Posted inRasifala

ରାଶିଫଳ: ରବିବାର , ମେ ୧୨ ତାରିଖ – Daily Horoscope

ମେଷ
ଆପଣ ପ୍ରତ୍ୟେକ କ୍ଷେତ୍ରରେ ଉଦ୍ୟମ ଅବ୍ୟାହତ ରଖିଲେ ଉପକୃତ ହୋଇପାରିବେ। ବିରୋଧୀମାନେ ପ୍ରତିଷ୍ଠା ଓ ପ୍ରଶଂସାକୁ ସହି ନ ପାରି ପଛରେ ନିନ୍ଦା ରଟନା କରିପାରନ୍ତି। ରବି ଓ ବୁଧଙ୍କ ଏକତ୍ର ସନ୍ନିବେଶରୁ ଆଶା କରିଥିବା ଦିଗରୁ ଅର୍ଥ, ସମ୍ମାନ ପାଇ ଖୁସି ରହିବେ। ଶିଳ୍ପ, ବାଣିଜ୍ୟ, ପରିବହନ କ୍ଷେତ୍ରରୁ ଉଚ୍ଚ ଫଳ ପ୍ରାପ୍ତହେବ।
ବୃଷ
ବୃଷ
ସୁଚିନ୍ତିତ ଯୋଜନା ସାଙ୍ଗକୁ ଉପଯୁକ୍ତ ବିଚାର ପ୍ରଭାବରେ ପ୍ରତ୍ୟେକ କାର୍ଯ୍ୟ ଶୃଙ୍ଖଳିତ ରହିବ। ଭଲ ସମ୍ପର୍କ ଥିବା କୌଣସି ବନ୍ଧୁଙ୍କ ସହ ଭଟ୍ଟା ପଡ଼ିଯାଇଥିବା ସମ୍ପର୍କ ପୁନଃ ପ୍ରତିଷ୍ଠିତ ହୋଇପାରେ। ପରିବାରରେ ଆଗନ୍ତୁକ ଅତିଥିଙ୍କ ସେବାର ସୁଯୋଗ ଲାଭ କରିବେ। କଳା, ସାହିତ୍ୟ ଓ ରଚନାମତ୍କ କାମରୁ ପ୍ରଶଂସା ମିଳିବ।
ମିଥୁନ
ମିଥୁନ
ଆଜିର ପରିସ୍ଥିତି କାର୍ଯ୍ୟସିଦ୍ଧି ସକାଶେ ସଂଘର୍ଷମୟ ସ୍ଥିତି ଉପତ୍ନ୍ନ କରି ଟେନ୍‌ସନ ସୃଷ୍ଟି କରିପାରେ। ଶୁକ୍ର ଓ ଚନ୍ଦ୍ରଙ୍କ ଅବସ୍ଥିତି ଜନିତ କଳାକାର, ସଙ୍ଗୀତଜ୍ଞ, ଗବେଷକ ଓ ସାହିତ୍ୟ ସାଧକଙ୍କ ପାଇଁ ଦିନଟି ଭଲ। ଶାରୀରିକ ଅବସ୍ଥାରେ ଉନ୍ନତି ସହିତ ବିଶିଷ୍ଟବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ। ପ୍ରତିଦ୍ୱନ୍ଦ୍ୱିତା, ଶିଳ୍ପ, ବାଣିଜ୍ୟ ସମ୍ପର୍କରେ ଦୁଃଚିନ୍ତା ବଢ଼ିପାରେ।
କର୍କଟ
କର୍କଟ
ମାନସିକ ଅସୁସ୍ଥତା ସାଙ୍ଗକୁ ସ୍ବାସ୍ଥ୍ୟ ସମସ୍ୟା ଦୁଶ୍ଚିନ୍ତାର କାରଣ ପାଲଟି ଯାଇପାରେ। କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର ଓ ମନୋରଞ୍ଜନ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହେବ। କର୍ମକ୍ଷେତ୍ରରେ ବିଳମ୍ବିତ କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିବାର ଆଶଙ୍କା ରହିଛି। ରାଜନୀତି, ସଙ୍ଗଠନ, ପ୍ରଶାସନ, ଆଇନ ଅଦାଲତ କ୍ଷେତ୍ର ଭଲ ରହିବ।
ସି˚ହ
ସି˚ହ
ପାରିବାରିକ କ୍ଷେତ୍ରରେ ଅସାମଞ୍ଜସ୍ୟ ରହିଥିଲେ ମଧ୍ୟ ସେସବୁକୁ ଦୃଷ୍ଟି ଆଢ଼ୁଆଳରେ ରଖିବାକୁ ବାଧ୍ୟ ହେବେ। ଚେଷ୍ଟା କରୁଥିବା କାମରେ ସୁଯୋଗ ହାତଛଡ଼ା ହୋଇପାରେ। ମାଲିମକଦ୍ଦମାରେ ଆଶଙ୍କା କରୁଥିବା ଫଳାଫଳ ଚିନ୍ତାଜନକ ନ ହୋଇପାରେ। କର୍ମାରମ୍ଭ, ମାଙ୍ଗଳିକ କାର୍ଯ୍ୟ, ରାଜନୈତିକ ସଙ୍ଗଠନ ଉନ୍ନତ ରହିବ।
କନ୍ୟା
ସାଧାରଣ କଥାରେ ଉତ୍ତେଜିତ ହେଲେ କଳହର ସମ୍ମୁଖୀନ ହେବେ। ପାରିବାରିକ କ୍ଷେତ୍ରରେ ଅଶାନ୍ତିର ବାତାବରଣ ମଧ୍ୟରେ ଚଳିବାକୁ ପଡ଼ିପାରେ। ପ୍ରଶାସନିକ ସ୍ତରରେ ଫାଇଲ୍‌ କାମ ବୃଦ୍ଧି କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ। କର୍ମକ୍ଷେତ୍ରରେ କିମ୍ବା ଆଲୋଚନା ପରିବେଶରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ।
ତୁଳା
ତୁଳା
ଅଭିଳଷିତ ଦିଗଗୁଡ଼ିକରୁ ଅର୍ଥଲାଭ, ନୂତନ ଚୁକ୍ତିପତ୍ର ସ୍ବାକ୍ଷର, ଉଚ୍ଚବର୍ଗଙ୍କ ସାନ୍ନିଧ୍ୟ ଲାଭ କରିବେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ, କିନ୍ତୁ ବନ୍ଧୁଙ୍କ ସକାଶେ ଚିନ୍ତିତ ରହିବେ। ମନରେ ଭାବୁଥିବା କଥାଟିକୁ ମାଲିକଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ। ନିଜ ଲୋକମାନଙ୍କ ଭୁଲ୍‌ ବୁଝାମଣାରୁ ପାରିବାରିକ ସ୍ଥିତି ଭଲ ରହିନପାରେ।
ବିଛା
ବିଛା
ଆଜି ଯେଉଁ କାମରେ ହାତ ଦେବେ ସଫଳତା ପାଇବେ। କୌଣସି ଭଦ୍ର ମହିଳାଙ୍କ ସହଯୋଗ କାମଟିକୁ ତ୍ୱରାନ୍ନିତ କରିବାରେ ସାହାଯ୍ୟ କରିବ। ମକଦ୍ଦମାରେ ସ୍ଥିତି ଅନୁକୂଳ ହେବା ସାଙ୍ଗକୁ କ୍ରୀଡ଼ା, କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଅଗ୍ରଗତି ଘଟିବ। ଚୁପ୍‌ଚାପ ହୋଇ ବସି ରହିଲେ ବହୁ କ୍ଷତି ସହିବାକୁ ପଡ଼ିବ।
ଧନୁ
ଧନୁ
ମାନସିକ ଅସ୍ଥିରତା କେତେକାଂଶରେ ପରିବର୍ତ୍ତନ ହେବା ଆଶା କରାଯାଇପାରେ। କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ ଏବଂ ଅଭିଳାଷ ଅବଶ୍ୟ ପୂରଣ ହେବ। ସାଧାରଣ କଥାକୁ କେନ୍ଦ୍ର କରି ଗୃହରେ କଳହ ସୃଷ୍ଟି ହେବାର ଆଶଙ୍କା ରହିଛି। କର୍ମକ୍ଷେତ୍ରରେ ଘଟଣାର ଗୁରୁତ୍ୱ ବୁଝି କାମ କରିବା ଭଲ ହେବ।
ମକର
ମକର
କର୍ମ କ୍ଷେତ୍ରରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ। ସାମାଜିକ ସ୍ତରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ଆମତ୍ୀୟଙ୍କ ସହଯୋଗରେ ନିଜ ପରିସରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ପାଇପାରନ୍ତି। ଲୋକସମ୍ପର୍କ, ବ୍ୟବସାୟ, ଯାତ୍ରା, ବନ୍ଧୁଙ୍କ ସାହାଯ୍ୟ ପାଇବାରେ ଅସୁବିଧା ହେବନାହିଁ।
କୁମ୍ଭ
କୁମ୍ଭ
ପରିବାରରେ କଳହ, ଯାତ୍ରାରେ ଅନୁତାପ, ଯାନ ବାହନରେ ତ୍ରୁଟି ହେତୁ ମନରେ ସରସତା ରହିବ ନାହିଁ। ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବା ପାଇଁ ଚେଷ୍ଟା କରିପାରନ୍ତି। ଆଗାମୀ ମାଙ୍ଗଳିକ ଉତ୍ସବ ନିମନ୍ତେ ବନ୍ଧୁବର୍ଗଙ୍କ ସହ ଫଳପ୍ରଦ ଆଲୋଚନା କରିବେ। ଭ୍ରମଣ ସାଙ୍ଗକୁ ଅନିଦ୍ରାଜନିତ ସ୍ବାସ୍ଥ୍ୟହାନିର ସୂଚନା ରହିଛି।
ମୀନମୀନ

ଅପ୍ରିୟ ସତ୍ୟଭାଷଣ ଜନିତ ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ିପାରେ। ଯାତ୍ରାରୁ ସୁଫଳ ପରିବର୍ତ୍ତେ ତିକ୍ତ ଅନୁଭୂତିକୁ ନେଇ ଫେରିବାକୁ ପଡ଼ିବ। ପରିସ୍ଥିତିର ବିଷମତା ଯୋଗୁ କୌଣସି ବିକଳ୍ପ ଭାବରେ ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ। ପାରିବାରିକ କ୍ଷେତ୍ର, ବ୍ୟବସାୟ, କଚେରି ମାମଲା, ପରିବହନ କ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ସେପ୍ଟେମ୍ବର ୮ ତାରିଖ – Daily Horoscope

ମେଷ ଆର୍ଥିକ ଉନ୍ନତି ସହ କୌଣସି ନୂଆ କାମଟିଏ ଆରମ୍ଭ କରିବା ସକାଶେ ଯୋଜନା କରିବେ। ଯାନବାହନ, ପାରିବାରିକ ସମ୍ପର୍କ, ହୋଟେଲ ଶିଳ୍ପ, ଛୋଟ ଦୋକାନ...

ରାଶିଫଳ: ଶନିବାର, ସେପ୍ଟେମ୍ବର ୭ ତାରିଖ – Daily Horoscope

ମେଷ ଆଧ୍ୟାତ୍ମିକ ଗ୍ରହ ଶନିଙ୍କ ପ୍ରଭାବରେ ପୂଜାପାର୍ବଣରେ ସତ୍‌ସଙ୍ଗ ଓ ଈଶ୍ୱରୀୟ ଅନୁଚିନ୍ତା ଜାଗ୍ରତ ହେବ। ଜଣେ ବନ୍ଧୁ ଘରକୁ ଆସିବେ ଏବଂ ଫେରିବା ସମୟକୁ...

ରାଶିଫଳ: ଶୁକ୍ରବାର, ସେପ୍ଟେମ୍ବର ୬ ତାରିଖ – Daily Horoscope

ମେଷ ଆଜି କର୍ମାଧିପ ବକ୍ରି ଶନିଙ୍କ ପ୍ରଭାବରେ କାର୍ଯ୍ୟବ୍ୟସ୍ତତା କାରଣରୁ ଅଧିକାଂଶ ସମୟ ମନ ଅସ୍ଥିର ରହିବ। ସଭାସମିତି, ଆନୁଷ୍ଠାନିକ ଓ ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ...

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୫ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସମସ୍ୟାବହୁଳ ସାମାଜିକ ସ୍ଥିତି ଦେଖାଦେଇପାରେ। ଯାତ୍ରା, ବାଣିଜ୍ୟ, କ୍ରୟ ବିକ୍ରୟ କ୍ଷେତ୍ରରେ ସାବଧାନ ରୁହନ୍ତୁ । ଆକସ୍ମିକ ଭାବରେ...

ରାଶିଫଳ: ବୁଧବାର, ସେପ୍ଟେମ୍ବର ୪ ତାରିଖ – Daily Horoscope

ମେଷ ଆଜି ସୁସ୍ଥ ପାରିବାରିକ ଜୀବନ ସଙ୍ଗକୁ ବନ୍ଧୁମାନଙ୍କ ସହ ସୁସମ୍ପର୍କ ବୃଦ୍ଧି ଘଟିବ। ନୂତନଗୃହ, ଗାଡ଼ି, ମୋଟର କ୍ରୟକରିବା ସକାଶେ ମନ ବଳାଇ ପାରନ୍ତି।...

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୩ ତାରିଖ – Daily Horoscope

ମେଷ ଆଜି ନିଜ ନିଜ ସ୍ତରରେ ଅର୍ଥ, ସମ୍ମାନ, ସାମାଜିକ ପ୍ରତିଷ୍ଠା ଲାଭକରିବେ। ଦୃଢ଼ ମନୋବଳ ଓ ସୁଚିନ୍ତିତ ବିଚାରଧାରା ହେତୁ କିଛି ଅସୁବିଧା ହେବନାହିଁ।...

ରାଶିଫଳ: ସୋମବାର, ସେପ୍ଟେମ୍ବର ୨ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ର ଟଙ୍କା ପଇସା, ଯାତ୍ରା, ବାଣିଜ୍ୟ, ବ୍ୟବସାୟ,ପ୍ରତିଯୋଗିତା ପାଇଁ ଚିନ୍ତା କରିବେ। ଶେଷ ପର୍ଯ୍ୟାୟକୁ ଯାଇଥିବା କୌଣସି ନିଷ୍ପତ୍ତି ଆମତ୍ୀୟସ୍ବଜନଙ୍କ ବିରୁଦ୍ଧାଚରଣ...

ରାଶିଫଳ: ରବିବାର, ସେପ୍ଟେମ୍ବର ୧ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଚତୁର୍ଥ କେନ୍ଦ୍ରରେ ଅବସ୍ଥାନ କରିଥିବା ଯୋଗୁ କର୍ମାରମ୍ଭ ପ୍ରସ୍ତୁତି କରିପାରନ୍ତି। ପାପଗ୍ରହ ମଧ୍ୟସ୍ଥ ହେତୁ ଅଧିକାଂଶ ସମୟ ନିଜ ଲୋକଙ୍କ ବିରୁଦ୍ଧାଚରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri