ବଢ଼ୁଛି ହାତୀ ଜନିତ କ୍ଷୟକ୍ଷତି

ବଇଣ୍ଡା,୫।୫(ପରିକ୍ଷିତ ସାହୁ)ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ରେଞ୍ଜରେ କିଛିଦିନ ହେବ ହାତୀ ଉପଦ୍ରବ ଲାଗି ରହିଛି। ନିକଟସ୍ଥ ଜଙ୍ଗଲରୁ ଚାଲି ଆସୁଥିବା ହାତୀ ଜମି ଓ ବାଡ଼ିରେ ପଶି ଫସଲ ଖାଇବା ସହ ଦଳିଚକଟି ନଷ୍ଟ କରିଦେଉଛନ୍ତି। ଏପରି କି ଗଁା ଭିତରେ ପଶି ଘର ଭାଙ୍ଗି ଦେଉଥିବାରୁ ଲୋକେ ବାଧ୍ୟହୋଇ ରାତି ଉଜାଗର ହୋଇ ଜଗି ରହୁଛନ୍ତି। ହାତୀ ଘଉଡ଼ାଇବାରେ ବନ ବିଭାଗ କର୍ମଚାରୀମାନେ ସମ୍ପୂର୍ଣ୍ଣ ସଫଳ ହୋଇପାରୁ ନ ଥିବାରୁ ଚାଷୀମାନେ ଚିନ୍ତିତ ହୋଇପଡିଛନ୍ତି। ବାରମ୍ବାର ହାତୀପଲ ଧଣ୍ଡାତୋପା ରେଞ୍ଜକୁ ଆସୁଥିବାବେଳେ ଲୋକେ ଭୟଭୀତ ଅବସ୍ତାରେ ଥିବା ଅଭିଯୋଗ କରୁଛନ୍ତି।
୨୨ ହଜାର ୮୯୪ ହେକ୍ଟର ବିଶିଷ୍ଟ ଧଣ୍ଡାତୋପା ରେଞ୍ଜ ଆଖପାଖରେ ରହିଛି ୮ ଟି ପଞ୍ଚାୟତ। ଏହି ରେଞ୍ଜରେ ବହୁ ଜଙ୍ଗଲ ଥିବାବେଳେ ସେଗୁଡିକରୁ କାଠ ମାଫିଆମାନେ ଲଗାତର ଗଛ କାଟି ନେଉଛନ୍ତି। ଫଳରେ ଅନେକ ଜଙ୍ଗଲ ପଦା ହେବାକୁ ବସିଲାଣି। ସାତକୋଶିଆ ଓ ଆଠମଲ୍ଲିକ ଜଙ୍ଗଲରୁ ଅନେକ ସମୟରେ ହାତୀମାନେ ଏହି ରେଞ୍ଜକୁ ଆସି ଖାଦ୍ୟାଭାବ ଯୋଗୁ ବିଭିନ୍ନ ଗ୍ରାମରେ ପଶି ଉପଦ୍ରବ ଚଳାଉଛନ୍ତି। କିଛି ଦିନ ହେବ ୫ ରୁ ୬ଟି ହାତୀ ଧଣ୍ଡାତୋପା ରେଞ୍ଜ ଅଧୀନ ବିପ୍ରଡିହ, କେଞ୍ଚୁଆନାଳି, ଝାଟିକିବାହଳ, ମଇମୁରା, ତରଣ୍ଡା, କଂସାବ, କୋରାବ, ରାମପୁର, ଘଣାଯୋଡି, ପିତାବଳିବାହଳ, କଳିଛି କଟା, ଗୋପପୁର ଆଦି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି। ବାଡ଼ି ବଗିଚାରେ ପଶି ଗଛ ଗୁଡିକ ନଷ୍ଟ କରିବା ସହ ଫସଲ ଦଳି ଚକଟି ଦେଉଛନ୍ତି। ଏପରିକି ଘର ଭାଙ୍ଗିବା ସହ ଘରେ ଥିବା ଧାନ ଆଣି ଖାଉଛନ୍ତି। ଏକ ସଙ୍ଗରେ ୫ରୁ ଊର୍ଦ୍ଧ୍ୱ ହାତୀ ଆସୁଥିବା ଯୋଗୁ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ହୋଇ ନିଆଁ ହୁଳା କରି ରାତ୍ରି ଉଜାଗର ରହୁଛନ୍ତି। ବର୍ଷ ତମାମ ହାତୀ ଏହି ରେଞ୍ଜରେ କ୍ଷୟକ୍ଷତି ଘଟାଉଥିବା ବେଳେ ବନବିଭାଗ ପକ୍ଷରୁ କୌଣସି ସ୍ଥାୟୀ ସମାଧାନ କରାଯାଉ ନାହିଁ। ୨୦୨୧ ରୁ ୨୦୨୩ ଡିସେମ୍ବର ମଧ୍ୟରେ ହାତୀ ଏହି ରେଞ୍ଜରେ ୩୮୫ଟି ଚାଳ ଘର ସହ ଆଜବେଷ୍ଟ ଘର ଭାଙ୍ଗିଥିବାବେଳେ ୮ଟି ପଞ୍ଚାୟତର ବିଭିନ୍ନ ଗ୍ରାମରେ ପଶି ୯୫୦ ଏକର ଜମିରେ ଧାନ, ୪ ୮୫ ଏକରରେ ପରିବା ଚାଷ, ୨୮୦ ଏକରରେ ଲାଗିଥିବା ଆମ୍ବ, ପଣସ, ଆଖୁ ଭଳି ଚାଷ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ଏ ନେଇ ବନବିଭାଗକୁ ଅଭିଯୋଗ କରାଗଲେ ମଧ୍ୟ କୌଣସି କ୍ଷତିପୂରଣ ମିଳୁ ନ ଥିବା କ୍ଷତିଗ୍ରସ୍ତମାନେ ଅଭିଯୋଗ କରିଛନ୍ତି। କେତେଜଣ ଚାଷୀ ଜନସେବା କେନ୍ଦ୍ର ଜରିଆରେ ଏଥିପାଇଁ ଆବେଦନ କରିଥିଲେ ମଧ୍ୟ ବିଭାଗ ପକ୍ଷରୁ ଚିହ୍ନଟ କରାଯାଉ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଧଣ୍ଡାତୋପା ରେଞ୍ଜରେ ବାରମ୍ବାର ହାତୀ ଉପଦ୍ରବ ଯୋଗୁ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଏକ ସ୍ଥାୟୀ ସମାଧାନ କରିବା ପାଇଁ ଫେବୃଆରୀ ୨୦୨୩ ରେ ଅନୁଗୋଳ ଜିଲାପାଳ, ଆଠମଲ୍ଲିକ ଡିଏଫଓ, ରାଜ୍ୟ ଜଙ୍ଗଲ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ମଧ୍ୟ କୌଣସି ସମାଧାନ ମିଳୁନାହଁି। ତୁରନ୍ତ ଏଥିପ୍ରତି ବନ ବିଭାଗର ଉଚ୍ଚ ପଦାଧିକାରୀ ଦୃଷ୍ଟି ଦେଇ ହାତୀ ଉପଦ୍ରବ ରୋକିବା ସହ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରି ଉଚିତ କ୍ଷତିପୂରଣ ଯୋଗାଇ ଦେବାପାଇଁ ସାଧାରଣରେ ଦାବି ହୋଇଛି। ଏ ନେଇ ଧଣ୍ଡାତୋପା ରେଞ୍ଜର ବବ୍ରୁବାହାନ ସାହୁ କୁହନ୍ତି, ହାତୀ ଘଉଡାଇବା ପାଇଁ ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri