ୍ତମ କୁମାର ଦାଶ): ଜଣେ ଛାତ୍ରୀଙ୍କୁ ଯୁକ୍ତ ୨ ପ୍ରଥମ ବର୍ଷରେ ନାମ ଲେଖା ଏବଂ ପରୀକ୍ଷା ସମୟରେ ସହଯୋଗ କରିବା ପାଇଁ ୧୦ ହଜାର...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri