କର୍କଟ ପୀଡ଼ିତାଙ୍କ ପାଇଁ କେଶ ଦାନକଲେ ସଂଯୁକ୍ତା

ରାଜକନିକା,୧୦ା୫(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ଜୟନଗର ପଞ୍ଚାୟତ ବଜରପୁରର ସୁରେଶ ଚନ୍ଦ୍ର ନାୟକଙ୍କ ସ୍ତ୍ରୀ ସଂଯୁକ୍ତା ନାୟକ କର୍କଟ ପୀଡ଼ିତାଙ୍କ ଉଦ୍ଦେଶ୍ୟରେ ତାଙ୍କର ୨୫ ଇଞ୍ଚର କେଶ ଦାନ କରିଛନ୍ତି। ସେ ଜଣେ ଗୃହିଣୀ। ସେ ତାଙ୍କ ବାନ୍ଧବୀ ଦୀପାଲି ଭୋଳଙ୍କର ୧୪ ବର୍ଷର କନ୍ୟା ଆଶ୍ରୀୟା କର୍କଟ ପୀଡିତା। ତାଙ୍କ ଉଦ୍ଦେଶ୍ୟରେ ଏହି କେଶଦାନ କରିଛନ୍ତି। କୁନି ଝିଅର ପ୍ରେରଣା ପାଇଁ ସେ କେଶ ଦାନ କରିଥିବା କହିଛନ୍ତି। ସମସ୍ତ ମହିଳାଙ୍କ ପରି ସଂଯୁକ୍ତା ମଧ୍ୟ କେଶ ରଖିବାକୁ ଭଲ ପାଆନ୍ତି। ସାହାଯ୍ୟ କରିବାକୁ ହୃଦୟଙ୍ଗମ କରି ତାଙ୍କର ଏପରି ଛୋଟ ସହାୟତା ବା ଉପହାର କାହା ମୁହଁରେ ହସ ଫୁଟାଇ ପାରିବ। ଉଦାର ହୃଦୟରେ ଖୋଲା ମନରେ ସ୍ବଇଚ୍ଛାରେ କେଶଦାନ କରିବା ପାଇଁ ନିଷ୍ପତ୍ତି ନେଇ ୨୫ ଇଞ୍ଚର କେଶଦାନ କରିଛନ୍ତି। ସୂଚନାଯୋଗ୍ୟ, ଭୁବନେଶ୍ୱରସ୍ଥିତ ସୋପାଭା ଟ୍ରଷ୍ଟ ପକ୍ଷରୁ କେଶ ଥିଲେ ଦିଅନ୍ତୁ ଓ କେଶ ନ ଥିଲେ କେଶୀ (ଡବ୍ଲୁଆଇଜି) ନିଅନ୍ତୁ ଅଭିଯାନ ସେ ଆରମ୍ଭ କରିଛନ୍ତି। ଦୁଇବର୍ଷ ମଧ୍ୟରେ ୨୫ ଜଣ କ୍ୟାନ୍‌ସର ପୀଡ଼ିତାଙ୍କୁ କେଶୀ ଉପହାର ଦେବା ସହିତ ୧୫୦ ଜଣ କ୍ୟାନ୍‌ସର ପୀଡ଼ିତାଙ୍କ ଉଦ୍ଦେଶ୍ୟରେ କେଶ ଦାନ କରିବା ସହ ୫ଟି ବିୟୁଟି ପାର୍ଲରର ଭଉଣୀମାନେ ୭୦ଟି ୧୨ଇଞ୍ଚରୁ ଅଧିକ କେଶ ଟ୍ରଷ୍ଟକୁ ପ୍ରଦାନ କରିଛନ୍ତି। ଏହି କେଶରୁ କେଶୀ ତିଆରି କରଯାଉଛି। ଜଣେ କେଶ ଦାତ୍ରୀଙ୍କ କେଶ ୩୦ରୁ ୪୦ ଗ୍ରାମ ହୋଇଥାଏ। ସେହିପରି ୩ଶହ ଗ୍ରାମରୁ ଅଧିକ କେଶରେ ଗୋଟିଏ କେଶୀ (ଡବ୍ଲୁଆଇଜି) ତିଆରି କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri