ଆକର୍ଷଣୀୟ ଦେଖାଯିବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଟିପ୍ସ

ବର୍ତ୍ତମାନ ସୂର୍ଯ୍ୟକିରଣ ପ୍ରଭାବରେ ତ୍ୱଚା ସମ୍ବନ୍ଧିତ ବିଭିନ୍ନ ସମସ୍ୟା ଦେଖାଦେଉଛି। ଏହା ଦୂରକରିବାକୁ ଅନେକେ ବ୍ୟୁଟି ପାର୍ଲର ଯିବାଠୁ ଆରମ୍ଭକରି ଦାମୀ ସୌନ୍ଦର୍ଯ୍ୟ ପ୍ରସାଧନ ବ୍ୟବହାର କରିବାକୁ ବି ପଛାଉନାହାନ୍ତି। ହେଲେ ଆପଣ ଚାହିଁଲେ କେତୋଟି ଘରୋଇ ଉପଚାର ଦ୍ୱାରା ଆକର୍ଷଣୀୟ ତ୍ୱଚା ପାଇପାରିବେ…

କଦଳୀ ଓ ଅମୃତଭଣ୍ଡା ପ୍ୟାକ୍‌: ଏକ ୨ ବଡ଼ ଚାମଚ ପାଚିଲା ଅମୃତଭଣ୍ଡା ପେଷ୍ଟ, ୧ ଚାମଚ ପାଚିଲା କଦଳୀ ପେଷ୍ଟ, ୫-୭ଟି ବାଦାମର ପେଷ୍ଟ, ଅଧା ଚାମଚ ଆଲୋଭେରା ଜେଲ୍‌, ଅଳ୍ପ ମହୁକୁ ଭଲଭାବେ ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୨୦-୨୫ ମିନିଟ୍‌ ପର୍ଯ୍ୟନ୍ତ ରଖିବା ପରେ ପାଣିରେ ଧୋଇଦିଅନ୍ତୁ। ଏହି ପ୍ୟାକ୍‌କୁ ସପ୍ତାହରେ ଥରେ କିମ୍ବା ୨ଥର ଲଗାନ୍ତୁ, ଦେଖିବେ ଖରାରେ ସିଝିବା ଭଳି ଦେଖାଯାଉଥିବା ସ୍କିନ୍‌ ପୁଣି ଗ୍ଲୋ କରିବ। ତା’ଛଡ଼ା ଏହି ପ୍ୟାକ୍‌ ଲଗାଇଲେ ରିଙ୍କିଲ୍‌ ମାର୍କ, କଳାଦାଗ, ଛାଇ ପଡ଼ିବା ଭଳି ଦାଗ ଆଦି ଦୂରହୋଇଯିବ।
କମଳା ଚୋପା ଓ ଆଲୋଭେରା ଜେଲ୍‌ ପ୍ୟାକ୍‌: ଏକ ପାତ୍ରରେ ୧ ଚାମଚ କମଳା ଚୋପା ପାଉଡର, ଅଧା ଚାମଚ ଆଲୋଭେରା ଜେଲ୍‌ ଏବଂ ଅଳ୍ପ ମୁଲତାନୀ ମାଟି ନେଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୧୦-୧୫ ମିନିଟ୍‌ ରଖିବା ପରେ ପାଣିରେ ଧୋଇ ଦିଅନ୍ତୁ। ଏହା ସନ୍‌ ଟ୍ୟାନ୍‌ ଦୂରକରିବା ସହ ସ୍କିନ୍‌ ଟୋନ୍‌ ବଢ଼ାଇବାରେ ସାହାଯ୍ୟ କରିବ।
ରୋଜ୍‌ ପ୍ୟାକ୍‌: କିଛି ଗୋଲାପଫୁଲର ପାଖୁଡ଼ାକୁ ପେଷ୍ଟ କରିଦିଅନ୍ତୁ। ୧ ଚାମଚ ଏହି ପେଷ୍ଟ ସହ ୨-୩ ଚାମଚ କଞ୍ଚାକ୍ଷୀର, ୪-୫ ବୁନ୍ଦା ମହୁ ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୧୫-୨୦ ମିନିଟ୍‌ ରଖିବା ପରେ ପାଣିରେ ଧୋଇଦିଅନ୍ତୁ। ଏହା ତ୍ୱଚାକୁ ଉଜ୍ଜ୍ୱଳ କରିବା ସହ ବ୍ରଣ ଦାଗ ଆଦି ସମସ୍ୟା ଦୂରକରିବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବର୍ଣ୍ଣିମ ପ୍ରକ୍ଷେପଣ ପଛରେ ବିଜ୍ଞାନ

ଜାଭେଲିନ ଆମ ଦେଶର ଏକ ପାରମ୍ପରିକ ଖେଳ। ଜାଭେଲିନକୁ ଆମ ଦେଶରେ ସାଧାରଣତଃ ବର୍ଛା କିମ୍ବା ଭାଲ୍ଲା ବୋଲି କୁହାଯାଏ। ପୂର୍ବେ ରାଜା ମହାରାଜାମାନେ ଅବସର...

ଚା’ ପିଉଛନ୍ତି କି? ରୁହନ୍ତୁ ସତର୍କ ନଚେତ୍‌ ଭୋଗିବେ ଏସବୁ ସମସ୍ୟା

କ୍ଳାନ୍ତ ମନକୁ ହାଲୁକା କରିବା ପାଇଁ ଅନେକେ ଚା’ କିମ୍ବା କଫି ପିଇଥାଆନ୍ତି। ହେଲେ ଯଦି ଆପଣ ଅଧିକ ସମୟ ଚା’ ପିଉଛନ୍ତି ତେବେ ଏପରି...

ଆପଣଙ୍କ ସୋଫା ଉପରେ ଅଛି କି ବିମ୍, ଜାଣନ୍ତୁ ମନକୁ କେମିତି କରେ….

ଲିଭିଂ ରୁମ୍‌ ଘରର ଏମିତି ଏକ ଅଂଶ; ଯାହାର ସାଜସଜ୍ଜାକୁ ଦେଖିଲେ ପରିବାର ସଦସ୍ୟଙ୍କ ବୈଭବ, ସମ୍ପନ୍ନତା ଓ ମାନସିକତାକୁ ଠଉରେଇ ହୁଏ। ସେଥିପାଇଁ ଲିଭିଂ...

ଗର୍ଭାବସ୍ଥାରେ ବାନ୍ତି କାହିଁକି ହୁଏ, ଜାଣନ୍ତୁ ଏଥିରୁ କେମିତି ପାଇବେ ରକ୍ଷା

ଗର୍ଭାବସ୍ଥା ସମୟରେ ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଘଟେ। ଗର୍ଭାବସ୍ଥାରେ ବିଶେଷତଃ ପ୍ରଥମ ତିନି ମାସ ପର୍ଯ୍ୟନ୍ତ ମହିଳାମାନେ କିଛି ଖାଇ ପିଇ ପାରନ୍ତି ନାହିଁ।...

ନିୟମିତ ଯୋଗ କରୁଥିଲେ ଏସବୁ ସମସ୍ୟାରୁ ମିଳିବ ମୁକ୍ତି

ଶରୀରକୁ ସୁସ୍ଥ ତଥା ନୀରୋଗ ରଖିବାକୁ କିଏ ବା ନ ଚାହେଁ? ଏଥିପାଇଁ ନିୟମିତ ବ୍ୟାୟାମ ନିଶ୍ଚୟ କରୁଥିବେ। ତେବେ ନିଜର ଦୈନନ୍ଦିନ ଜୀବନରେ ଯୋଗକୁ...

ବିଳମ୍ବରେ ଉଠୁଥିଲେ ହୋଇଯାନ୍ତୁ ସାବଧାନ: ହୋଇପାରେ…

କେତେକ ବ୍ୟକ୍ତିଙ୍କର ଏକ ଅଭ୍ୟାସ ରହିଛି। ସେମାନେ ପ୍ରାୟ ବିଳମ୍ବରେ ଶୁଅନ୍ତି ଏବଂ ବିଳମ୍ବରେ ଉଠନ୍ତି। ତେଣୁ ଏହାଦ୍ୱାରା ଶାରୀରିକ ପ୍ରକ୍ରିୟା ପ୍ରଭାବିତ ହେବାର ଆଶଙ୍କା...

ହାର୍ଟ ପାଇଁ ଉପକାରୀ ଅମୃତଭଣ୍ଡା

ଅମୃତଭଣ୍ଡାରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ତେବେ ଏହାର ଭଲ ଗୁଣ ତାଲିକାରେ ଆଉ ଏକ କଥାକୁ ନିକଟରେ ଯୋଡ଼ାଯାଇଛି। ଏହାକୁ ଖାଇବା...

ହାଇ ହିଲ୍‌ସ ପିନ୍ଧିଲେ ଦେଖାଦିଏ ଏସବୁ ସ୍ବାସ୍ଥ୍ୟ ସମସ୍ୟା

କଥାରେ ଅଛି- ‘ପ୍ରତି ଅବାଗିଆ ଢଙ୍ଗ ହେଉଛି ଗୋଟିଏ ଫେଶନ’। ନିଜକୁ ସାଧାରଣ ଲୋକଙ୍କଠାରୁ ଅଲଗା ବୋଲି ଦେଖାଇହେବା ପାଇଁ ଲୋକେ ଏହାକୁ ଆପଣେଇ ଥାଆନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri