Posted inଜାତୀୟ

ପ୍ରୋଟିନ୍‌ ପାଉଡରଠାରୁ ଦୂରେଇ ରୁହ: ସତର୍କ କରାଇଲା ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ,୧୦।୫: (ପି.ଟି.):ପ୍ରୋଟିନ୍‌ ପାଉଡର ଓ ଅନ୍ୟାନ୍ୟ ପ୍ରୋଟିନ୍‌ ସପ୍ଲିମେଣ୍ଟଗୁଡ଼ିକଠାରୁ ଦୂରେଇ ରହିବାକୁ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ପରାମର୍ଶ ଦେଇଛି। ଲୁଣ ଖାଇବାରେ କଟକଣା ସମେତ ଚିନି ଏବଂ ପ୍ରକ୍ରିୟାକୃତ ଖାଦ୍ୟ କମ୍‌ ଖାଇବାକୁ ଆଇସିଏମ୍‌ଆର୍‌ ସୁପାରିସ୍‌ କରିଛି। ସୁସ୍ଥ ଖାଦ୍ୟ ଚୟନ ଲାଗି ପ୍ୟାକେଟ୍‌ଗୁଡ଼ିକରେ ଲାଗିଥିବା ଲେବଲ୍‌ର ସୂଚନାକୁ ପଢ଼ିବା ପାଇଁ ପରାମର୍ଶ ଦିଆଯାଇଛି। ଅଧିକ ପରିମାଣରେ ପ୍ରୋଟିନ୍‌ ପାଉଡର କିମ୍ବା ପ୍ରୋଟିନ୍‌ ସପ୍ଲିମେଣ୍ଟ ଦୀର୍ଘଦିନ ଯାଏ ସେବନ କରିବା ବିପଜ୍ଜନକ ହୋଇପାରେ। ଏହାଦ୍ୱାରା ବୋନ୍‌ ମିନେରାଲ କ୍ଷୟ ହେବା ସହ କିଡ୍‌ନୀ ନଷ୍ଟ ହେବା ସମ୍ଭାବନା ରହିଛି। ସେହିପରି ଆମେ ଯେତିକି ଶକ୍ତି ଗ୍ରହଣ କରୁଛେ, ତା’ର ୫ ପ୍ରତିଶତରୁ କମ୍‌ ଚିନି ରହିବା ଆବଶ୍ୟକ। ଏକ ସନ୍ତୁଳିତ ଆହାରରେ ଖାଦ୍ୟଶସ୍ୟ ୪୫ କ୍ୟାଲୋରିରୁ ଅଧିକ ପ୍ରଦାନ କରିବା ଉଚିତ ନୁହେଁ। ସେହିପରି ଡାଲି ଓ ମଞ୍ଜିଜାତୀୟ ଖାଦ୍ୟ ଏବଂ ମାଂସରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ କ୍ୟାଲୋରି ମିଳିବା ଆବଶ୍ୟକ। ଅବଶିଷ୍ଟ କ୍ୟାଲୋରି ଛୁଇଁ, ପନିପରିବା, ଫଳ ଓ କ୍ଷୀରରୁ ଆସିବା ଦରକାର। ମୋଟ ଚର୍ବିଜାତୀୟ ଖାଦ୍ୟରୁ ୩୦ ପ୍ରତିଶତ ବା ତା’ଠାରୁ କମ୍‌ ଶକ୍ତି ମିଳିବା ଆବଶ୍ୟକ ବୋଲି ଗାଇଡ୍‌ଲାଇନରେ କୁହାଯାଇଛି।
ଆଇସିଏମ୍‌ଆର୍‌ ଅଧୀନରେ ଥିବା ହାଇଦ୍ରାବାଦର ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ନ୍ୟୁଟ୍ରିଶନ (ଏନ୍‌ଆଇଏନ୍‌) ପକ୍ଷରୁ ଭାରତୀୟଙ୍କ ପାଇଁ ବୁଧବାର ଏକ ସଂଶୋଧିତ ଆହାର ଗାଇଡ୍‌ଲାଇନ ଜାରି ହୋଇଛି। ଜରୁରୀ ପୋଷଣ ଆବଶ୍ୟକତା ପୂରଣ କରିବା ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି)ରୁ ରକ୍ଷା ପାଇଁ ଏହି ଦିଶାନିର୍ଦ୍ଦେଶ ଜାରି କରାଯାଇଛି। ଆଇସିଏମ୍‌ଆର୍‌-ଏନ୍‌ଆଇଏନ୍‌ର ନିର୍ଦ୍ଦେଶକ ଡ. ହେମଲତା ଆର୍‌.ଙ୍କ ନେତୃତ୍ୱରେ ବିଭିନ୍ନ ବିଭାଗର ବିଶେଷଜ୍ଞମାନଙ୍କ ଏକ କମିଟି ଉକ୍ତ ଗାଇଡ୍‌ଲାଇନ ପ୍ରସ୍ତୁତ କରିଥିବାବେଳେ ଏହାର ଏକାଧିକ ବୈଜ୍ଞାନିକ ସମୀକ୍ଷା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri