Posted inଫୁରସତ

୨୦ବର୍ଷ ଧରି ବୋର୍ଡରେ ଖବର ଲେଖୁଛନ୍ତି ସରୋଜ ଚର୍ଚ୍ଚି

ଖବରକାଗଜ ସାଧାରଣତଃ ଛପା ଯାଇଥାଏ। ବିଭିନ୍ନ ଅଞ୍ଚଳରୁ ପ୍ରକାଶନ ହେଉଥିବା ଦୈନିକ, ସାପ୍ତାହିକ, ମାସିକ, ପାକ୍ଷିକ ଆଦି ବିଭିନ୍ନ ଭାଷାର ଏକାଧିକ ସଂସ୍କରଣ ରହିଛି। ଆଞ୍ଚଳିକ, ରାଜ୍ୟସ୍ତରୀୟ, ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବହୁ ଲୋକପ୍ରିୟ ଖବରକାଗଜ ରହିଛି। ଦୈନନ୍ଦିନ ସମାଜରେ ଘଟୁଥିବା ନାନା ସମସ୍ୟା, ତା’ର ସମାଧାନ ପାଇଁ ଘଟଣାଟି ଖବରରୂପେ ଜନତାଙ୍କ ସ୍ବର ହୋଇ ଶାସକ ଓ ପ୍ରଶାସକଙ୍କ ନିକଟରେ ପହଞ୍ଚିଥାଏ। ଅନ୍ୟପକ୍ଷେ ସାଧାରଣ ଲୋକଙ୍କୁ ସରକାରୀ ବେସରକାରୀ ଆଦି ଘଟଣା ସମ୍ପର୍କରେ ସୂଚନା ବି ଦେଇଥାଏ। କିନ୍ତୁ ଛପା ଖବରକାଗଜ ବ୍ୟତୀତ କେତେକ ବ୍ୟକ୍ତି ନିଜସ୍ବ ଉଦ୍ୟମରେ ଅଲେଖା କାଗଜରେ ବିଭିନ୍ନ ଘଟଣାକୁ ଖବର ରୂପେ ପରିବେଷଣକରି ଜନସଚେତନତା କରୁଥିବାର ନଜିର ରହିଛି। ସ୍ଥାନୀୟ ଖବରଠୁ ଆରମ୍ଭ କରି ଜାତୀୟ ଓ ଅନ୍ତର୍ଜାତୀୟ ଘଟଣାର ବିଭିନ୍ନ ଖବରକୁ ସ୍କେଚ୍‌ ବା ମାର୍କର୍‌ରେ ଲେଖି ଜଣେ ଯୁବକ ଜନସଚେତନତା କରୁଛନ୍ତି। ସେପୁଣି ଦିନେ କି ଦୁଇଦିନ ନୁହେଁ ବରଂ ଦୀର୍ଘ ୨୦ବର୍ଷଧରି ଜାରି ରଖିଛନ୍ତି ଏହି ଖବର ପରିବେଷଣ। ପେସା ଚା’ ବିକ୍ରି କରିବା ମାତ୍ର ନିଶା ତାଙ୍କର ଲୋକଙ୍କ ପାଇଁ ହ୍ବାଇଟ ବୋର୍ଡରେ ବିଭିନ୍ନ ଖବର ଲେଖିବା। ସେ ହେଲେ କନ୍ଧମାଳ ଜିଲା ଫିରିଙ୍ଗିଆ କାଳୀ ପୂଜା ସାହିର ଦମୟନ୍ତୀ ଚର୍ଚ୍ଚି ଏବଂ ଦୁର୍ଯ୍ୟୋଧନ ଚର୍ଚ୍ଚିଙ୍କର ଏକମାତ୍ର ପୁଅ ସରୋଜ ଚର୍ଚ୍ଚି। ସେ କୁହନ୍ତି, ‘ମୁଁ ଯେତେବେଳେ ୮ବର୍ଷର ହୋଇଥିଲି ସେହି ସମୟରେ ମୋ’ ବାପାଙ୍କ ମୃତ୍ୟୁ ହେଲା। ସେହି କଅଁଳ ବୟସରେ ସ୍କୁଲ ଯିବା ସହିତ ବଳକା ସମୟରେ ଗାଁର କେତେକ ଲୋକଙ୍କ ଘରେ ପିଇବାପାଣି ଦେଇ ସେଥିରୁ ଯାହା ପାରିଶ୍ରମିକ ଭାବେ ମିଳୁଥିଲା ସେଥିରେ ପରିବାର ଭାରି କଷ୍ଟରେ ଚଳୁଥିଲା। ପିଲାଦିନେ କେତେବେଳେ ଗାଁର ସାଂସ୍କୃତିକ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରି ତ କେବେ ଫୁଟବଲ, କ୍ରିକେଟ ମ୍ୟାଚ୍‌ର ଧାରାବିବରଣୀ ଦେଇ ଦର୍ଶକମାନଙ୍କଠାରୁ ବହୁ ପ୍ରଶଂସା ପାଉଥିଲି। କେହି କେହି ମତେ କିଛି ଟଙ୍କା ପୁରସ୍କାର ଭାବେ ଦେଉଥିଲେ।

ସେତେବେଳେ ୯ମ ରେ ପଢ଼ୁଥାଏ। କିନ୍ତୁ ନୃତ୍ୟ, ଖେଳ, ଧାରାବିବରଣୀ ଆଦି ଅଭ୍ୟାସ ଜାରି ରହିଥାଏ । ସମୟ କ୍ରମେ ପରିବାର ଚଳେଇବା ପାଇଁ ଫିରିଙ୍ଗିଆ ବଜାରରେ କୁଇସମାଜ କମ୍ପ୍ଲେକ୍ସର ଏକ ଘର ଭଡ଼ା ନେଇ ସେଠାରେ ଏକ ଚା’ ଦୋକାନ ଦେଲି। ୨୦୦୩ ମସିହାର କଥା, ବିଶ୍ୱକପ କ୍ରିକେଟ ଖବରକୁ ପଡ଼ୋଶୀ ଘରର ଲୋକଙ୍କ ଟିଭି ଓ ରେଡିଓରୁ ଶୁଣି ମୋ ଦୋକାନ ସମ୍ମୁଖରେ ଥିବା ଏକ ହ୍ବାଇଟ ବୋର୍ଡରେ ପ୍ରଥମେ ସେହି ଖେଳ ଖବରକୁ ଲେଖିଥିଲି। କିଛି ଦିନଧରି ଖେଳର ଫଳାଫଳ ଖବରକୁ ଲେଖିଲି। ଏଠାକୁ ଚା’ ପିଇବାକୁ ଆସୁଥିବା ଲୋକମାନେ, ଚା’ ପିଇବା ସହିତ ଖେଳ ଖବରକୁ ଜାଣିପାରି ଆଲୋଚନା କରୁଥିବାରୁ ମତେ ଖୁସୀ ଲାଗୁଥିଲା। ସେବେଠାରୁ ପ୍ରତିଦିନ ସକାଳୁ ସକାଳୁ ଦୋକାନ ଖୋଲିବା ପୂର୍ବରୁ ହ୍ବାଇଟ ବୋର୍ଡରେ ବିଭିନ୍ନ ଖବର ଲେଖିବା ମୋର ସଉକ ହୋଇଗଲା। ଫଳରେ ପ୍ରତିଦିନ କେତେଜଣ ଲୋକଙ୍କର ଏଠାରେ ଖବର ପଢ଼ିବାକୁ ଆସିବା ଏକ ପ୍ରକାର ଅଭ୍ୟାସ ହୋଇଗଲା। ଏହି ହ୍ବାଇଟ୍‌ ବୋର୍ଡରେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଘଟଣାର ଶିରୋନାମାକୁ ଲେଖିବା ସହିତ କେତେକ ନିତ୍ୟ ବ୍ୟବହାର ଖାଦ୍ୟପଦାର୍ଥ ସାମଗ୍ରୀର ଦରଦାମ ଲେଖୁଥିଲି ଏବଂ କାହାର କିଛି ଆବଶ୍ୟକ ପଡ଼ୁଥିବା ସୂଚନାକୁ ମଧ୍ୟ ଲେଖିଲି। ସେହିପରି ସେତେବେଳେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ମୃତ୍ୟୁ ଘଟଣା ଯୋଗୁ କନ୍ଧମାଳରେ ଦଙ୍ଗା ଉପୁଜିଥାଏ। । ସେହି ସମୟରେ ମୋ ଦୋକାନ ସମ୍ମୁଖରୁ କୌଣସି ବ୍ୟକ୍ତିଙ୍କର ଏକ ସୁନାମୁଦିଟିଏ ପାଇଥିଲି। ପରେ ଏହି ହ୍ବାଇଟ୍‌ ବୋର୍ଡରେ ସୁନାମୁଦିଟିଏ ମିଳିଛି ବୋଲି ଏକ ଖବର ଲେଖିଥିଲି। ଏଠାକୁ ଚା’ ପିଇବାକୁ ଆସିଥିବା ଜଣେ ଯବାନ ସେହି ବୋର୍ଡରେ ଲେଖାଥିବା ଏହି ସୁନାମୁଦି ଖବରକୁ ପଢ଼ି ତାହା ତାଙ୍କର ସୁନାମୁଦି ବୋଲି କହିଥିଲେ। ଏହାପରେ ଦୁଇଜଣ ବ୍ୟକ୍ତିଙ୍କୁ ସାକ୍ଷୀ ରଖି ସେହି ବ୍ୟକ୍ତିଙ୍କୁ ସେଦିନ ପାଇଥିବା ସୁନାମୁଦିଟିକୁ ଫେରାଇଥିଲି। ଏହି କାର୍ଯ୍ୟ ପାଇଁ ମତେ ଅନେକ ବ୍ୟକ୍ତି ବହୁ ପ୍ରଶଂସା କରିଥିଲେ।

ଲୋକଙ୍କ ଉତ୍ସାହ ପାଇଁ ମୋର ଖବର ଲେଖିବା ଜାରି ରହିଲା। ସକାଳ ପ୍ରାୟ ୭ଟାରୁ ରାତି ୯ଟା ଯାଏ ପ୍ରତି ମୁହୂର୍ତ୍ତରେ ବିଭିନ୍ନ ଖବରକୁ ସେହି ବୋର୍ଡରେ ଲେଖିଥାଏ, ପୁଣି ନୂଆ ଖବର ଟିଏ ଆସିଲେ ଅନ୍ୟପୁରୁଣା ଖବରକୁ ଲିଭାଇ ଦେଇଥାଏ। ଏମିତି ଚା’ ବେପାର ସହିତ ଖବର ଲେଖି ଜନସଚେତନା କରି ଆସୁଛି। ପ୍ରଥମେ ବିଭିନ୍ନ ଖବରକୁ ନିଜେ ଜାଣିବା ସହିତ ଅନ୍ୟମାନଙ୍କୁ ଖବର ସମ୍ପର୍କରେ ଅବଗତ କରାଇଥାଏ। ଏଥିରେ ମତେ ମାନସିକ ଶାନ୍ତି ସହିତ ଲୋକଙ୍କ ଶ୍ରଦ୍ଧା ମିଳୁଛି। ଯାହା ମତେ ଏକ ଭିନ୍ନ ପରିଚୟ ବି ଦେଇଛି।
– ବନବିହାରୀ, ବିକ୍ରମ ଦିଗାଲ


Enter your email to get our daily news in your inbox.

All Right Reserved By Dharitri.Com

ମଣିଷ ଚିହ୍ନିବାରେ କରିଛନ୍ତି କି ବଡ଼ ଭୁଲ? ପଶ୍ଚାତାପ କରୁଥିଲେ ଜାଣନ୍ତୁ ଚାଣକ୍ୟଙ୍କ ଏହି ୪କଥା

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବ୍ୟକ୍ତିର ସ୍ବଭାବ ବିଷୟରେ ବର୍ଣ୍ଣନା କରିଛନ୍ତି। ଏହାକୁ ଆପଣାଇବା କଷ୍ଟକର ହେଲେ ହେଁ ଯିଏ ତାହା କରିପାରିଛନ୍ତି ଜୀବନ ସୁଖମୟ...

୧୦ ବର୍ଷ ଧରି ୫୦ ଲୋକଙ୍କ ଦ୍ୱାରା ସ୍ତ୍ରୀଙ୍କୁ ବଳାତ୍କାର କରାଉଥିଲେ ସ୍ବାମୀ, କୋର୍ଟରେ ଦୁଃଖ ବଖାଣିଲେ ମହିଳା

ସ୍ବାମୀ (ବର୍ତ୍ତମାନ ପୂର୍ବତନ)ଙ୍କ ଦ୍ୱାରା ଅଚେତ ଅବସ୍ଥାରେ ଡ୍ରଗ୍ସ ଦେଇ ପ୍ରାୟ ଏକ ଦଶନ୍ଧି ଧରି ବଳାତ୍କାରର ଶିକାର ହୋଇଥିବା ମହିଳା ଜିସେଲେ ପେଲିକାଟ, ଗୁରୁବାର...

କ’ଣ ଅଫିସ୍‌ରେ ବାରମ୍ବାର ‘ସୁଟା ବ୍ରେକ୍‌’ ନେବା ଦ୍ୱାରା ଷ୍ଟ୍ରେସ୍‌ କମିଥାଏ? ଜାଣନ୍ତୁ ଏହା ପଛର ସତ?

ନୂଆଦିଲ୍ଲୀ,୫।୯: ସିଗାରେଟ୍‌ ଟାଣିବାର ସୌକିନ ରଖିଥିବା ଲୋକ ଅଧିକ ଷ୍ଟ୍ରେସରେ ଥିଲେ ଅଧିକ ଧ୍ରୁମପାନ କରିଥାନ୍ତି। ସେମାନେ ବିଶ୍ୱାସ କରନ୍ତି କି, ସିଗାରେଟ୍‌ ଏକ ଷ୍ଟ୍ରେସ୍‌...

ମାଛ ମଡ଼କ ଯୋଗୁ ଏମର୍ଜେନ୍ସି

ଏଥେନ୍ସ:ଗ୍ରୀସ୍‌ର ଭୋଲୋସ ସହର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ହ୍ରଦ, ନଦୀ ଓ ବିଭିନ୍ନ ଜଳାଶୟଗୁଡ଼ିକରେ ଲକ୍ଷାଧିକ ମୃତ ମାଛ ପଡ଼ି ରହିଛନ୍ତି। ଏତେ...

ବିଶ୍ୱର ସବୁଠୁ ବୟସ୍କ କୁମ୍ଭୀର

ପ୍ରିଟୋରିଆ: ପୃଥିବୀର ସର୍ବ ପୁରାତନ ଜୀବଜନ୍ତୁମାନଙ୍କ ମଧ୍ୟରେ କୁମ୍ଭୀର ଅନ୍ୟତମ। ପ୍ରାୟତଃ ବିପଜ୍ଜନକ ଶିକାରୀ ଭାବେ କୁମ୍ଭୀର ଅନ୍ୟ ପ୍ରାଣୀମାନଙ୍କ ଉପରେ ଆକ୍ରମଣ କରିବାକୁ କୁଣ୍ଠାବୋଧ...

୨୦୨୫ରୁ ୭ ବର୍ଷ ଦେଖି ହେବନି ଶନି ବଳୟ

ଓ୍ବାଶିଂଟନ, ୪।୯: ସୌର ଜଗତରେ ଶନି ସୂର୍ଯ୍ୟଙ୍କଠାରୁ ଷଷ୍ଠ ଗ୍ରହ ହୋଇଥିବା ସହ ଏହା ଦ୍ୱିତୀୟ ବୃହତ୍ତମ ଗ୍ରହ ମଧ୍ୟ। ଏହି ଗ୍ରହର ଚାରିପଟେ ଏକ...

ପୃଥିବୀ ଉପରେ ବଡ଼ ବିପଦ! ଦ୍ରୁତ ଗତିରେ ମାଡି ଆସୁଛି ଭୟଙ୍କର ଗ୍ରହ, ସେପ୍ଟେମ୍ବରରେ…, ଆଲର୍ଟ ଜାରି କଲା ନାସା

ଏକ ଗ୍ରହ ସମ୍ବନ୍ଧରେ ନାସା ଏକ ସତର୍କ ସୂଚନା ଜାରି କରିଛି। ନାସା କହିଛି ଯେ ପ୍ରାୟ ୭୨୦ ଫୁଟର ଏକ ବିଶାଳ ଗ୍ରହ, ଯାହା...

୧୦୦ କିଲୋମିଟର ପର୍ଯ୍ୟନ୍ତ ଲାଗିଲା ଟ୍ରାଫିକ ଜାମ୍‌, ୧୨ ଦିନ ପରେ ଘରକୁ ଫେରିଲେ ଲୋକେ

ବେଜିଂ: ଦିଲ୍ଲୀ-ଏନସିଆର ହେଉ କିମ୍ବା ବେଙ୍ଗାଲୁରୁ ହେଉ, ଲୋକମାନେ ଟ୍ରାଫିକ ଜାମ୍‌ର ସମ୍ମୁଖୀନ ହେବା ସାଧାରଣ କଥା। ସେଥିପାଇଁ ଏଠାକାର ଲୋକମାନେ ଅଫିସ ଯିବାକୁ ଥିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri