Posted inଜାତୀୟ

୧୫ ସେକେଣ୍ଡ ପାଇଁ ପୋଲିସ ହଟାଇ ଦିଅ…ଓଓ୍ବାଇସିଙ୍କୁ ଖୁଲମ୍‌ଖୁଲା ଧମକ ଦେଲେ ଭାଜପା ନେତା

ନୂଆଦିଲ୍ଲୀ,୯।୫: ଭାରତୀୟ ଜନତା ପାର୍ଟି (ଭାଜପା) ନିଜର ସମସ୍ତ ଶକ୍ତି ବ୍ୟବହାର କରି ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଦୁଦ୍ଦିନ ଓୱାଇସିଙ୍କ ହାଇଦ୍ରାବାଦ ଗଡ଼କୁ ଭାଙ୍ଗି ଦେଇଛି। ମହାରାଷ୍ଟ୍ରର ଅମରାବତୀରୁ ଭାଜପା ଏମ୍‌ପି ତଥା ଭାଜପା ପ୍ରାର୍ଥୀ ମାଧବୀ ଲତାଙ୍କ ସମର୍ଥନରେ ପ୍ରଚାର କରିବାକୁ ଆସିଥିବା ତେଲେଙ୍ଗାନା ପାଇଁ ଦଳର ଷ୍ଟାର ପ୍ରଚାରକ ନବନୀତ ରାଣା ହାଇଦ୍ରାବାଦରେ ଏହି ଅଭିଯାନରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ନାଁ ନ ନେଇ ସେ ଓୱାଇସି ବନ୍ଧୁମାନଙ୍କୁ ନେଇ କଟାକ୍ଷ କରିଛନ୍ତି।

ଏଆଇଏମ୍‌ଆଇଏମ୍‌ ବିଧାୟକ ଆକବରୁଦ୍ଦିନ ଓୱାଇସିଙ୍କ ବିବାଦୀୟ ବିବୃତ୍ତି ବିଷୟରେ ନବନୀତ ରାଣା କହିଛନ୍ତି, ‘ଛୋଟେ(ସାନ) କହିଛନ୍ତି ୧୫ ମିନିଟ ପାଇଁ ପୋଲିସକୁ ହଟାନ୍ତୁ, ତା’ହେଲେ ଆମେ କଣ କରିପାରିବୁ ତାହା ଦେଖାଇବୁ, ମୁଁ ଛୋଟେ(ସାନ)ଙ୍କୁ କହିବାକୁ ଚାହିଁବି ତୁମକୁ ୧୫ ମିନିଟ ଲାଗିବ। ହେଲେ ଆମକୁ କେବଳ ୧୫ ସେକେଣ୍ଡ ଲାଗିବ। ଯଦି ପୋଲିସକୁ ୧୫ ସେକେଣ୍ଡ ପାଇଁ ହଟାଇ ଦିଆଯାଏ ତେବେ ସାନ (ଆକବରଉଦ୍ଦିନ ଓୱାଇସି) ଏବଂ ବଡ଼ (ଆସାଦୁଦ୍ଦିନ ଓୱାଇସି) ଜାଣିପାରିବେ ନାହିଁ ଯେ ସେମାନେ କେଉଁଠାରୁ ଆସିଛନ୍ତି ଏବଂ କେଉଁଠାକୁ ଯାଇଛନ୍ତି। ’

୨୦୧୨ରେ ଓୱାଇସି ଏକ ବିବାଦୀୟ ବୟାନ ଦେଇ କହିଥିଲେ ଯେ ୧୫ ମିନିଟ ପାଇଁ ପୋଲିସକୁ ହଟାନ୍ତୁ। କାହାର ଶକ୍ତି କେତେ ତାହା ଆମେ କହିବୁ। ତେବେ ଏହି ମାମଲାରେ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ତେବେ ଆକବରଉଦ୍ଦିନଙ୍କ ପୁରୁଣା ବିବାଦୀୟ ବୟାନକୁ ନେଇ ନବନୀତ ମନ୍ତବ୍ୟ ଦେଉଥିଲେ। ସେ ଆହୁରି ମଧ୍ୟ କହିଛନ୍ତି, ‘ହାଇଦ୍ରାବାଦକୁ ପାକିସ୍ତାନ ହେବାକୁ ରୋକିବା ପାଇଁ ଏହି ନିର୍ବାଚନ। ଯଦି ଏଥର କେବଳ ଭୋଟ୍‌ ହେବ ତେବେ ଏହା ଦେଶର ହିତରେ ରହିବ। ଯଦି ଆମକୁ ଏଥର ଭୋଟ ଦେବାକୁ ପଡିବ, ତେବେ ହାଇଦ୍ରାବାଦକୁ ପାକିସ୍ତାନ ହେବାକୁ ରୋକିବା ଲାଗି ହେବ। ଏଥର ହାଇଦ୍ରାବାଦର ସମସ୍ତ ହିନ୍ଦୁଙ୍କୁ ଜାଗ୍ରତ କରିବା ପାଇଁ ମତଦାନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri