ନେଟ୍‌ଓ୍ବର୍କ ନାହିଁ ତ ଭୋଟ୍‌ ନାହିଁ ଲେଖି ଗାଁରେ ପୋଷ୍ଟର ମାରିଲେ ଗ୍ରାମବାସୀ

ଖଲ୍ଲିକୋଟ,୮ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କନକା ଗ୍ରାମରେ ନାହିଁ ମୋବାଇଲ ନେଟ୍‌ଓ୍ବର୍କ। ଆଜିର ସମୟରେ ସାଧାରଣ ଜୀବନରେ ମୋବାଇଲ ଅପରିହାର୍ଯ୍ୟ ହୋଇଥିବା ବେଳେ ଗାଁରେ ନେଟ୍‌ଓ୍ବର୍କ ନ ଥିବାରୁ ଗାଁ ଛାଡୁଛନ୍ତି ଅଧିବାସୀ। ତେଣୁ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ। ଗାଁରେ ଲାଗିଛି ପୋଷ୍ଟର (ନେଟ୍‌ଓ୍ବର୍କ ନାହିଁ ତ ଭୋଟ ନାହିଁ)।

ଖଲ୍ଲିକୋଟ ବ୍ଲକ କନକା ପଞ୍ଚାୟତ କନକା ଗ୍ରାମର ଧନୁ ନାୟକ କୁହନ୍ତି। ଘରେ ସମସ୍ତେ ସରକାରୀ ଓ ବେସରକାରୀ ଚାକିରିଆ। ଗାଁରେ ଅଛି ବିରାଟ ଘର। କିନ୍ତୁ ଗାଁରେ ମୋବାଇଲ ନେଟ୍‌ଓ୍ବର୍କ ନ ଥିବାରୁ ଘରେ ରହିବାକୁ କେହି ନାହାନ୍ତି। ପୁଅ ବୋହୂ ଅଫିସ କାମ କରିପାରୁ ନାହାନ୍ତି କି ନାତି ନାତୁଣୀ ପାଠ ପଢ଼ି ପାରୁନାହାନ୍ତି। ତେଣୁ ଗାଁ ବୃଦ୍ଧ ବୟସରେ ମୋବାଇଲ ନେଟଓ୍ବର୍କ ବାପା ପୁଅକୁ ଅଲଗା କରିଦେଇଛି। ଗାଁଠାରୁ ଏକ କିଲୋମିଟର ଦୂରରେ ସାନ ପୁଅ ରହୁଥିବାରୁ ବାପା ପାଇଁ ଖାଇବାକୁ ପଠାଇଦେଉଛି, ଆଉ ବାପା ପୁଅମାନଙ୍କ ପାଇଁ କରିଥିବା ଏହି ଘରକୁ ଜଗି ରହିଛନ୍ତି। ଏମିତି ସମସ୍ୟା କେବଳ ଧନୁଙ୍କର ନୁହେଁ ଏହି ଗାଁରେ ରହୁଥିବା ୫୦୦ ପରିବାରରେ ଦେଖିବାକୁ ମିଳିଛି। ନେଟଓ୍ବର୍କ ପାଇଁ ଗାଁଠାରୁ ଏକ କିଲୋମିଟର ଦୂରକୁ ଯିବାକୁ ପଡୁଛି ବୋଲି ଗ୍ରାମବାସୀ କହିଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଗାଁରେ ବୈଠକ କରି ଯୁବ ଗୋଷ୍ଠୀ ନିଷ୍ପତ୍ତି ନେଇଛନ୍ତି ଏଥର ନେଟ୍‌ଓ୍ବର୍କ ନାହିଁ ତ ଭୋଟ ନାହିଁ। ନେଟ୍‌ଓ୍ବର୍କ ସମସ୍ୟା ଯୋଗୁ କନକା ଗାଁ ଛାଡ଼ି ଧୀରେ ଧୀରେ ଲୋକ ଅନ୍ୟତ୍ର ବସବାସ କଲେଣି। କାରଣ ନା ଏଠି କୌଣସି ଅସୁବିଧା ସମୟରେ କାହାକୁ ଯୋଗାଯୋଗ କରି ହେଉଛି ନା ପିଲାମାନେ ପାଠ ପଢି ପାରୁଛନ୍ତି। ସ୍ବାସ୍ଥ୍ୟଗତ ସମସ୍ୟା ହେଲେ ମଧ୍ୟ ୧୦୮କୁ ଯୋଗାଯୋଗ ସମ୍ଭବ ହୋଇପାରୁନି ବୋଲି କହିଛନ୍ତି ଗ୍ରାମବାସୀ ସୁବାସ ଚନ୍ଦ୍ର ସାହୁ, କୃଷ୍ଣ ଚନ୍ଦ୍ର ସାହୁ, ସୁଜ୍ଞାନୀ ତରେଇ। ଏନେଇ ଗ୍ରାମବାସୀ ବ୍ଲକଠାରୁ ଧରି ଜିଲାପାଳଙ୍କ ଅଫିସ ପର୍ଯ୍ୟନ୍ତ ଦୀର୍ଘଦିନ ହେଲା ଦୌଡ଼ିଦୌଡ଼ି ନୟାନ୍ତ ହୋଇଥିବା ବେଳେ ସ୍ଥାନୀୟ ବିଧାୟିକା ଓ ଅନ୍ୟ ନେତା କର୍ମୀମାନଙ୍କୁ ମଧ୍ୟ ଜଣାଇଛନ୍ତି, କିନ୍ତୁ କୌଣସି ସୁଫଳ ମିଳିପାରି ନାହିଁ। ତେଣୁ ଚଳିତ ନିର୍ବାଚନ ପାଖେଇ ଆସୁଥିବା ବେଳେ ଗ୍ରାମରେ ସମସ୍ତେ ବସି ଭୋଟ୍‌ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରତ୍ୟେକ ଘର ବାରଣ୍ଡାରେ ପୋଷ୍ଟର ମାରିଛନ୍ତି ନେଟଓ୍ବର୍କ ନାହିଁ ତ ଭୋଟ୍‌ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri