Posted inଜାତୀୟ

କେଜରିଓ୍ବାଲ, ସଞ୍ଜୟ ସିଂଙ୍କ ପାଇଁ ଦେବଦୂତ ସାଜିଲେ କଂଗ୍ରେସର ଏହି ନେତା

ନୂଆଦିଲ୍ଲୀ,୧୧।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରାଯାଇଛି। ସେହିଭଳି ସଞ୍ଜୟ ସିଂଙ୍କୁ ଦିଲ୍ଲୀ ଲିକର୍‌ ପଲିସି ମାମଲାରେ ମଧ୍ୟ ଜାମିନ ମିଳିଛି। ତେବେ ଏହି ଆମ ଆଦମୀ ପାର୍ଟି (ଏଏପି) ନେତାମାନଙ୍କୁ ଜେଲରୁ ବାହାରକୁ ଆଣିବାରେ ଜଣେ କଂଗ୍ରେସ ନେତା ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଆମେ ଅଭିଷେକ ମନୁ ସିଂଭିଙ୍କ ବିଷୟରେ କହୁଛୁ, ଯିଏ ସୁପ୍ରିମକୋର୍ଟରେ ଉଭୟ ନେତାଙ୍କ ପାଇଁ ଯୁକ୍ତି କରିଥିଲେ ଏବଂ ସେମାନଙ୍କୁ ଜାମିନ ମିଳିଥିଲା।
ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ଚଳିତ ମାସରେ ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟର ଜଷ୍ଟିସ ବି.ଆର ଗଭାଇ ସିଂଭିଙ୍କୁ ତାଙ୍କ ସମୟାନୁବର୍ତ୍ତୀତା ପାଇଁ ପ୍ରଶଂସା କରିଥିଲେ। ଜଷ୍ଟିସ କହିଛନ୍ତି ଯେ ଡକ୍ଟର ଅଭିଷେକ ମନୁ ସିଂଭିଙ୍କ ଠାରୁ ସମସ୍ତେ ଠିକ ସମୟରେ ସମସ୍ତ କୋର୍ଟରେ କିପରି ଉପସ୍ଥିତ ରହିବେ ତାହା ଶିଖିବା ଉଚିତ। ଏହା ଉପରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ମଧ୍ୟ କଂଗ୍ରେସ ନେତାଙ୍କୁ ପ୍ରଶଂସା କରିବା ସହ କହିଛନ୍ତି ଯେ ଡ. ସିଂହଭି କୌଣସି ଛୁଟି ନେଇ ନାହାଁନ୍ତି।

ସୁପ୍ରିମକୋର୍ଟରେ କେଜରିୱାଲଙ୍କ ପକ୍ଷରୁ ଯୁକ୍ତି ଦର୍ଶାଇ ଅଭିଷେକ ମନୁ ସିଂହଭି ମଦ ନୀତି ମାମଲାରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଙ୍କ ଅଭିଯୋଗକୁ ଭଲ ଜବାବ ଦେଇଥିଲେ। ଆଚରଣ ସଂହିତା ଲାଗୁ ହେବାର ମାତ୍ର ପାଞ୍ଚ ଦିନ ପରେ କେଜରିୱାଲଙ୍କୁ କିପରି ଗିରଫ କରାଯାଇଥିଲା ସିଂଭି କୋର୍ଟଙ୍କୁ କହିଛନ୍ତି। ଯେତେବେଳେ ସିଂହଭି ଏହି ପ୍ରସଙ୍ଗ ଉଠାଇଥିଲେ, ସେତେବେଳେ କେଜରିୱାଲଙ୍କୁ ଜାମିନ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ସୂଚନା ଦେଇଛନ୍ତି। ଶୁକ୍ରବାର ଯେତେବେଳେ ସେ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଥିଲେ ସେତେବେଳେ ମଧ୍ୟ ଏହା ଦେଖିବାକୁ ମିଳିଥିଲା।
ଏଥିସହିତ ସଞ୍ଜୟ ସିଂଙ୍କ କ୍ଷେତ୍ରରେ ଅଭିଷେକ ମନୁ ସିଂଭି ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ପାଞ୍ଚ ମାସ ଜେଲରେ ରହିବା ପରେ ମଧ୍ୟ ଏହି ନେତାଙ୍କ ବିରୋଧରେ କୌଣସି ପ୍ରମାଣ ଉପସ୍ଥାପନ କରିପାରିବ ନାହିଁ। ଇଡି ଏବଂ ସିବିଆଇର ସରକାରୀ ସାକ୍ଷୀ ହୋଇଥିବା ବ୍ୟବସାୟୀ ଦୀନେଶ ଆରୋରାଙ୍କ ବିବୃତ୍ତି ଆଧାରରେ ସଞ୍ଜୟ ସିଂଙ୍କୁ ଗିରଫ କରାଯାଇଥିଲା। ସିଂହଭି କୋର୍ଟଙ୍କୁ କହିଛନ୍ତି ଯେ ଆରୋରାଙ୍କ ୯ ଟି ବିବୃତ୍ତିରେ ସଞ୍ଜୟ ସିଂଙ୍କ ବିଷୟରେ କୌଣସି ଉଲ୍ଲେଖ ନାହିଁ, ଯେତେବେଳେ କି ଦଶମ ବିବୃତ୍ତିରେ ଏଏପି ନେତାଙ୍କ ନାମ ନେବା ପରେ ତାଙ୍କୁ ଗିରଫ କରାଯାଇଥିଲା। ୪ ଏପ୍ରିଲରେ ସଞ୍ଜୟ ସିଂଙ୍କୁ ଜାମିନ ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri