ଖର୍ଚ୍ଚ ସମ୍ବନ୍ଧୀୟ ଆପତ୍ତି ଅଭିଯୋଗ ଆସିଲେ ତୁରନ୍ତ ଜଣାଅ

ଭଦ୍ରକ,୯।୫ (ସନାତନ ରାଉତ)-ଭଦ୍ରକ ଲୋକ ସଭା ଓ ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଗୁରୁବାର ସଦ୍‌ଭାବନା ସଭାଗୃହରେ ଖର୍ଚ୍ଚ ପର୍ଯ୍ୟବେକ୍ଷକମାନଙ୍କ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
ଭଦ୍ରକ ସଂରକ୍ଷିତ ଲୋକ ସଭା ଆସନ ପାଇଁ ନିଯୁକ୍ତ ଆର୍‌ଭି ଅରୁଣ ପ୍ରସାଦ, ଭଣ୍ଡାରିପୋଖରୀ, ଭଦ୍ରକ ଓ ସଂରକ୍ଷିତ ଧାମନଗର ବିଧାନସଭା ଆସନ ଲାଗି ନିଯୁକ୍ତ ଟି. ଦୀପିକା କାର୍ତ୍ତିକ ବୈଠକରେ ଯୋଗ ଦେଇଥିଲେ। ସଂରକ୍ଷିତ ସୋର, ସିମୁଳିଆ, ବାସୁଦେବପୁର ଏବଂ ଚାନ୍ଦବାଲି ବିଧାନସଭା କ୍ଷେତ୍ର ପାଇଁ ଜିତେସ୍‌ କୁମାର ଜୈନଙ୍କୁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ଜୈନ୍‌ ବାଲେଶ୍ୱର ଗସ୍ତରେ ଥିବାରୁ ଏହି ବୈଠକରେ ଅନୁପସ୍ଥିତ ଥିଲେ। ଅବାଧ, ମୁକ୍ତ, ସ୍ବଚ୍ଛ ଏବଂ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁସାରେ ନିର୍ବାଚନୀ ଖର୍ଚ୍ଚର ସୁପରିଚାଳନା ପାଇଁ ଜିଲାରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ବନ୍ଧରେ ସୂଚନା ପ୍ରଦାନ କରାଯାଇଥିଲା। ନିର୍ବାଚନର ନିରପେକ୍ଷତାକୁ ପ୍ରଭାବିତ କରୁଥିବା ଅର୍ଥ ଓ ମାଦକ ଦ୍ରବ୍ୟର ଅବୈଧ କାରବାରର ଧରପଗଡ଼କୁ କଡ଼ାକଡ଼ି କରିବା ସହ ପ୍ରାର୍ଥୀ ଓ ରାଜନୈତିକ ଦଳ ଦ୍ୱାରା ସଭା ସମିତି, ଶୋଭାଯାତ୍ରା, ହୋର୍ଡିଂ, ପୋଷ୍ଟର, ବ୍ୟାନର, ଏମ୍‌ସିଏମ୍‌ସି ଆଦି ଜରିଆରେ ବିଜ୍ଞାପନ, ପ୍ରଚାର ପାଇଁ ହେଉଥିବା ବ୍ୟୟ ହିସାବ ପରିଚାଳନା ଉପରେ ପର୍ଯ୍ୟବେକ୍ଷକମାନେ ଗୁରୁତ୍ୱ ଦେଇଥିଲେ।
ନିର୍ବାଚନ ଖର୍ଚ୍ଚ ସମ୍ବନ୍ଧୀୟ କୌଣସି ଆପତ୍ତି ଅଭିଯୋଗ ଆସିଲେ ତୁରନ୍ତ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ନଜରକୁ ଆଣିବା ପାଇଁ ପରାମର୍ଶ ଦିଆଯାଇଛି। ଖର୍ଚ୍ଚ ପର୍ଯ୍ୟବେକ୍ଷକ ଆର୍‌ଭି ଅରୁଣ ପ୍ରସାଦଙ୍କୁ ୯୩୩୭୯୬୧୦୨୮, ଦୀପିକା କାର୍ତ୍ତିକଙ୍କୁ ୯୩୩୭୯୬୮୧୪୫ ଏବଂ ଜିତେସ୍‌ କୁମାର ଜୈନ୍‌ଙ୍କୁ ୯୩୩୭୯୬୪୫୯୫ ଫୋନ୍‌ ନମ୍ବରରେ ଜଣାଇବାକୁ ସୂଚନା ପ୍ରଦାନ କରାଯାଇଛି।
ରିଟର୍ନିଂ ଅଧିକାରୀ ଭାବେ ଅତିରିକ୍ତ ଜିଲାପାଳ ଶାନ୍ତନୁ କୁମାର ମହାନ୍ତି, ସମ୍ବିତ କୁମାର ଗଡ଼ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ, ଉପଜିଲାପାଳ ମନୋଜ ପାତ୍ର, ଅତିରିକ୍ତ ଉପଜିଲାପାଳ ଶ୍ୟାମଳ ରାୟ ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ। ଡେପୁଟି କଲେକ୍ଟର(ନିର୍ବାଚନ) ସାଗରିକା ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି ବୈଠକରେ ସହକାରୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ, ଆକାଉଣ୍ଟିଂ ଟିମ୍‌, ଫ୍ଲାଇଁ ସ୍କ୍ବାଡ୍‌ ଟିମ୍‌, ଷ୍ଟାଟିଷ୍ଟିକ୍‌ ସର୍ଭେଲାନ୍ସ ଟିମ୍‌ ଓ ଭିଡିଓ ସର୍ଭେଲାନ୍ସ ଟିମ୍‌ର ଅଧିକାରୀମାନେ ଉପସ୍ଥିତ ଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ, ସ୍ଥାପନ ହେଲା ଶୁଭଖୁଣ୍ଟି

ଦାରିଙ୍ଗବାଡ଼ି,୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଗଣେଶ ପୂଜା ଚତୁର୍ଥୀ ତିଥିରୁ...

କେନ୍ଦୁଝରରେ ଗଡ଼ିଲା ‘ସୁଭଦ୍ରା’ ସଚେତନତା ରଥ, ମନ୍ତ୍ରୀ କହିଲେ…

କେନ୍ଦୁଝର,୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ‘ସୁଭଦ୍ରା’ ସଚେତନତା ରଥ ଗଡ଼ିଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଜଙ୍ଗଲ ପରିବେଶ ଓ ଜଳବାୟୁ...

ସୁଭଦ୍ରା ଯୋଜନା ଫର୍ମ ବଣ୍ଟନରେ ଅବହେଳା: ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ବନ୍ଦ

ବାଲେଶ୍ୱର, ୭।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ଆବେଦନ ଫର୍ମ ବଣ୍ଟନରେ ଅବହେଳା କରିଥିବା ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ...

ଆଜିଠୁ ବୁଲିଲା ସୁଭଦ୍ରା ରଥ: ଶୁଭାରମ୍ଭ କଲେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ

ଛତ୍ରପୁର,୭।୯(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ ):ସାରା ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଚାଲିଥିବା ବେଳେ ବିଭିନ୍ନ ସମସ୍ୟା ପରିଲକ୍ଷିତ ହୋଇଛିl ଏହାକୁ ନେଇ ରାଜ୍ୟ...

ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ

ଭୁବନେଶ୍ୱର,୭ା୯: ୩ ମାସରେ ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ। ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଶନିବାର ସୂଚନା...

ମହିଳା କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରି ଫାଇଲ୍‌ ଛଡ଼ାଇ ନେଲେ ସରପଞ୍ଚଙ୍କ ଦେଢ଼ଶୁର, ଆଉ ତା’ ପରେ…

ହାଟଡିହୀ,୭ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପନ୍ଦାଡୋ ପଞ୍ଚାୟତ ସରପଞ୍ଚ ସସ୍ମିତା ଓଝା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ଭାବେ ଉର୍ମିଳା ମୁର୍ମୁ ଦାୟିତ୍ୱ ତୁଲାଉଛନ୍ତି। ତେବେ...

ପୂଜା ପାଇବେ ବୁଢ଼ା, ଟୋକା, ପିଲା ଗଣେଶ

ଭଦ୍ରକ,୭ା୯(ସନାତନ ରାଉତ):ଶନିବାର ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା। ଭଦ୍ରକର ପ୍ରସିଦ୍ଧ ବୁଢ଼ା, ଟୋକା ଓ ପିଲା ଗଣେଶ ପୂଜାକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ। ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri