Posted inଜାତୀୟ

କଂଗ୍ରେସ ଗଡ଼ରେ ବିଗ୍‌ ଫାଇଟ୍‌

ରାଏବରେଲି/ନୂଆଦିଲ୍ଲୀ,୪ା୫, (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ସର୍ବପୁରାତନ ଦଳ କଂଗ୍ରେସ ଶୁକ୍ରବାର ସକାଳେ ସବୁ କଳ୍ପନାଜଳ୍ପନାର ଅବସାନ ଘଟାଇ ଦୁଇ ହାଇପ୍ରୋଫାଇଲ ଆସନରେ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କଲା। ରାଏବରେଲିରୁ ରାହୁଲ ଗାନ୍ଧୀ ଓ ଅମେଠିରୁ କିଶୋରୀ ଲାଲ୍‌ ଶର୍ମାଙ୍କ ନାମ ଘୋଷଣା ପରେ ଭାଜପା ଶିବିରରେ ଛନକା ପଶିଲା। କାରଣ ରାଏବରେଲି ହେଉଛି କଂଗ୍ରେସର ସବୁଠୁ ସୁରକ୍ଷିତ ଆସନ। ଏହି ସଂସଦୀୟ କ୍ଷେତ୍ରରେ ୨୦ ନିର୍ବାଚନ ମଧ୍ୟରୁ ଅଦ୍ୟାବଧି ୧୭ ଥର କଂଗ୍ରେସ ଜିତିଛି। ତେବେ ଇତିହାସ ଏଠି ଅଡ଼ୁଆ ଅନୁଭୂତିକୁ ମଧ୍ୟ ଲିପିବଦ୍ଧ କରିଛି, ଯେତେବେଳେ କ୍ଷମତାରେ ଥାଇ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା। ଜରୁରିକାଳୀନ ପରିସ୍ଥିତି ପରେ ୧୯୭୭ରେ ରାଏବରେଲିରେ ଅନୁଷ୍ଠିତ ନିର୍ବାଚନରେ ଇନ୍ଦିରାଙ୍କୁ  ଜନତା ପାର୍ଟିର ରାଜ ନାରାୟଣ ହରାଇଥିଲେ। ଏହା ପୂର୍ବରୁ ଏହି ଆସନରୁ ଇନ୍ଦିରାଙ୍କ ସ୍ବାମୀ ତଥା ରାହୁଲଙ୍କ ଜେଜେ ଫିରୋଜ ଗାନ୍ଧୀ ପ୍ରତିନିଧିତ୍ୱ କରିଥିଲେ। କଂଗ୍ରେସର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ରାଏବରେଲିବାସୀ ୨ ଦଶନ୍ଧି ଧରି  ପ୍ରତିନିଧିତ୍ୱର ସୁଯୋଗ ଦେଇଥିଲେ। ଏପରି କି ୨୦୧୪ ଓ ୨୦୧୯ରେ ଭାଜପା ସପକ୍ଷରେ ପ୍ରବଳ ହାଓ୍ବା ସତ୍ତ୍ୱେ କଂଗ୍ରେସ ନିଜ ସମର୍ଥନ ହରାଇ ନ ଥିଲା। ସୋନିଆ ନିକଟରେ ଏହି ଆସନ ନିଜ ପୁଅଙ୍କ ପାଇଁ ଛାଡ଼ିଦେଇ ରାଜସ୍ଥାନରୁ ରାଜ୍ୟ ସଭାକୁ ଯାଇଛନ୍ତି। ୨୦୧୯ରେ ସୋନିଆଙ୍କଠାରୁ ହାରିଥିବା ଭାଜପାର ଦୀନେଶ ପ୍ରତାପ ସିଂ ଏଥର ରାହୁଲଙ୍କ ବିଗ୍‌ ଚ୍ୟାଲେଞ୍ଜର ଭାବେ ଉଭା ହୋଇଛନ୍ତି। ୩ ଥର ବିଧାନ ପରିଷଦ ସଦସ୍ୟ (ଏମ୍‌ଏଲ୍‌ସି) ହୋଇସାରିଥିବା ଦୀନେଶ ୨୦୧୮ରେ ଭାଜପାରେ ମିଶିଥିଲେ। ସେ ଗତ ଥର ସୋନିଆଙ୍କଠାରୁ  ୧.୬ ଲକ୍ଷ ଭୋଟ ବ୍ୟବଧାନରେ ହାରିଥିଲେ। କିନ୍ତୁ ରାହୁଲଙ୍କୁ ହରାଇବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଠାକୁର ସମ୍ପ୍ରଦାୟ ଉପରେ ପ୍ରଭାବ ରଖୁଥିବା ଦୀନେଶ କହିଛନ୍ତି, ରାଏବରେଲିକୁ ଯେଉଁ ଗାନ୍ଧୀ ଆସିଲେ ବି ତାଙ୍କୁ ଫରକ୍‌ ପଡ଼ିବ ନାହିଁ।
କଂଗ୍ରେସର ଅମେଠି ପିକ୍‌ କିଶୋରୀ ଲାଲ୍‌ ଶର୍ମା ହେଉଛନ୍ତି ଗାନ୍ଧୀ ପରିବାରର ଦୀର୍ଘ ଘନିଷ୍ଠ। ପଞ୍ଜାବର ଲୁଧିଆନା ବାସିନ୍ଦା ଶର୍ମା ଦୁଇଟିଯାକ ସଂସଦୀୟ କ୍ଷେତ୍ରରେ କଂଗ୍ରେସ ଏମ୍‌ପିଙ୍କ ପ୍ରତିନିଧି ରୂପେ କାର୍ଯ୍ୟ କରିଛନ୍ତି। ଗଣମାଧ୍ୟମକୁ  ଶର୍ମା କହିଛନ୍ତି, ଅମେଠିରେ ସେ ୪୦ ବର୍ଷ ହେଲା କାର୍ଯ୍ୟ କରିଆସୁଛନ୍ତି। ତାଙ୍କ ଭଳି ଜଣେ ସାଧାରଣ କର୍ମୀଙ୍କ ଉପରେ ଦଳ ଆସ୍ଥା ପ୍ରକଟ କରିଥିବାରୁ ସେ କଂଗ୍ରେସ ପ୍ରତି କୃତଜ୍ଞ।  ୧୯୮୭ରେ ଶର୍ମା ଯୁବ କଂଗ୍ରେସ ସଦସ୍ୟ ଥିବାବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ତାଙ୍କୁ ଅମେଠିକୁ ଆଣିଥିଲେ। ପରିସ୍ଥିତି ଏପରି ହେଲା ଯେ ସେ ସେଠାରେ ରହିଗଲେ ବୋଲି ନାମାଙ୍କନପତ୍ର ଦାଖଲ ପାଇଁ ରୋଡ୍‌ ଶୋ’ ସମୟରେ ଶର୍ମା ସ୍ମୃତିଚାରଣ କରିଛନ୍ତି। ଶର୍ମାଙ୍କ ପ୍ରତିଶ୍ରୁତିବଦ୍ଧତା ଓ କର୍ତ୍ତବ୍ୟପରାୟଣ ମନୋଭାବ ତାଙ୍କ ବିଜୟକୁ ସୁନିଶ୍ଚିତ କରିବ ବୋଲି କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏକ୍ସ’ରେ ପୋଷ୍ଟ କରିଛନ୍ତି। ରାଏବରେଲି ଭଳି ଅମେଠି ମଧ୍ୟ ଦୀର୍ଘ ବର୍ଷ ଧରି ଗାନ୍ଧୀ ପରିବାରର ଦୁର୍ଗ ରହିଆସିଥିଲା। ଏଠାରୁ ସଞ୍ଜୟ ଗାନ୍ଧୀ, ରାଜୀବ, ସୋନିଆ ଓ ରାହୁଲ ଲୋକ ସଭାକୁ ନିର୍ବାଚିତ ହୋଇଛନ୍ତି। ତେବେ ଗାନ୍ଧୀ ପରିବାରର ଅନୁଗତ ଶର୍ମା ଏବଂ ଅମେଠିରେ ଘର କରିସାରିଥିବା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ମଧ୍ୟରୁ ଭୋଟର କାହାକୁ ପସନ୍ଦ କରିବେ ଜୁନ୍‌ ୪ରେ ଜଣାପଡ଼ିବ।

Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri