ଅମୃତ ସରୋବର ଯୋଜନା ସ୍ବପ୍ନ

ଓଡ଼ଗାଁ,୧୨ା୫(ଆଦର୍ଶ କୁମାର ପଟ୍ଟନାୟକ)ସମ୍ପ୍ରତି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ଅଞ୍ଚଳରେ ପାରଦ ୪୨ ଡିଗ୍ରୀ ଉପରେ ରହୁଛି। ଲୋକେ ନିତ୍ୟବ୍ୟବାହାର୍ଯ୍ୟ ପାଣି ସହିତ ପାନୀୟ ଜଳ ପାଇଁ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଏଥିପାଇଁ ଗ୍ରାମବାସୀଙ୍କୁ ପ୍ରତିଦିନ ଏକପ୍ରକାର ସଂଘର୍ଷ କରିବାକୁ ପଡୁଛି। ସରକାର ପ୍ରତି ଘରକୁ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ଘୋଷଣା କରିଥିଲେ। ହେଲେ ବାସ୍ତବରେ ତାହା ଲୋକଙ୍କ ଆବଶ୍ୟକତା ପୂରଣ କରିପାରିନାହିଁ। ଏପରିସ୍ଥଳେ ଓଡ଼ଗାଁ ବ୍ଲକ ରଙ୍ଗଣୀପାଟଣା ପଞ୍ଚାୟତ ଜାମୁସାହିରେ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ଗାଁରେ ଥିବା ବଡ଼ ପୋଖରୀକୁ କଟା ପୋଖରୀର ଆଖ୍ୟା ଦିଆଯାଇଛି ା ପ୍ରାୟ ୫ ଏକର ପରିମିତ ଏହି ପୋଖରୀ ଦିନେ ସ୍ଥାନୀୟ ଲୋକଙ୍କ ଦୈନନ୍ଦିନ ଆବଶ୍ୟକତା ପୂରଣ କରୁଥିଲା। ନାନାଦି ସାମାଜିକ କାର୍ଯ୍ୟରେ ସେହି ପୋଖରୀର ଜଳକୁ ବ୍ୟବହାର କରାଯାଉଥିଲା। ହେଲେ ଉକ୍ତ ପୋଖରୀକୁ ଅମୃୃତ ସରୋବର ଯୋଜନାରେ ସାମିଲ କରାଯିବା ପରେ ସବୁ ଯେମିତି ଓଲଟପାଲଟ ହୋଇଛି।
ଅମୃତ ସରୋବର ଯୋଜନାରେ ଉକ୍ତ ପୋଖରୀର ବିକାଶ ପାଇଁ ୨୦ ଲକ୍ଷ ସରକାରୀ ଅନୁଦାନ ମଞ୍ଜୁର ହୋଇଥିଲା। ଏନେଇ ଜଣେ ଠିକାଦାରଙ୍କୁ କାର୍ଯ୍ୟାଦେଶ ମଧ୍ୟ ପ୍ରଦାନ କରାଯାଇଛି। ଏପରି କି ଅମୃତ ସରୋବର ଯୋଜନା ଫଳକ ସହିତ ଏକ ପତାକା ଉକ୍ତ ପୋଖରୀର ପଶ୍ଚିମ ପାର୍ଶ୍ୱରେ ଲାଗିଛି। ଅବଶ୍ୟ ସେହି ଫଳରେ ଯୋଜନା ସଂକ୍ରାନ୍ତରେ କୌଣସି ସୂଚନା ନାହିଁ। ପ୍ରଥମତଃ ପୋଖରୀର ଦକ୍ଷିଣ ପାର୍ଶ୍ୱର ହୁଡାକୁ ହାଣି ଦିଆଯାଇ ପୋଖରୀର ଜଳକୁ ଶୁଖାଇ ଦିଆଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଥିପାଇଁ ଉକ୍ତ ପୋଖରୀ ଶୁଖିଲା ପଡିଛି ା ଦିନେ ଏହି ପୋଖରୀର ୧୫ଫୁଟ ଉକ୍ତର ପାଣି ଥିଲା ା ଗତ ୨ ବର୍ଷ ହେଲା କେବଳ ଆଣ୍ଢୁଏ ପାଣି ରହୁଛି ା ଲୋକେ ସେହି ପୋଖରୀରେ ଗାଧୋଇବା ତ ଦୂର କଥା ଶୌଚ ହେବା ପାଇଁ ହଇରାଣ ହେଉଛନ୍ତି ା ଗତ ୨ବର୍ଷ ହେଲା ପୋଖରୀ ହୁଡ଼ା ହଣା ଯାଇଥିଲେ ମଧ୍ୟ କାମ ଆରମ୍ଭ ହୋଇନାହିଁ ା ଏହାକୁ ନେଇ ଗ୍ରାମବାସୀ ଜଳକଷ୍ଟରେ ଛାଟିପିଟି ହେଉଛନ୍ତି ା
ଅନ୍ୟପକ୍ଷେ କାମ ଆରମ୍ଭ ପୂର୍ବରୁ ପୋଖରୀ ହୁଡା ହାଣି ସମ୍ପୂର୍ଣ୍ଣ ଜଳ ନିଷ୍କାସନ କରିବା ଭଳି ଗୁରୁତର ଅପରାଧକୁ ଗ୍ରାମବାସୀ ଆଦୌ ଗ୍ରହଣ କରିପାରୁନାହାନ୍ତି ା ଏଥିପାଇଁ କେହି ଉତ୍ତରଦାୟୀ ରହିବାକୁ ପ୍ରସ୍ତୁତ ନାହାନ୍ତି ା ଏପରି କି ପୋଖରୀ ହୁଡା କିଏ ହାଣିଲା ତାକୁ ନେଇ ବିବାଦ ସୃଷ୍ଟି ହେବା ପରେ ସମସ୍ତେ ଚୁପ୍‌ ବସିଛନ୍ତି ା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆରଇଜିଏସ୍‌)ର ଏପିଓ ବିଭୁପ୍ରସାଦ ସାଥୁଆଙ୍କ କହିବା ଅନୁସାରେ ଉକ୍ତ ପୋଖରୀ ପାଇଁ ଆସିଥିବା ଅମୃତ ସରୋବର ଯୋଜନା କୌଣସି ବିବାଦ କାରଣରୁ ବାତିଲ କରିଦିଆଯାଇଛି ା ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଦୀପ୍ତ କୁମାର ପଟ୍ଟନାୟକ ଓ ଜିଆରଏସ୍‌ ଉଭୟେ ନୂତନ ଭାବେ ପଞ୍ଚାୟତରେ କାର୍ଯ୍ୟରେ ଯୋଗ ଦେଇଥିବାରୁ ସେମାନେ ଏନେଇ କିଛି ଜାଣି ନ ଥିବା କହିଛନ୍ତି ା ଏବେ ହଣା ଯାଇଥିବା ପୋଖରୀ ହୁଡାକୁ ବର୍ଷାଦିନ ପୂର୍ବରୁ ମରାମତି କରିଦେବା ଜରୁରୀ ହୋଇପଡିଛି ା ନ ହେଲେ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଡ଼ ପୋଖରୀରେ ଆବଶ୍ୟକ ପାଣି ନ ରହି ତଳକୁ ଚାଲିଯିବ ା ଲୋକଙ୍କ କହିବା ଅନୁଯାୟୀ, ଏହାକୁ ବଡ଼ ପୋଖରୀ ବଦଳରେ କଟା ପୋଖରୀ କହିଲେ କିଛି ଫରକ ପଡିବ ନାହିଁ ା କାରଣ ଗତ ୨ ବର୍ଷ ହେବ ଏହି ପୋଖରୀର ହୁଡାକୁ ହାଣି ପକାଇ ଦିଆଯାଇଛି ା ଏହା ବ୍ଲକ ପ୍ରଶାସନର ପାରିବା ପଣିଆକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ା ଏ ସଂକ୍ରାନ୍ତରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ା ବିଡିଓ ଜିତେନ୍ଦ୍ର କୁମାର ନାୟକଙ୍କୁ ଏନେଇ ପଚାରିବାରେ ସେ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହିତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri