ଏସ୍‌ଆର୍‌ଏମ୍‌-ସିସିଟିଆର୍‌ ସହ ପତଞ୍ଜଳିର ଚୁକ୍ତି

ଭୁବନେଶ୍ୱର,୪।୫(ଅନୁରାଧା ମହାରଣା): ପତଞ୍ଜଳି ରିସର୍ଚ୍ଚ ଫାଉଣ୍ଡେଶନ (ପିଆର୍‌ଏଫ୍‌) ଏବଂ ଚେନ୍ନାଇର ଏସ୍‌ଆର୍‌ଏମ୍‌ ସେଣ୍ଟର ଫର୍‌ କ୍ଲିନିକାଲ ଟ୍ରାଏଲ ଆଣ୍ଡ ରିସର୍ଚ୍ଚ ବା ଏସ୍‌ଆର୍‌ଏମ୍‌-ସିସିଟିଆର୍‌ ମଧ୍ୟରେ ଏକ ଚୁକ୍ତି ନିକଟରେ ସ୍ବାକ୍ଷରିତ ହୋଇଯାଇଛି। ଏହି ଅବସରରେ ପିଆର୍‌ଏଫର ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କ ସମେତ ପିଆର୍‌ଏଫ୍‌ର ମୁଖ୍ୟ ବୈଜ୍ଞାନିକ ଅନୁରାଗ ବୈର୍ଷ୍ଣୟ, ଏସ୍‌ଆର୍‌ଏମ୍‌-ସିସିଟିଆର ପକ୍ଷରୁ ନୀତିନ ଏମ୍‌. ନାଗରକର, ଡା. ସତ୍ୟଜିତ ମହାପାତ୍ର ଏବଂ ଡା. ସରସ୍ବତୀ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଚୁକ୍ତିନାମା ସ୍ବାକ୍ଷର ହେବା ଅବସରରେ ଆଚାର୍ଯ୍ୟ ବାଲକ୍ରିଷ୍ଣା କହିଛନ୍ତି, ଏହି ଚୁକ୍ତି ଆୟୁର୍ବେଦ ଇତିହାସରେ ଏକ ମାଇଲଖୁଣ୍ଟ ହେବ। ଏହି ମିଳିତ ପ୍ରୟାସ ଆୟୁର୍ବେଦର ପୁନର୍ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି। ସେ କହିଛନ୍ତି , ଆୟୁର୍ବେଦରୁ ଭାରତୀୟ ସନାତନ ଜ୍ଞାନ ଉପରେ ଆଧାରିତ ପ୍ରମାଣଭିତ୍ତିକ ଔଷଧକୁ କ୍ଲିନିକାଲ ପରୀକ୍ଷଣ ମାଧ୍ୟମରେ ବିଶ୍ୱସ୍ତରରେ ପହଞ୍ଚାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଭାରତର ଏହି ଦୁଇଟି ଅଗ୍ରଣୀ ଅନୁଷ୍ଠାନ ଆୟୁର୍ବେଦିକ ଔଷଧର ପ୍ରଭାବ ସମ୍ପର୍କରେ ସମଗ୍ର ବିଶ୍ୱରେ ଉପସ୍ଥାପନ କରିବ। ଡା. ନୀତିନ ଏମ୍‌. ନାଗରକର କହିଛନ୍ତି, ଭାରତୀୟ ପ୍ରାଚୀନ ଚିକିତ୍ସା ବିଜ୍ଞାନ ଆୟୁର୍ବେଦକୁ ବିଶ୍ୱସ୍ତରୀୟ ମାନ୍ୟତା ଦେବାରେ ଏହି ଚୁକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଡା. ଅନୁରାଗ କହିଛନ୍ତି, ଏହି ଏମ୍‌ଓୟୁ ସାହାଯ୍ୟରେ ଉଭୟ ଅନୁଷ୍ଠାନ ମିଳିତ ଭାବରେ ଆୟୁର୍ବେଦିକ ଔଷଧର ପ୍ରଭାବକୁ ପ୍ରମାଣଭିତ୍ତିକ ଉପାୟରେ ଉପସ୍ଥାପନ କରିବେ ଏବଂ ବିଭିନ୍ନ ରୋଗରେ ସେମାନଙ୍କର ଉପଯୋଗିତା ପ୍ରମାଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲୋବାଲ ଫୁଟ୍‌ ପ୍ରିଣ୍ଟ ବିସ୍ତାରକରିବ ମାଲାବାର

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱର ସର୍ବବୃହତ୍‌ ଗହଣା ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ ୨୦୨୪ ଅକ୍ଟୋବରରେ ୨୦ଟି...

ରିଲାଏନ୍ସ ଫାଉଣ୍ଡେଶନ ସ୍କିଲିଂ ଏକାଡେମିର ଶୁଭାରମ୍ଭ

ମୁମ୍ବାଇ, ୭।୯ (ଅଭୟ ଦାଶ): ଭାରତର ଭବିଷ୍ୟତ ରୂପରେଖ ପ୍ରସ୍ତୁତ କରିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ସ୍ବରୂପ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ...

ରାଜ୍ୟରେ ସାମାଜିକ ଯୋଜନାର ସଫଳ ରୂପାୟନ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି (ଏସ୍‌ଏଲ୍‌ବିସି) ଓଡ଼ିଶାର ୧୭୫ ତମ ଓ ୧୭୬ ତମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ଆର୍ଥିକ...

ଗଣେଶପୂଜାରେ ୨୫ କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୭।୯ (ଅନୁରାଧା ମହାରଣା): ଗଣେଶପୂଜା ସାରା ଦେଶରେ ଖୁବ୍‌ ଉସତ୍ାହର ସହ ପାଳନ କରାଯାଉଥିବାବେଳେ ପୂଜା ବ୍ୟବସାୟ ମଧ୍ୟ ବଢ଼ିବାରେ ଲାଗିଛି। ଭାରତୀୟ ବ୍ୟବସାୟୀମାନେ ଚାଇନା...

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ‘ଆୱାର୍ଡ ଟୁ ରିୱାର୍ଡ’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନଷ୍ଠାନ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ‘ଆୱାର୍ଡ ଟୁ ରିୱାର୍ଡ’କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଗୁରୁଦିବସ ଅବସରରେ...

ଦିନକରେ ନିବେଶକ ହରାଇଲେ ୫ଲକ୍ଷ କୋଟିରୁ ଅଧିକ

ମୁମ୍ବାଇ, ୭।୯ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ବଜାରରେ ଦେଖାଦେଇଥିବା ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସହ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସର ପ୍ରଭାବ ଭାରତୀୟ...

ଜେଏସ୍‌ଏଲ୍‌ର ନୂଆ ମାଇଲଷ୍ଟୋନ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ଉଚ୍ଚ ଶକ୍ତିସମ୍ପନ୍ନ ଟେମ୍ପର୍ଡ ୩୦୧ ଏଲ୍‌ ଗ୍ରେଡ୍‌ ଅଷ୍ଟେନିଟିକ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲର ଉଲ୍ଲେଖନୀୟ ସଫଳତା ପାଇଁ...

ବଜାରରେ ନିଶାନ୍‌ର ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ନିଶାନ୍‌ ଇଣ୍ଡିଆର ବହୁ ପ୍ର୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌ର ଅନାବରଣ ଓ ବଜାର ପ୍ରବେଶ ସର୍ବଭାରତୀୟସ୍ତରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri