Posted inଜାତୀୟ

ବିଶ୍ୱର ୪୬% ଆଜ୍‌ମା ମୃତ୍ୟୁ ଭାରତରେ ଘଟୁଛି, ପ୍ରତିବର୍ଷ ୨ ଲକ୍ଷ ଲୋକ ହରାଉଛନ୍ତି ଜୀବନ

ନୂଆଦିଲ୍ଲୀ,୩ା୫: ଭାରତରେ ପ୍ରତିବର୍ଷ ହାରାହାରି ୨ ଲକ୍ଷ ଲୋକ ଆଜ୍‌ମା ଯୋଗୁ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ସମଗ୍ର ବିଶ୍ୱରେ ଆଜ୍‌ମାଜନିତ ମୃତ୍ୟୁର ଏହା ୪୬ ପ୍ରତିଶତ ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ଏହି ରୋଗକୁ ଯଦି ଆଗୁଆ ଚିହ୍ନଟ କରାଯାଇ ଉପଯୁକ୍ତ ଚିକିତ୍ସା କରାଯାଏ ତେବେ ଆଜ୍‌ମାରେ କେହି ମରିବେ ନାହିଁ। କାରଣ ଏବେ ଅଧିକ ପ୍ରଭାବୀ ଏବଂ ନିରାପଦ ଚିକିତ୍ସା ପଦ୍ଧତି ବାହାରିଲାଣି ବୋଲି ପୁଣେର ପୁଲ୍‌ମୋକେୟାର ରିସର୍ଚ୍ଚ ଆଣ୍ଡ ଏଜୁକେଶନ ଫାଉଣ୍ଡେଶନର ନିର୍ଦ୍ଦେଶକ ଡ. ସୁନ୍ଦିପ୍‌ ସାଲ୍‌ଭି କହିଛନ୍ତି।

ଆସନ୍ତା ୭ ତାରିଖ ବିଶ୍ୱ ଆଜ୍‌ମା ଦିବସ ପୂର୍ବରୁ ଏଭଳି ରିପୋର୍ଟ ପ୍ରକାଶ ପାଇଛି। ଗ୍ଲୋବାଲ ବର୍ଡନ ଅଫ୍‌ ଡିଜିଜ୍‌, ୨୦୨୧ ରିପୋର୍ଟ ଅନୁଯାୟୀ ବିଶ୍ୱର ମୋଟ ଆଜ୍‌ମାଜନିତ ମୃତ୍ୟୁର ୪୬ ପ୍ରତିଶତ ଭାରତରେ ଘଟୁଛି। ୨୦୧୯ ରିପୋର୍ଟରେ ଏହି ହାର ୪୩ ପ୍ରତିଶତ ରହିଥିଲା। ସଦ୍ୟ ରିପୋର୍ଟ ଅନୁଯାୟୀ ଭାରତର ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ଆଜ୍‌ମା ରୋଗୀ ଇନ୍‌ହେଲ୍‌ଡ କୋର୍ଟିକୋଷ୍ଟେରଏଡ୍‌ ବ୍ୟବହାର କରି ନ ଥାନ୍ତି ବୋଲି ଡ. ସାଲଭି କହିଛନ୍ତି। ଏହା ବଦଳରେ ସେମାନେ କେବଳ ବ୍ରୋଙ୍କୋଡିଲେଟର ଡ୍ରଗ୍‌ ନେଇଥାନ୍ତି, ଯାହା ଅଧିକ ଯନ୍ତ୍ରଣା ଦେବା ସହ ମୃତ୍ୟୁର କାରଣ ହୋଇଥାଏ।

ଆଜ୍‌ମା ଏକ ବଂଶଗତ ରୋଗ, ଯାହା ପରିବାରର ଅନ୍ୟ ସଦସ୍ୟଙ୍କଠାରୁ ଆସିଥାଏ। ତେବେ ବାୟୁ ପ୍ରଦୂଷଣ ଆଜ୍‌ମା ସଂକ୍ରମଣକୁ ବଢ଼ାଇଥାଏ। ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବା ଆଜ୍‌ମାର ସାଧାରଣ ଲକ୍ଷଣ। ଏଥିସହିତ କାଶ, ଛାତି ଯନ୍ତ୍ରଣା, ଛାତିରେ ଏକପ୍ରକାର ଶବ୍ଦ ହେବା ଆଦି ଅନ୍ୟ ଲକ୍ଷଣ ମଧ୍ୟ ଦେଖାଦେଇଥାଏ। ତେବେ ସ୍ପିରୋମେଟ୍ରି ଉପକରଣର ବ୍ୟବହାର ଅଭାବରୁ ଭାରତରେ ଆଜ୍‌ମାର ନିଦାନ ବହୁତ ଦୁର୍ବଳ। ଭାରତରେ ଅଧିକ ପିଲା ଆଜ୍‌ମାରେ ଆକ୍ରାନ୍ତ ହେଉଥିବା ଡ. ସାଲ୍‌ଭି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri