୫ ବର୍ଷ ମୋତେ ଦିଅନ୍ତୁ, ଓଡ଼ିଶା ୧ ନଂ ହେବ: ମୋଦି

ଫୁଲବାଣୀ, ୧୨ା୫ (ରାକେଶ କୁମାର ରାଉତ)କନ୍ଧମାଳ ଜିଲା ଫୁଲବାଣୀଠାରେ ଶନିବାର ଆୟୋଜିତ ଭାଜପା ସଂକଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ କରିବାକୁ ଆହ୍ବାନ ଦେଇଛନ୍ତି। ସେହିପରି କନ୍ଧମାଳ ଏମ୍‌ପି ଏବଂ ୭ଟି ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି। ସେ କହିଛନ୍ତି, ଗୁଜୁରାଟରେ ମୁଁ ମୁଖ୍ୟମନ୍ତ୍ରୀ ଥିଲି। ସେଠି ଲୁଣ ଛଡ଼ା କିଛି ନାହିଁ। କିନ୍ତୁ ଗୁଜୁରାଟ ଆଗକୁ ଯାଇଛି। ଓଡିଶାରେ ସବୁ ଅଛି। ଆମେ କାହିଁକି ଆଗକୁ ଯାଇପାରିବା ନାହିଁ। ଏହି ୫ ବର୍ଷ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ପଦ୍ମ ଫୁଲରେ ଭୋଟ ଦେଇ ଏଠାରେ ଭାଜପାକୁ ବିଜୟୀ କରାନ୍ତୁ ା ଓଡ଼ିଶା ସବୁଠୁ ଆଗରେ ରହିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ସେ ଆହୁରି କହିଛନ୍ତି, ଆପଣଙ୍କ ଗୋଟିଏ ଭୋଟ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର କରିବ। ଓଡ଼ିଶାର ୨୧ ଲୋକ ସଭା ପ୍ରାର୍ଥୀଙ୍କୁ ଆପଣମାନେ ସଂସଦ ପଠାଇବାର ଅଛି। କନ୍ଧମାଳର ଏମ୍‌ପି ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଦିଲ୍ଲୀ ପଠାନ୍ତୁ। ଖାଲି ଏତିକି ନୁହେଁ, କନ୍ଧମାଳ ସଂସଦୀୟ କ୍ଷେତ୍ରରେ ସମସ୍ତ ୭ ବିଧାନସଭା ପ୍ରାର୍ଥୀଙ୍କୁ ଜିତାନ୍ତୁ। ମୋତେ ଖାଲି ୫ ବର୍ଷ ସମୟ ଦିଅନ୍ତୁ। କେବଳ ଥରେ ମାତ୍ର ଆପଣମାନେ ସୁଯୋଗ ଦିଅନ୍ତୁ, ଓଡିଶା ସବୁ ରାଜ୍ୟଠରୁ ଆଗରେ ରହିବ ବୋଲି କହିଛନ୍ତି। ସେହିପରି କେନ୍ଦ୍ର ସରକାରଙ୍କ ଆୟୂଷ୍ମାନ ଯୋଜନାକୁ ରାଜ୍ୟ ସରକାର କାହିଁକି ଲାଗୁ କରୁ ନାହାନ୍ତି ବୋଲି ପ୍ରଶ୍ନ କରିଥିଲେ। ଏଥିସହ କନ୍ଧମାଳରେ ରାଷ୍ଟ୍ରୀୟ ହଳଦୀ ବୋର୍ଡ, ମସଲା ପାର୍କ, ପର୍ଯ୍ୟଟନର ବିକାଶ, ମୁଦ୍ରା ଯୋଜନା ଏବଂ ଅନ୍ୟ ଜନ କଲ୍ୟାଣକାରୀ ଯୋଜନା ଉପରେ ଉପସ୍ଥିତ ଲୋକଙ୍କୁ ଅବଗତ କରିଥିଲେ। ଧାନର ଏମ୍‌ଏସ୍‌ପି କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ହେବ ବୋଲି ଚାଷୀମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ହଳଦୀ ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ମିଳିବ ବୋଲି କହିଥିଲେ। ମୋଦି ସବ୍‌ସେ ବଡ଼ା ଗ୍ୟାରେଣ୍ଟି। ଆପଣମାନେ ଏମ୍‌ପି ଏବଂ ବିଧାୟକ ପ୍ରାର୍ଥୀଙ୍କୁ ଭୋଟ ଦେଇ ଡବଲ ଇଞ୍ଜିନ ସରକାର କରନ୍ତୁ ବୋଲି କହିଥିଲେ। ରାଜ୍ୟରେ ଭାଜପା ସରକାର ଆସିଲେ ଜମି ମାଫିଆଙ୍କ ରାଜ ଶେଷ ହେବ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବାହ୍ନ ୧୦ଟା ୪୦ରେ ଆସି କନ୍ଧମାଳ ଷ୍ଟାଡିୟମରେ ପହଞ୍ଚତ୍ଥିଲେ। ସେଠାରେ ଉପସ୍ଥିତ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଏବଂ ଜଗନ୍ନାଥ ମନ୍ଦିରକୁ ୧ ଲକ୍ଷ ଟଙ୍କା ଦାନ କରିଥିବା ଭିକାରୁଣୀ ତୁଳା ବେହେରାଙ୍କ ଆଶୀର୍ବାଦ ନେଇଥିଲେ। ପ୍ରଧାନମନ୍ତ୍ରୀ ସଭାସ୍ଥଳରେ ପହଞ୍ଚତ୍ଲା ପରେ ଜୟ ଜଗନ୍ନାଥରୁ ନିଜର ଅଭିଭାଷଣ ଆରମ୍ଭ କରିଥିଲେ। ଓଡ଼ିଆରେ ଏଠି ଉପସ୍ଥିତ ସମସ୍ତ ବ୍ୟକ୍ତିଙ୍କୁ ନମସ୍କାର କରିଥିଲେ। ଏଥିସହ ମା’ ବରାଳ ଦେବୀ, ମା’ ନାରାୟଣୀ, ମା’ ପାଟଖଣ୍ଡାଙ୍କ ନାମ ନେଇ କନ୍ଧମାଳ ଆସି ବହୁତ ଖୁସି ବୋଲି କହିଥିଲେ। ଏହା ଶୁଣି ଉପସ୍ଥିତ ଜନସାଧାରଣଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ପରିଲକ୍ଷିତ ହୋଇଥିଲା। ଏହାପରେ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀ ଏବଂ ତୁଳା ବେହେରାଙ୍କ ପାଖରୁ ଅଶୀର୍ବାଦ ନେଇ ମାତୃ ଶକ୍ତି ଉପରେ କିଛି ନାହିଁ ା ଏଭଳି ମା’ଙ୍କ ପାଖରୁ ଆଶୀର୍ବାଦ ନେଇ ପୁଅ ଆଗକୁ ବଢ଼ିବ ବୋଲି କହିଥିଲେ ା କନ୍ଧମାଳ ଏମପି ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ, ଫୁଲବାଣୀ ବିଧାୟକ ପ୍ରାର୍ଥୀ ଉମାଚରଣ ମଲ୍ଲିକ, ରାଜ୍ୟ ସାଧାରଣ ସମ୍ପାଦକ ସାରଦା ଶତପଥୀଙ୍କ ସହିତ କନ୍ଧମାଳର ୭ଟି ବିଧାନସଭା ମଣ୍ଡଳୀର ପ୍ରାର୍ଥୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri