ସୋସିଆଲ ମିଡିଆରେ ବଢୁଛି ନିର୍ବାଚନୀ ହାୱା

ବ୍ରହ୍ମପୁର,୧ା୫(ଅଶୋକ କୁମାର ସାହୁ): ଗଞ୍ଜାମ ଜିଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ମେ ୧୩ ତାରିଖରେ ହେବ। ଏଥିପାଇଁ ଗାଁଠୁ ସହର ପର୍ଯ୍ୟନ୍ତ ସବୁଠି ବାତାବରଣ ଉଷ୍ମ ହୋଇପଡିଛି। ଚଳିତ ନିର୍ବାଚନରେ ସୋସିଆଲ ମିଡିଆ ତଥା ଡିଜିଟାଲ ପ୍ଲାଟଫର୍ମ ଉପରେ ବିଭିନ୍ନ ଦଳ ଓ ପ୍ରାର୍ଥୀମାନେ ଗୁରୁତ୍ୱ ଦେଉଛନ୍ତି। ଫେସ୍‌ବୁକ, ଇନଷ୍ଟାଗ୍ରାମ, ୟୁଟ୍ୟୁବ, ହ୍ବାଟ୍ସଆପ ଆଦି ସୋସିଆଲ ମିଡିଆ ଖୋଲୁ ଖୋଲୁ ଆସୁଛି ନିର୍ବାଚନୀ ହାୱା। ବିରୋଧାଭାସଠାରୁ ଆରମ୍ଭ କରି ପ୍ରଚାର, ମିଶ୍ରଣ ପର୍ବ ଏବଂ ଭୋଟର କାହାକୁ ଭୋଟ ଦେବେ, କେଉଁ ଦଳର ପ୍ରଭାବ ରହିଛି ତାହା ଦେଖିବାକୁ ମିଳୁଛି।

ଚଳିତ ନିର୍ବାଚନରେ ଡିଜିଟାଲ ପ୍ଲାଟଫର୍ମ ନେତାଙ୍କ ବିଭିନ୍ନ କାର୍ଯ୍ୟକ୍ରମର ପ୍ରସାର ପାଇଁ ଭଲ ମାଧ୍ୟମ ହୋଇଛି। ଏହା ଉପରେ ନେତାମାନେ ଭରସା କରି ଲୋକସମର୍ଥନ ଯୋଗାଡ କରିବାରେ ବ୍ୟସ୍ତ ରହୁଛନ୍ତି। କାର୍ଯ୍ୟକ୍ରମଗୁଡିକୁ ଡିଜିଟାଲ ପ୍ଲାଟଫର୍ମରେ ଛାଡ଼ିବା ପାଇଁ ଲାଇନ ଲାଗୁଛି।

ଯୁବବର୍ଗ ଡିଜିଟାଲ ପ୍ଲାଟଫର୍ମରେ ଅଭ୍ୟସ୍ତ ହୋଇଥିବାବେଳେ ସେମାନଙ୍କୁ ସବୁ ଦଳ ଆକୃଷ୍ଟ କରିବାକୁ ପ୍ରୟାସ କରୁଛନ୍ତି। ଏପରକି ବିଭିନ୍ନ ଦଳ ପକ୍ଷରୁ ଫୋନ କଲ ବି ଆସୁଛି। ଲୋକଙ୍କୁ ନାନା ପ୍ରତିଶ୍ରୁତି ଦେଇ ପ୍ରାର୍ଥୀମାନେ ଭୋଟଭିକ୍ଷା କରୁଛନ୍ତି। ଯେ କୌଣସି କାର୍ଯ୍ୟକ୍ରମ ଦେଖିଲେ ସେଥିରେ ଦଳୀୟ ବିଜ୍ଞାପନଗୁଡିକ ଆସୁଛି। ନିର୍ବାଚନ ମଇଦାନରେ କାହାର କେତେ ଦମ ଅଛି ସେଥିରେ ଦର୍ଶାଯାଉଛି। ଯୁବପିଢ଼ିଙ୍କୁ ଆଲୋଚନାର ଖୋରାକ ଯୋଗାଇବା ପାଇଁ ଏହା ଏକ ମାଧ୍ୟମ ପାଲଟିଛି। ଏ ସଂକ୍ରାନ୍ତରେ ସ୍ତମ୍ଭକାର ଭାଲଚନ୍ଦ୍ର ଷଡଙ୍ଗୀ କହିଛନ୍ତି, ଚଳିତ ନିର୍ବାଚନରେ ଡିଜିଟାଲକରଣକୁ ଗୁରୁତ୍ୱ ଦିଆଯାଉଥିବା ଦେଖିବାକୁ ମିଳୁଛି। ସୋସିଆଲ ମିଡିଆରେ ଲୋକଙ୍କ ନିକଟତର ହେବା ସହଜ ହୋଇଯାଇଛି। ତେଣୁ ବିଭିନ୍ନ ଦଳ ଓ ନେତା ଏହାକୁ ବାଛି ନେଉଛନ୍ତି। ଫେସବୁକ, ୟୁଟ୍ୟୁବ ଚ୍ୟାନେଲ, ଟ୍ବିଟର ଆକାଉଣ୍ଟ ଭଳି ଡିଜିଟାଲ ପ୍ଲାଟଫର୍ମରେ ଲୋକଙ୍କ ନିକଟତର ହେବା ଅତି ସହଜ। ପ୍ରତ୍ୟେକ ଦଳ ଓ ବ୍ୟକ୍ତିବିଶେଷଙ୍କ ସ୍ବତନ୍ତ୍ର ଡିଜିଟାଲ ସେଲ ବି ରହିଛି। ଯେଉଁ ଛୋଟ ଦଳ କିମ୍ବା ସ୍ବାଧୀନ ପ୍ରାର୍ଥୀଙ୍କ ଏହି ସେଲ ନ ଥିଲେ ବି ଏଥିରେ ସେମାନେ ନିଜକୁ ସାମିଲ କରିବାକୁ ଚେଷ୍ଟା କରୁଛନ୍ତି। ନିଜ ପ୍ରଚାର ସହିତ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଦାରେ ପକାଇବା ପାଇଁ ଏହାକୁ ବ୍ୟବହାର କରାଯାଉଛି। ଡିଜିଟାଲକରଣ ନିର୍ବାଚନରେ ଗୁରୁତ୍ୱ ରଖୁଥିବା ଏଥିରୁ ସ୍ପଷ୍ଟ ହୋଇଛି ବୋଲି ଷଡ଼ଙ୍ଗୀ କହିଥିଲେ। ଭାଜପା ନେତା କାହ୍ନୁ ଚରଣ ପତି କହିଛନ୍ତି, ସୋସିଆଲ ମିଡିଆରେ ଲୋକଙ୍କ ନିକଟତର ହେବା ସହଜ ହେଉଥିବାରୁ ଡିଜିଟାଲକରଣ ନିର୍ବାଚନରେ ଗୁରୁତ୍ୱ ରଖୁଛି। ତେଣୁ ସମସ୍ତ ଦଳ, ନେତା ଓ ପ୍ରାର୍ଥୀମାନେ ତାହାକୁ ଆପଣଉଛନ୍ତି ବୋଲି କହିଥିଲେ। ସେହିପରି ସବୁ ନିର୍ବାଚନୀ ଖବର ଏବେ ମୋବାଇଲ ଫୋନରେ ଆସିଯାଉଛି ବୋଲି ଗୋଷାଣୀ ନୂଆଗାଁ ଅଞ୍ଚଳର ଯୁବ ଭୋଟର
ବସନ୍ତ ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ, ସ୍ଥାପନ ହେଲା ଶୁଭଖୁଣ୍ଟି

ଦାରିଙ୍ଗବାଡ଼ି,୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଗଣେଶ ପୂଜା ଚତୁର୍ଥୀ ତିଥିରୁ...

କେନ୍ଦୁଝରରେ ଗଡ଼ିଲା ‘ସୁଭଦ୍ରା’ ସଚେତନତା ରଥ, ମନ୍ତ୍ରୀ କହିଲେ…

କେନ୍ଦୁଝର,୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ‘ସୁଭଦ୍ରା’ ସଚେତନତା ରଥ ଗଡ଼ିଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଜଙ୍ଗଲ ପରିବେଶ ଓ ଜଳବାୟୁ...

ସୁଭଦ୍ରା ଯୋଜନା ଫର୍ମ ବଣ୍ଟନରେ ଅବହେଳା: ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ବନ୍ଦ

ବାଲେଶ୍ୱର, ୭।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ଆବେଦନ ଫର୍ମ ବଣ୍ଟନରେ ଅବହେଳା କରିଥିବା ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ...

ଆଜିଠୁ ବୁଲିଲା ସୁଭଦ୍ରା ରଥ: ଶୁଭାରମ୍ଭ କଲେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ

ଛତ୍ରପୁର,୭।୯(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ ):ସାରା ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଚାଲିଥିବା ବେଳେ ବିଭିନ୍ନ ସମସ୍ୟା ପରିଲକ୍ଷିତ ହୋଇଛିl ଏହାକୁ ନେଇ ରାଜ୍ୟ...

ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ

ଭୁବନେଶ୍ୱର,୭ା୯: ୩ ମାସରେ ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ। ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଶନିବାର ସୂଚନା...

ମହିଳା କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରି ଫାଇଲ୍‌ ଛଡ଼ାଇ ନେଲେ ସରପଞ୍ଚଙ୍କ ଦେଢ଼ଶୁର, ଆଉ ତା’ ପରେ…

ହାଟଡିହୀ,୭ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପନ୍ଦାଡୋ ପଞ୍ଚାୟତ ସରପଞ୍ଚ ସସ୍ମିତା ଓଝା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ଭାବେ ଉର୍ମିଳା ମୁର୍ମୁ ଦାୟିତ୍ୱ ତୁଲାଉଛନ୍ତି। ତେବେ...

ପୂଜା ପାଇବେ ବୁଢ଼ା, ଟୋକା, ପିଲା ଗଣେଶ

ଭଦ୍ରକ,୭ା୯(ସନାତନ ରାଉତ):ଶନିବାର ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା। ଭଦ୍ରକର ପ୍ରସିଦ୍ଧ ବୁଢ଼ା, ଟୋକା ଓ ପିଲା ଗଣେଶ ପୂଜାକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ। ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri