ଅଧଘଣ୍ଟାରେ ଅଧା ରାଜଧାନୀ ପ୍ରଭାବିତ

ଭୁବନେଶ୍ୱର, ୭।୫ (ବନ୍ଦନା ସେଠୀ):ରାଜଧାନୀ ଭୁବନେଶ୍ୱରରେ ସୋମବାର କାଳବୈଶାଖୀ ତାଣ୍ଡବ ରଚିଛି। ଅଧଘଣ୍ଟାର ଝଡ଼ତୋଫାନ ସହ ବର୍ଷାରେ ଅଧା ରାଜଧାନୀ ପ୍ରଭାବିତ ହୋଇଛି। ବିଭିନ୍ନ ସ୍ଥାନରେ ଗଛ ଉପୁଡିବା ସହ ଭାଙ୍ଗିପଡିଥିବାବେଳେ କେତେକ ସ୍ଥାନରେ ପାଲ ଓ ଟିଣ ଛପର ଉଡ଼ିଯାଇଥିବା ଦେଖିବାକୁ ମିଳିଛି। ରାସ୍ତାରେ ଗଛ ପଡିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। କେତେକ ସ୍ଥାନରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଥିବାବେଳେ ରାସ୍ତାରେ ଯାଉଥିବା ଲୋକେ ଧୂଳିଝଡ଼ ଓ ବର୍ଷା ଯୋଗୁ ନାନା ହଇରାଣ ହୋଇଥିଲେ। ସେହିପରି ତାର ଛିଣ୍ଡି ପଡ଼ିବାରୁ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଥିଲା। ଗଛ କଟା ସହ ବିଦ୍ୟୁତ୍‌ ମରାମତି ପାଇଁ ସହରର ବହୁ ଅଞ୍ଚଳ ଘଣ୍ଟା ଘଣ୍ଟା ଧରି ଅନ୍ଧାରରେ ରହିଥିବାବେଳେ ଅଧିକାଂଶ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ୍‌ କଟୁଥିବାରୁ ଲୋକେ ହନ୍ତସନ୍ତ ହୋଇଥିଲେ। ଅନ୍ୟପକ୍ଷରେ କାଳବୈଶାଖୀ ପାଇଁ ବିମାନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା।
ସବୁଦିନ ଭଳି ସୋମବାର ସକାଳୁ ଖରା ଓ ପ୍ରବଳ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରିଥିଲା। ହେଲେ ଅପରାହ୍ନ ବେଳକୁ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା। କେତେକ ଅଞ୍ଚଳରେ ଝିପିଝିପି ବର୍ଷା ସହ ପବନ ତାତିଲା ଦେହକୁ ଶୀତଳ କରିଦେଇଥିଲା। ସହରବାସୀ ଆଶ୍ୱସ୍ଥ ଅନୁଭବ କରିଥିଲେ। ହେଲେ ଅପରାହ୍ନ ପ୍ରାୟ ୩ଟାବେଳକୁ ହଠାତ୍‌ ବର୍ଷା ପରିମାଣ ବଢ଼ିବା ସହ ପ୍ରବଳ ବେଗରେ ଝଡ଼ତୋଫାନ ମାଡି ଆସିଲା। ଅଧଘଣ୍ଟା ଧରି ଆତଙ୍କ ରଚିଥିଲା। ପବନ ସହ ବର୍ଷା ଝଟକାରେ ରାସ୍ତାରେ ଯାଉଥିବା ଲୋକେ ଯିଏ ଯେଉଁଠି ପାରୁଥିଲେ ଅଟକିଯାଉଥିଲେ। ବିଶେଷକରି ପୁରୁଣା ଭୁବନେଶ୍ୱରରୁ ଆରମ୍ଭ କରି ଡୁମୁଡୁମା, ଖଣ୍ଡଗିରି, ଚନ୍ଦ୍ରଶେଖରପୁର, ଶହୀଦନଗର, ମାଷ୍ଟରକ୍ୟାଣ୍ଟିନ, ବାପୁଜୀନଗର, ବଡ଼ଗଡ଼, ବିଜେବି ନଗର, କଳ୍ପନା, ରାଜମହଲ, ଏଜି ଛକ, ୟୁନିଟ୍‌-୧, ୟୁନିଟ୍‌-୨, ୟୁନିଟ୍‌-୩, ଏୟାରପୋର୍ଟ, ନାଗେଶ୍ୱରଟାଙ୍ଗୀ, କୋଳଥିଆ, ଓୟୁଏଟି ଗେଷ୍ଟ ହାଉସ୍‌, ଲୁମ୍ବିନି ବିହାର, ଧଉଳି ରୋଡ଼, ଜାଗମରା, ସତ୍ୟସାହି ଏନ୍‌କ୍ଲେଭ୍‌ ଅଞ୍ଚଳରେ ଛୋଟବଡ଼ ଗଛ ଉପୁଡିଯିବା ସହ ଡାଳ ଭାଙ୍ଗି ପଡିଥିଲା। ପବନ ଯୋଗୁ ଦୋକାନ ଉପରେ ଓ ଆଗରେ ରହିଥିବା ପାଲ ଚିରି ଯାଇଥିଲା। କେତେକ ଦୋକାନର ଅସ୍ଥାୟୀ ଛପର ମଧ୍ୟ ଉଡ଼ିଯାଇଥିଲା। ଏସବୁ ଅଞ୍ଚଳରେ ରାସ୍ତାକଡ଼ରେ ଲଗାଯାଇଥିବା ବଡ଼ବଡ଼ ପୋଷ୍ଟର ଓ ବିଏମ୍‌ସି ପକ୍ଷରୁ ଟ୍ରାଫିକ୍‌ ପୋଷ୍ଟରେ ଟଣାଯାଇଥିବା ଗ୍ରୀନ୍‌ ଶେଡ୍‌ ଚିରି ଓହଳିପଡ଼ିଥିଲା। ଏୟାରପୋର୍ଟ ଛକରେ ଟ୍ରାଫିକ୍‌ ସିଗ୍‌ନାଲ କ୍ଷତିଗ୍ରସ୍ତ ହେବାରୁ ବର୍ଷା ଛାଡ଼ିବା ପରେ ତୁରନ୍ତ ମରାମତି କରାଯାଇଥିଲା। ପୁରୁଣା ଭୁବନେଶ୍ୱର, ଏମ୍ସ ସମ୍ମୁଖ ଭଳି କିଛି ରାସ୍ତାରେ ବେଶ୍‌ କିଛି ସମୟ ଧରି ପାଣି ଲହଡ଼ି ଖେଳିଥିଲା। ତେବେ ବର୍ଷା ପବନ କମିବା ପରେ ଅଗ୍ନିଶମ ବିଭାଗ ପକ୍ଷରୁ ଭାଙ୍ଗିଥିବା ଡାଳ ସଫା କରାଯାଇଥିଲା। ତେବେ ସହରର ଅନ୍ୟ ଅଞ୍ଚଳରେ ଝିପି ଝିପି ବର୍ଷା ଓ ପବନ ଲାଗି ରହିଥିଲା। ଅଗ୍ନିଶମ ବିଭାଗର ସୂଚନା ମୁତାବକ, ପବନର ବେଗ ସାମାନ୍ୟ ଥମିବା ପରେ ରାଜଧାନୀର ବିଭିନ୍ନ ଅଞ୍ଚଳରୁ ମୋଟ୍‌ ୪୪ଟି ସ୍ଥାନରେ ରାସ୍ତା ଉପରେ ଗଛ ପଡିଥିବା ଖବର ପହଞ୍ଚତ୍ଥିଲା। ଏହାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ୧୦ଟି ଟିମ୍‌ ଗଠନ କରାଯାଇଥିଲା। ଏହି ଟିମ୍‌ ଅପରାହ୍ନ ୪ଟା ୩୦ରୁ ରାସ୍ତା ଉପରୁ ଗଛ ହଟାଇବା କାମ ଆରମ୍ଭ କରିଥିଲେ। ରାତି ପ୍ରାୟ ୯ଟା ୧୫ ପର୍ଯ୍ୟନ୍ତ ଅପରେଶନ୍‌ ଚାଲିଥିଲା ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ମିଳିଲା ୧୨ଟି ପାଟ୍ରୋଲିଂ ଗାଡ଼ି, ୫ବର୍ଷରେ ଅଭୟାରଣ୍ୟକୁ ଆସିବେ ୧୪ ବାଘ

ଭୁବନେଶ୍ୱର, ୧୮ା୧୦ (ବନ୍ଦନା ସେଠୀ): ଜୀବଜନ୍ତୁଙ୍କ ସୁରକ୍ଷାରେ ନିୟୋଜିତ ହେବ ପାଟ୍ରୋଲିଂ ଭ୍ୟାନ୍‌। ବିଶେଷକରି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ସୁରକ୍ଷା ପାଇଁ ଆଧୁନିକ ଯାନର ବ୍ୟବସ୍ଥା...

ଟାସ୍କଫୋର୍ସ ପୁନର୍ଗଠନ କଲେ ରାଜ୍ୟ ସରକାର, ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ଶିକ୍ଷାନୀତି

ଭୁବନେଶ୍ୱର,୧୮।୧୦: ଜାତୀୟ ଶିକ୍ଷା ନୀତି-୨୦୨୦କୁ ଓଡ଼ିଶାରେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଗୁରୁବାର ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ପୁନର୍ଗଠନ ସହ...

ବଦଳିଲେ ୭୦ରୁ ଅଧିକ ତହସିଲଦାର

ଭୁବନେଶ୍ୱର, ୧୮ା୧୦: ରାଜ୍ୟରେ ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ସରକାର। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ...

କୋଷ୍ଟ ଗାର୍ଡ ଡିଆଇଜି, ପନ୍ତ୍ରୀଙ୍କୁ ଦୁର୍ବ୍ୟବହାର, ନୟାପଲ୍ଲୀ ଥାନାରେ ଏତଲା

ଭୁବନେଶ୍ୱର,୧୮ା୧୦(ସତ୍ୟଜିତ୍‌ ରାଉତ): କୋଷ୍ଟଗାର୍ଡ ଡିଆଇଜି ସତ୍ୟ ରଞ୍ଜନ ଦାସ ଓ ତାଙ୍କ ପତ୍ନୀ ନୟାପଲ୍ଲୀ ଥାନା ଅନ୍ତର୍ଗତ କଳିଙ୍ଗ ଷ୍ଟାଡିଅମ୍‌ ଟ୍ରାଫିକ୍‌ ପୋଷ୍ଟ ନିକଟରେ ଗୁରୁବାର...

OSSSC ଦ୍ଵାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ବିବାଦ, ସରକାର ନେଲେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର, ୧୮ା୧୦: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ଦ୍ୱାରା କମ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ୨୦୨୪ର ଫରେଷ୍ଟର, ଫରେଷ୍ଟ ଗାର୍ଡ, ଆର୍‌ଆଇ, ଅମିନ ଆଦି...

୨୩ରୁ ଏସବୁ ଜିଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ବିଲରେ ଧାନ ବାହାରିବାକୁ ବସିଲାଣି। ଚାଷୀକୁଳ ଅସରାଏ ବର୍ଷାକୁ ଚାହିଁ ରହିଛନ୍ତି। ବର୍ଷା ହେଲେ ବିଲରେ ସୁନା ଫଳିବ। ବର୍ଷକର ପରିଶ୍ରମ ଚାଷୀଙ୍କୁ...

କାର୍ତ୍ତିକ ଆରମ୍ଭରୁ ଅସମ୍ଭାଳ, ଛୁଇଁହେଉନି ପରିବା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ପାର୍ବଣରେ ମହଙ୍ଗାମାଡ଼ ଖାଉଟିଙ୍କ ହର୍ଷୋଲ୍ଲାସକୁ ଫିକା କରିଦେଇଛି। ଆଳୁ, ପିଆଜ ଓ ତେଲ ସମେତ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀଗୁଡ଼ିକ ପୂର୍ବରୁ ଚଢ଼ାଦରରେ ବିକ୍ରି...

୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ୨୦ରୁ ଊର୍ଦ୍ଧ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri