Posted inଫୁରସତ

ବିଶ୍ୱ ରେଡ୍‌କ୍ରସ ଦିବସ

ପ୍ରତିବର୍ଷ ମେ’ ୮ରେ ବିଶ୍ୱ ରେଡ୍‌କ୍ରସ ଦିବସ ପାଳନ କରାଯାଏ। ଅନ୍ତର୍ଜାତୀୟ ରେଡ୍‌କ୍ରସ ଏବଂ ରେଡ୍‌ କ୍ରିସେଣ୍ଟ ଆନ୍ଦୋଳନର ନୀତି ମନେ ରଖିବା ପାଇଁ ଏହା ପାଳନ କରାଯାଏ। ବିଶ୍ୱ ରେଡ୍‌କ୍ରସ ଦିବସର ମୂଳ ଉଦ୍ଦେଶ୍ୟ ହେଉଛି ଅସହାୟ ତଥା ଆହତ ସୈନିକ ଏବଂ ସାଧାରଣ ନାଗରିକଙ୍କୁ ସୁରକ୍ଷା ଦେବା। ରେଡ୍‌କ୍ରସର ଅନ୍ତର୍ଜାତୀୟ କମିଟିର ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟଙ୍କ ଜନ୍ମ ବାର୍ଷିକୀ ଏହି ଦିନ ଅର୍ଥାତ୍‌ ମେ’ ୮ରେ ପାଳନ କରାଯାଏ। ଉକ୍ତ ଦିନଟିକୁ ଲୋକମାନେ ମାନବିକ ସଂଗଠନ ତଥା ମାନବିକତାକୁ ସାହାଯ୍ୟ କରିବାରେ ଏହାର ଅଦ୍ୱିତୀୟ ଅବଦାନକୁ ଶ୍ରଦ୍ଧାଞ୍ଜଳି ଉତ୍ସର୍ଗ କରି ପାଳନ କରିଥାନ୍ତି।

ରେଡ୍‌କ୍ରସ ହେଉଛି ଏକ ଅନ୍ତର୍ଜାତୀୟ ସଂଗଠନ। ଏହାର ମୁଖ୍ୟାଳୟ ସ୍ବିଜରଲାଣ୍ଡର ଜେନେଭାରେ ଅବସ୍ଥିତ। ରେଡ୍‌କ୍ରସର ଅନ୍ତର୍ଜାତୀୟ କମିଟି ଏବଂ ବହୁ ଜାତୀୟ ସମାଜ ମିଳିତ ଭାବରେ ଏହି ସଂଗଠନ ଚଳାନ୍ତି।

ବିଶ୍ୱ ରେଡ୍‌୍‌କ୍ରସ ସୋସାଇଟିର କାର୍ଯ୍ୟ ସର୍ବଦା ଜାରି ରହିଛି। କୌଣସି ରୋଗ କିମ୍ବା ଯୁଦ୍ଧ ସଙ୍କଟ ହେଲେ ଏହାର ସେଚ୍ଛାସେବୀମାନେ ଲୋକଙ୍କ ସେବା କରିବାକୁ ଆଗେଇ ଆସିଥାନ୍ତି। କରୋନା ମହାମାରୀ ସମୟରେ ସେମାନଙ୍କର କାର୍ଯ୍ୟ ସାରା ବିଶ୍ୱ ଦେଖିଥିଲା। ସମଗ୍ର ବିଶ୍ୱରେ ଅଭାବୀ ଲୋକଙ୍କୁ ସେବା ଯୋଗାଉଛି ରେଡ୍‌କ୍ରସ।

ରେଡ୍‌କ୍ରସ ସୋସାଇଟିର ଗୁରୁତ୍ୱ ଏହାର ଇତିହାସରେ ଲୁଚି ରହିଛି। ୧୮୫୯ରେ ସ୍ବିଜରଲାଣ୍ଡର ବ୍ୟବସାୟୀ ଜନ୍‌-ହେନେରୀ ଡୁନାଣ୍ଟ ଇଟାଲୀରେ ସୋଲ୍‌ଫେରିନୋ ଯୁଦ୍ଧର ସାକ୍ଷୀ ହୋଇଥିଲେ। ଯେଉଁଥିରେ ବହୁ ସଂଖ୍ୟକ ସୈନିକ ପ୍ରାଣ ହରାଇବା ସହିତ ଅନେକ ଆହତ ମଧ୍ୟ ହୋଇଥିଲେ। ଏହି ଆହତ ସୈନିକମାନଙ୍କର ଯତ୍ନ ନେବା ପାଇ କୌଣସି ସେନାର ଚିକିତ୍ସାଳୟ ନ ଥିଲା। ଡୁନାଣ୍ଟ ସ୍ବେଚ୍ଛାସେବୀମାନଙ୍କ ଏକ ଦଳ ଗଠନ କରିଥିଲେ। ଯେଉଁମାନେ ଯୁଦ୍ଧରେ ଆହତ ସୈନିକମାନଙ୍କୁ ଖାଦ୍ୟ ଏବଂ ଜଳ ବିତରଣ କରିଥିଲେ। କେବଳ ଏତିକି ନୁହେଁ, ଏହି ଗୋଷ୍ଠୀ ତାଙ୍କୁ ଚିକିତ୍ସା କରିଥିଲେ ଏବଂ ତାଙ୍କ ପରିବାରକୁ ଚିଠି ମଧ୍ୟ ଲେଖିଥିଲେ।

ଏହି ଘଟଣାର ତିନି ବର୍ଷ ପରେ ହେନେରୀ ତାଙ୍କର ଅନୁଭୂତି ‘ଏ ମେମୋରି ଅଫ୍‌ ସୋଲ୍‌ଫେରିନୋ’ ପୁସ୍ତକ ଆକାରରେ ପ୍ରକାଶ କରିଥିଲେ। ଏହି ପୁସ୍ତକରେ ସେ ଏକ ସ୍ଥାୟୀ ଅନ୍ତର୍ଜାତୀୟ ସମାଜ ଗଠନ ପାଇଁ ପରାମର୍ଶ ଦେଇଥିଲେ। ଏକ ସମାଜ ଯିଏ ଯୁଦ୍ଧରେ ଆହତ ଲୋକଙ୍କୁ ଚିକିତ୍ସା କରିପାରିବ। ଯିଏ କୌଣସି ଦେଶର ନାଗରିକତ୍ୱ ଆଧାରରେ ନୁହେଁ ବରଂ ମାନବିକତା ଆଧାରରେ ଲୋକଙ୍କ ପାଇଁ କାମ କରିବ। ତାଙ୍କର ପରାମର୍ଶ ପରବର୍ତ୍ତୀ ବର୍ଷ କାର୍ଯ୍ୟକାରୀ କରାଯାଇଥିଲା।

ଫେବୃଆରୀ ୧୮୬୩ରେ ଜେନେଭା ଜନ୍‌ କଲ୍ୟାଣ ସମାଜ ଏକ କମିଟି ଗଠନ କଲା। ଯାହାର ସୁପାରିସରେ ଅକ୍ଟୋବର ୧୮୬୩ରେ ଏକ ବିଶ୍ୱ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୬ଟି ଦେଶର ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ଯେଉଁଥିରେ ଅନେକ ପ୍ରସ୍ତାବ ଏବଂ ନୀତି ଗ୍ରହଣ କରାଯାଇଥିଲା। ଏହା ପରେ ୧୮୭୬ରେ ରେଡ୍‌କ୍ରସର ଅନ୍ତର୍ଜାତୀୟ କମିଟି (ଆଇସିଆର୍‌ସି) ନାମରେ ଗଠନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୃଷ୍ଟିହୀନ ଲୋକଙ୍କ ସାହାରା-ଧଳା ବାଡ଼ି

ପ୍ରତିବର୍ଷ ଅକ୍ଟୋବର ୧୫ରେ ସାରା ବିଶ୍ୱରେ ହ୍ବାଇଟ କେନ ଡେ’ ବା ବିଶ୍ୱ ଧଳା ବାଡ଼ି ଦିବସ ପାଳନ କରାଯାଏ। ଦୃଷ୍ଟିହୀନ ଓ କମ୍‌ ଦୃଷ୍ଟିସମ୍ପନ୍ନ...

ଏମିତି ଇସ୍ତଫା ପତ୍ର ଲେଖିଲେ କର୍ମଚାରୀ, ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୫।୧୦: ସୋସିଆଲ ମିଡିଆରେ ଅନେକ ସମୟରେ ଅଜବ ଉପାୟରେ ଲେଖାଯାଇଥିବା ଚାକିରି ଅଫର କିମ୍ବା ଇସ୍ତଫା ପତ୍ର ଭାଇରାଲ ହୁଏ। କେତେକରେ, କର୍ମଚାରୀମାନେ ସେମାନଙ୍କର ଯନ୍ତ୍ରଣା...

ଝଙ୍କଡ଼ ଶାରଳା ପୀଠ

ରାଜ୍ୟର ପ୍ରମୁଖ ଦେବୀ ପୀଠ ମଧ୍ୟରେ ମା’ ଶାରଳାଙ୍କ ମନ୍ଦିର ଅନ୍ୟତମ। ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଝଙ୍କଡ଼ କନକପୁରଠାରେ ଏହି ପୀଠ ଅବସ୍ଥିତ।...

ପର୍ଯ୍ୟଟକଙ୍କୁ ଟାଣି ଆଣେ କଣ୍ଟିଲୋ ନୀଳମାଧବ

ପର୍ଯ୍ୟଟକଙ୍କୁ ଟାଣି ଆଣିବା ପାଇଁ ନୟାଗଡ଼ ଜିଲାର କଣ୍ଟିଲୋରେ ରହିଛି ମନଲୋଭା ପର୍ଯ୍ୟଟନ ସ୍ଥଳ। ମହାନଦୀର ଦକ୍ଷିଣ ପାର୍ଶ୍ୱରେ ଜଗନ୍ନାଥ ସଂସ୍କୃତିର ଆଦି ପୀଠ କଣ୍ଟିଲୋ...

କୃଷ୍ଣଚୂଡାର ରଙ୍ଗ ଆଜି ଫିକା…ମନେ ପଡନ୍ତି ଖୋକା ଭାଇ

ଓଡ଼ିଆ ସଙ୍ଗୀତ ଦୁନିଆର ବେତାଜ୍‌ ବାଦଶାହା। ହେଲେ ଥିଲେ ମୁକୁଟ ବିହୀନ ସମ୍ରାଟ। କାଳଜୟୀ ତଥା ଲୋକପ୍ରିୟ ସଙ୍ଗୀତଜ୍ଞ ଚିର ସବୁଜ ଅକ୍ଷୟ ମହାନ୍ତିଙ୍କର ଆଜି...

ପ୍ରକୃତିର ଅନନ୍ୟ ଉପହାର ପ୍ରଧାନପାଟ ଜଳପ୍ରପାତ

ପ୍ରକୃତିର ଅନନ୍ୟ ଉପହାର ହେଉଛି ଦେବଗଡ଼ ଜିଲାର ପ୍ରଧାନପାଟ ଜଳପ୍ରପାତ। ଦେବଗଡ଼ ସହରରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ଅବସ୍ଥିତ ଏହି ପର୍ଯ୍ୟଟନସ୍ଥଳକୁ ବର୍ଷ ସାରା...

ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣ ତାମ୍ପରା ହ୍ରଦ

ଗଞ୍ଜାମ ଜିଲା ଛତ୍ରପୁର ନିକଟ ହୁମୁରୀ ତାମ୍ପରା ହ୍ରଦ ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣର କେନ୍ଦ୍ର ପାଲଟିଛି। ଲେକ୍‌ ଭ୍ୟୁ ପାର୍କ ଓ ବୋଟିଂ ପାଇଁ ଏହି...

ସଚେତନତାକୁ ଗୁରୁତ୍ୱ ଦେବା ଆବଶ୍ୟକ

ପ୍ରତିବର୍ଷ ଅକ୍ଟୋବର ୧୨ ତାରିଖକୁ ‘ବିଶ୍ୱ ଗଣ୍ଠିବାତ ରୋଗ ଦିବସ’ (ଓ୍ବାଲର୍‌ଡ ଆର୍ଥ୍ରାଇଟିସ୍‌ ଡେ) ଭାବରେ ପାଳନ କରାଯାଇଥାଏ। ଏହି ଦିବସ ଅବସରରେ ଚଳିତବର୍ଷର ସ୍ଲୋଗାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri