ଆଜିଠୁ ଓଜେଇଇ:ପରୀକ୍ଷା ଦେବେ ୬୫,୭୪୨ ଛାତ୍ରୀଛାତ୍ର

ଭୁବନେଶ୍ୱର, ୬।୫(ଅସମାପିକା ସାହୁ):ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ୨୦୨୪ ସୋମବାରଠାରୁ ଆରମ୍ଭ ହେବ। ସିବିଟି ମୋଡ୍‌ରେ ହେବାକୁ ଥିବା ଏହି ପରୀକ୍ଷା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତିଦିନ ତିନୋଟି ସିଫ୍ଟରେ ଦୁଇଘଣ୍ଟା ବ୍ୟବଧାନରେ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମ ସିଫ୍ଟ ସକାଳ ୮ଟା ୩୦ରୁ ୧୦ଟା ୩୦, ଦ୍ୱିତୀୟ ସିଫ୍ଟ ଅପରାହ୍ନ ୧୨ଟା ୩୦ରୁ ୨ଟା ୩୦ ଏବଂ ତୃତୀୟ ସିଫ୍ଟ ୪ଟା ୩୦ରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ରହିଛି। ଏହି ପରୀକ୍ଷା ପାଇଁ ମୋଟ ୬୦ଟି ପରୀକ୍ଷା କେନ୍ଦ୍ର ହୋଇଛି। ଓଡ଼ିଶାରେ ୫୭ଟି କେନ୍ଦ୍ର ଥିବାବେଳେ ଏଥିମଧ୍ୟରୁ ଭୁବନେଶ୍ୱରରେ ସର୍ବାଧିକ ୧୧ଟି କେନ୍ଦ୍ର ରହିଛି। ଏହାବାଦ୍‌ ଓଡ଼ିଶା ବାହାରେ ତିନୋଟି ସହର ଯଥା କୋଲକାତା, ପାଟଣା, ରାଞ୍ଚତ୍ରେ ୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଏହି ପରୀକ୍ଷା ଦେବାକୁ ମୋଟ ୬୫,୭୪୨ଜଣ ଛାତ୍ରୀଛାତ୍ର ପଞ୍ଜୀକରଣ କରିଛନ୍ତି ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି। ୬ ତାରିଖ ସୋମବାର ଏଲ୍‌ଇ ଟେକ୍‌(ଡିପ୍ଲୋମା) ପାଇଁ ପ୍ରବେଶିକା ପରୀକ୍ଷା ଥିବାବେଳେ ୭ ତାରିଖରେ ଏଲ୍‌ଇ ଟେକ୍‌(ଡିପ୍ଲୋମା), ଇଣ୍ଟିଗ୍ରେଟେଡ ଏମ୍‌ବିଏ(ଏକଘଣ୍ଟା) ଏବଂ ଏଲ୍‌ଇ ଟେକ୍‌ ବିଏସ୍‌ସି(ଏକଘଣ୍ଟା)ର ପରୀକ୍ଷା ରହିଛି। ସେହିଭଳି ୮ ତାରିଖରେ ଏମ୍‌ବିଏ, ବି.କ୍ୟାଟ୍‌(ସିନେମାଟୋଗ୍ରାଫି/ସାଉଣ୍ଡ୍‌ ରେକର୍ଡିଂ ଏବଂ ଡିଜାଇନ-ଏକଘଣ୍ଟା) ଏବଂ ଏଲ୍‌ଇ ଫାର୍ମ(ଏକଘଣ୍ଟା) ପରୀକ୍ଷା ରହିଛି। ୯ରେ ବି.ଫାର୍ମ ପରୀକ୍ଷା ଥିବା ବେଳେ ୧୦ତାରିଖରେ ଏମ୍‌ସିଏ, ବି.କ୍ୟାଟ୍‌(ଫିଲ୍ମ ଏଡିଟିଙ୍ଗ-ଏକଘଣ୍ଟା), ଏମ୍‌.ଫାର୍ମ(ଏକଘଣ୍ଟା), ଏମ୍‌.ଆର୍କ, ଏମ୍‌.ପ୍ଲାନ ଏବଂ ଏମ୍‌.ଟେକ୍‌ ପାଇଁ ପ୍ରବେଶିକା ପରୀକ୍ଷା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri