Posted inଖେଳ

କ୍ୱାର୍ଟର ଫାଇନାଲରେ ସହିଦ ସ୍ପୋର୍ଟିଂ

ଭୁବନେଶ୍ୱର, ୭।୫ (ତପନ ସ୍ବାଇଁ): ପାରାମାଉଣ୍ଟ ସ୍ପୋର୍ଟିଂ ଆନୁକୂଲ୍ୟରେ ଏହାର ପଡ଼ିଆରେ ଚାଲିଥିବା ୬ଷ୍ଠ ଅରବିନ୍ଦ ସ୍ମାରକୀ ୧୬ ବର୍ଷରୁ କମ୍‌ ଜୁନିୟର କ୍ରିକେଟ ଟୁର୍ନାମେଣ୍ଟର ଦ୍ୱିତୀୟ ମ୍ୟାଚରେ ବିଜୟୀ ହୋଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ସହିଦ ସ୍ପୋର୍ଟିଂ। ସୋମବାର ଅନୁଷ୍ଠିତ ଏହି ମ୍ୟାଚରେ ସହିଦ ସ୍ପୋର୍ଟିଂ ୭ ଉଇକେଟରେ ଶ୍ରୀ ଜୟଦେବ ସ୍ପୋଟର୍‌ସ ଆସୋସିଏଶନ (ଏସ୍‌ଜେଏସ୍‌ଏ)କୁ ପରାସ୍ତ କରିଛି। ଟସ୍‌ ଜିତି ବ୍ୟାଟିଂ କରିଥିବା ଏସ୍‌ଜେଏସ୍‌ଏ ୩୦ ଓଭରରେ ୬ ଉଇକେଟ ହରାଇ ୧୫୫ ରନ କରିଥିଲା। ଦଳ ପକ୍ଷରୁ ଦେବାଂଶୁ ଜେନା ସର୍ବାଧିକ ୪୩ ଓ ଆୟୂଷ ଶେଟ୍ଟୀ ୩୫ ରନ କରିଥିବାବେଳେ ବିପକ୍ଷ ବୋଲରମାନେ ଅତିରିକ୍ତଭାବେ ତୃତୀୟ ସର୍ବାଧିକ ୩୪ ରନ ବ୍ୟୟ କରିଥିଲେ। ଆଦିତ୍ୟ କୁମାର ପ୍ରଧାନ ସର୍ବାଧିକ ୩ଟି ଉଇକେଟ ନେଇଥିଲେ। ଜବାବରେ ସହିଦ ସ୍ପୋର୍ଟିଂ ଆଦିତ୍ୟ କୁମାର ପ୍ରଧାନଙ୍କ ଦ୍ରୁତ ୭୬ ଓ ଆଦିତ୍ୟ ରାଜ ମିଶ୍ରଙ୍କ ଅପରାଜିତ ୪୧ରନ ବଳରେ ୨୨.୫ ଓଭରରେ ୩ ଉଇକେଟ ହରାଇ ୧୫୭ ରନ ସଂଗ୍ରହ କରି ନେଇଥିଲା। ପରାଜିତ ଦଳର ବୋଲରଙ୍କ ମଧ୍ୟରେ ସରଓ୍ବନ କୁମାର ସାହୁ ୨ଟି ଉଇକେଟ ନେଇଥିଲେ। ଆୟୋଜକ ପାରାମାଉଣ୍ଟ ସ୍ପୋର୍ଟିଂ କୋଷାଧ୍ୟକ୍ଷ ସଞ୍ଜୀବ କୁମାର ରଥ ଅତିଥିଭାବେ ଯୋଗଦେଇ ବିଜୟୀ ଦଳର ଆଦିତ୍ୟ କୁମାର ପ୍ରଧାନଙ୍କୁ ପ୍ଲେୟର ଅଫ୍‌ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ କ୍ରିକେଟରେ ପୁଣି ଡ୍ରାମା, ଏବେ ପୁଣି ବଦଳିବେ କ୍ୟାପଟେନ!

ଇସଲାମାବାଦ,୭।୯: ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ପାକିସ୍ତାନ ପରାଜୟ ପରେ ସମାଲୋଚନାର ବଜାର ସରଗରମ ହୋଇଛି। ସବୁଠାରୁ ଖରାପ କଥା ହେଉଛି ଏହି ପରାଜୟ...

ଟ୍ୟାକ୍ସି ଚାଳକଙ୍କ ପୁଅ ଜିତିଲେ ବ୍ରୋଞ୍ଜ୍‌

ପ୍ୟାରିସ୍‌,୭ା୯ଭାରତର ପ୍ରଥମ ଜୁଡୋକା ଭାବରେ ପ୍ୟାରିସ୍‌ ପାରାଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି କପିଲ ପରମାର। ୨୩ ବର୍ଷୀୟ କପିଲ ବ୍ରୋଞ୍ଜ ପଦକ...

୪ ଓଭର, ଗୋଟିଏ ମେଡେନ୍‌, ୪ ରନ୍‌…. ଛାଇଗଲେ ଭୁବି

ନୂଆଦିଲ୍ଲୀ,୭।୯: ଭୁବନେଶ୍ୱର କୁମାର ୟୁପି ଟି-୨୦ ଲିଗ ୨୦୨୪ରେ ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଛନ୍ତି। ଭୁବନେଶ୍ୱର କୁମାରଙ୍କ ବୋଲିଂ ଆଗରେ ବିରୋଧୀ ବ୍ୟାଟ୍ସମ୍ୟାନମାନେ ଅସହାୟ...

୧୪୭ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି, ଓଲି ପୋପ ବଡ଼ କାରନାମା

ନୂଆଦିଲ୍ଲୀ,୭।୯: ଇଂରାଜୀ ବ୍ୟାଟ୍ସମ୍ୟାନ ଓଲି ପୋପ ଏବେ ଚମତ୍କାର ଫର୍ମରେ ଅଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷରେ ୧୦୩ ରନ୍‌ର ଇନିଂସ ଖେଳି ଅପରାଜିତ ଅଛନ୍ତି। ତେବେ...

ରାହୁଲ ଦ୍ରାବିଡଙ୍କ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୭।୯: ଶୁକ୍ରବାର ରାଜସ୍ଥାନ ରୟାଲ୍ସ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ଏହାର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ବାସ୍ତବରେ, ଟି -୨୦ ବିଶ୍ୱକପ୍‌...

ପ୍ରବୀଣଙ୍କୁ ସ୍ବର୍ଣ୍ଣ

ପ୍ୟାରିସ୍‌, ୭।୯(ପି.ଟି.): ଭାରତର ପ୍ରବୀଣ କୁମାର ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଶୁକ୍ରବାର ସ୍ବର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ପୁରୁଷ ହାଇଜମ୍ପ ଟି୬୪ ଇଭେଣ୍ଟରେ ସେ...

ଲେଜେଣ୍ଡ୍ସ ଲିଗ୍‌ରେ ପ୍ରଥମ ଥର ଓଡ଼ିଶା ଟିମ୍ କୋଣାର୍କ ସୂର୍ଯ୍ୟ: ଇର୍ଫାନ୍‌ ପଠାନ କ୍ୟାପଟେନ୍‌

ପ୍ୟାରିସ୍‌,୬ା୯: ଲେଜେଣ୍ଡ୍ସ ଲିଗ୍‌ କ୍ରିକେଟରେ ଓଡ଼ିଶାର ପ୍ରଥମ ଦଳ ଭାବେ କୋଣାର୍କ ସୂର୍ଯ୍ୟ ସାମିଲ ହୋଇଛି। ଶୁକ୍ରବାର ଭୁବନେଶ୍ୱରରେ ଟିମ ଲଞ୍ଚ ହେବା ସହ, ସମସ୍ତ...

କେବେ ଦେଖି ନ ଥିବେ ଏମିତି ମ୍ୟାଚ୍‌: ଟି-୨୦ ବିଶ୍ୱକପ୍‌ କ୍ୱାଲିଫାୟର୍ସରେ ମାତ୍ର ୧୦ ରନ୍‌ରେ ଅଲଆଉଟ୍‌ ହେଲା ଏହି ଦଳ

ନୂଆଦିଲ୍ଲୀ,୬।୯: ମଙ୍ଗୋଲିଆ ଏବଂ ସିଙ୍ଗାପୁର ମଧ୍ୟରେ ମ୍ୟାଚ ଟି-୨୦ ବିଶ୍ୱକପ ଏସୀୟ କ୍ୱାଲିଫାୟର୍ସରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମଙ୍ଗୋଲିଆ ନାମରେ ଏକ ଲଜ୍ଜାଜନକ ରେକର୍ଡ ଯୋଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri