ରାତି ନ ପାହୁଣୁ ପ୍ରେସ୍‌ମିଟ୍‌ ଡକାଇଲେ କାର୍ତ୍ତିକ ପାଣ୍ଡିଆନ୍‌: କହିଲେ ଏସବୁ କଥା…

ଭୁବନେଶ୍ୱର,୮।୫: ଆଗାମୀ ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ ରହିଛି। ଗୋଟିଏ ପଟେ ଭାଜପାର ହେଭିଓ୍ବେଟ୍‌ ନେତା ଓଡ଼ିଶାରେ ଘନ ଘନ ପ୍ରଚାର କରୁଥିବାବେଳେ ବିଜେଡି ମଧ୍ୟ ତାର ଷ୍ଟାର କ୍ୟାମ୍ପେନର୍‌ଙ୍କ ସହ ପ୍ରଚାର ଜୋରଦାର କରିଛି। ବିଜେଡିର ପ୍ରଚାର ମଙ୍ଗ ଏଥର ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଧରିଛନ୍ତି। ସେ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇ ଟୋଡି ଶଙ୍ଖରେ ଭୋଟ ଦେବାକୁ ନିବେଦନ କରୁଛନ୍ତି। ବୁଧବାର ଭୋରୁ ପାଣ୍ଡିଆନ ଏକ ପ୍ରେମିଟ୍‌ ଡକାଇଛନ୍ତି। ଏଥିରେ ସେ ଖବରଦାତାଙ୍କ ଅନେକ ପ୍ରଶ୍ନର ଜବାବ ରଖିଛନ୍ତି।

ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଣିଛନ୍ତି ଓଡ଼ିଶାବାସୀ କ’ଣ ଚାହୁଁଛନ୍ତି। ସେହି ହିସାବରେ ସେ କାର୍ଯ୍ୟ କରନ୍ତି। ୨୦୧୯ରେ କେନ୍ଦ୍ରପଡରେ ବ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଲେ ବିଜେଡି ଏଥର ସରକାର ଗଢିବନି। କିନ୍ତୁ ବିଜେଡି ବିପୁଳ ଭାବରେ ଜିତିଥିଲା। ଏଥର ମଧ୍ୟ ତାହା ହିଁ ଘଟିବ। ୨୦୧୯ରେ ୮ଜଣ ଭାଜପା ଏମପି ଓଡ଼ିଶାରୁ ନିର୍ବାଚିତ ହୋଇଥିଲେ । ହେଲେ ଭାଜପା ଏମ୍‌ପି ଥରେ ବି ରାଜ୍ୟ ସ୍ବାର୍ଥ ପାଇଁ ପାଟି ଫିଟେଇଲେ ନାହିଁ । କିନ୍ତୁ ବିଜେଡି ଆଭିମୁଖ୍ୟ ଓଡ଼ିଶାର ହବ ଓ ସ୍ବାର୍ଥ ପାଇଁ ଲଢିବା ଏବଂ ବିଜେଡିର ଏମ୍‌ପି ରାଜ୍ୟ ସ୍ବାର୍ଥ ପାଇଁ ହିଁ କାମ କରୁଛନ୍ତି । ଭାଜପା ପାଖରେ ପ୍ରସଙ୍ଗ ନାହିଁ। ପ୍ରସଙ୍ଗ ନ ଥିବା ଅସ୍ମିତା କଥା ଉଠାଉଛି।
ପାଣ୍ଡିଆନ ଆହୁରି ମଧ୍ୟ କହିଛନ୍ତି, ଭାଜପା ସରକାରକୁ ଆସିବା ପାଇଁ ମାନିଫେଷ୍ଟୋ ଆଣିଛି । ବିଜେଡି ସେବା ପାଇଁ ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ ମାନିଫେଷ୍ଟୋ ଆଣିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମେନିଫେଷ୍ଟୋ ପାଇଁ ସମସ୍ତେ ଅନାଇ ବସିଛନ୍ତି । ୨ ଦିନ ଭିତରେ ବିଜେଡିର ଇସ୍ତାହାର ଆସିବ। ବିଜେଡି ଭୋଟ ପାଇଁ ନୁହେଁ ବିକାଶ ପାଇଁ ମାନିଫେଷ୍ଟୋ ଆଣିବ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri