ନିର୍ବାଚନ ପାଇଁ ୧୭ ହଜାର ପୋଲିସ

ଭୁବନେଶ୍ୱର,୧୩।୫(ସତ୍ୟଜିତ୍‌ ରାଉତ): ରାଜ୍ୟରେ ସୋମବାର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ୯ ଜିଲାରେ ଶୃଙ୍ଖଳିତ ତଥା ସୁରକ୍ଷିତ ନିର୍ବାଚନ କରିବାକୁ ବିଭିନ୍ନ ର଼୍ୟାଙ୍କର ୧୭ ହଜାର ପୋଲିସ ନିୟୋଜିତ ହୋଇଛନ୍ତି। ବିଶେଷକରି ମାଓବାଦୀ ଅଧ୍ୟୁଷିତ ଅଞ୍ଚଳରେ ରହିଥିବା ୫୩୭ଟି ମତଦାନ କେନ୍ଦ୍ରକୁ ସୁରକ୍ଷା ବଳୟରେ ରଖାଯାଇଥିବା ରବିବାର ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ କହିଛନ୍ତି। ଡିଜିପି କହିଛନ୍ତି, ନିର୍ବାଚନ ପାଇଁ ୧୦୪ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ (ସିଏପିଏଫ୍‌) ଓ ରାଜ୍ୟ ପୋଲିସର ୬୬ ପ୍ଲାଟୁନ୍‌ ସଶସ୍ତ୍ର ବାହିନୀ (ଏସ୍‌ଏପି) ଦାୟିତ୍ୱରେ ଅଛନ୍ତି। ବୁଥ୍‌ ଓ ମୋବାଇଲ ପାଟ୍ରୋଲିଂ ଆଦି କାର୍ଯ୍ୟରେ ୨୯ ଅତିରିକ୍ତ ଏସ୍‌ପି, ୫୭ ଡିଏସ୍‌ପି, ୧୫୪ ଇନ୍ସପେକ୍ଟର, ୧୪୫୭ ଜଣ ଏସ୍‌ଆଇ/ଏଏସ୍‌ଆଇ, ୬ ହଜାର ୬୩୯ ଜଣ ହାବିଲଦାର ଓ କନଷ୍ଟେବଲ୍‌, ୫ ହଜାର ୫୮୧ ଜଣ ହୋମ୍‌ଗାର୍ଡ ଓ ଗ୍ରାମରକ୍ଷୀ ନିୟୋଜିତ ହୋଇଛନ୍ତି। ୬୦୦ ମୋବାଇଲ ପାଟ୍ରୋଲିଂ ପାର୍ଟି କାର୍ଯ୍ୟକ୍ଷମ ହୋଇଥିବାବେଳେ ପ୍ରତ୍ୟେକ ମୋବାଇଲ ପାର୍ଟିରେ ଜଣେ ଅଫିସର, ଜଣେ ହାବିଲଦାର ଓ ଦୁଇଜଣ କନ୍‌ଷ୍ଟେବଲ ରହିବେ। ୧୦ରୁ ୧୨ଟି ବୁଥ୍‌କୁ ପ୍ରତ୍ୟେକ ମୋବାଇଲ ପାଟ୍ରୋଲିଂ ପାର୍ଟିଂ ପହଞ୍ଚତ୍ବ। ଅଧିକାଂଶ ମୋବାଇଲ ପାର୍ଟିରେ ଜିପିଏସ୍‌ ଲୋକେଶନ ଥିବାବେଳେ ଜିଲା ହେଡ୍‌କ୍ୱାର୍ଟରରୁ ଏହାକୁ ମନିଟର୍‌ କରାଯିବ। ନିର୍ବାଚନ ପରିଚାଳନା ଓ ଆଇନଶୃଙ୍ଖଳା ରକ୍ଷା କରିବାରେ ଏହି ମୋବାଇଲ ପାଟ୍ରୋଲିଂ ପାର୍ଟି ମୁଖ୍ୟ ଭୂମିକା ନେବ। ସେହିପରି ଏହି ୯ଟି ଜିଲାରେ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ସୀମାକୁ ଲାଗି ୫୧ଟି ଆନ୍ତଃରାଜ୍ୟ ବର୍ଡର ଚେକ୍‌ ପୋଷ୍ଟ ରହିଛି। ସବୁଠି ସିସିଟିଭି ଲଗାଯାଇଛି। ଜିଲାଗୁଡ଼ିକ ଭିତରେ ୫୦ ଚେକ୍‌ ପୋଷ୍ଟ କରାଯାଇ ସମସ୍ତ ଗାଡ଼ି ଯାଞ୍ଚ କରାଯାଉଛି। ୨୧୦ ଫ୍ଲାଇଂ ସ୍କ୍ବାଡ୍‌ ମୁତୟନ କରାଯାଇଛି। ୧୯୫ ଷ୍ଟାଟିକ୍‌ ସର୍ଭିଲାନ୍ସ ଟିମ୍‌ ନିୟୋଜିତ ହୋଇ ଯାନବାହନ ଓ ଲୋକଙ୍କୁ ଯାଞ୍ଚ କରୁଛନ୍ତି। ଫ୍ଲାଇଂ ସ୍କ୍ବାଡ୍‌ ଓ ଷ୍ଟାଟିକ୍‌ ସର୍ଭିଲାନ୍ସ ଟିମ୍‌ରେ ପୋଲିସ ସମେତ ଅନ୍ୟ ବିଭାଗର କର୍ମଚାରୀ ମଧ୍ୟ ରହିଛନ୍ତି। ୧୫ଟି ଇଭିଏମ୍‌ ଷ୍ଟ୍ରଙ୍ଗ୍‌ରୁମ୍‌ କରାଯାଇଥିବାବେଳେ ନିର୍ବାଚନ ସରିବା ପରେ ଏଠାରେ କଡ଼ା ସୁରକ୍ଷା ମଧ୍ୟରେ ଇଭିଏମ୍‌ ରହିବ। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ, ଷ୍ଟ୍ରଙ୍ଗ୍‌ରୁମ୍‌ଗୁଡ଼ିକର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ସିଏପିଏଫ୍‌ ଓ ବାହ୍ୟ ସୁରକ୍ଷା ପାଇଁ ଏସ୍‌ଏପି ନିୟୋଜିତ ହେବେ। ପ୍ରତ୍ୟେକ ଷ୍ଟ୍ରଙ୍ଗ୍‌ରୁମ୍‌ ପାଇଁ ଗୋଟିଏ ଲେଖାଏ ପ୍ଲାଟୁନ୍‌ ସିଏପିଏଫ୍‌ ଓ ଏସ୍‌ଏପି ଦାୟିତ୍ୱରେ ରହିବେ। ନିର୍ବାଚନ ହେବାକୁ ଥିବା ଜିଲା ମଧ୍ୟରୁ ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, ନୂଆପଡା ଓ କଳାହାଣ୍ଡି ମାଓବାଦୀ ଅଧ୍ୟୁଷିତ ଅଞ୍ଚଳ। ତେଣୁ ଏସବୁ ଅଞ୍ଚଳରେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ପାଇଁ ଗତ ୪ ମାସ ହେବ ଅର୍ଥାତ୍‌ ଜାନୁଆରୀ ୧ରୁ ଏଯାଏ ୫୩୯ଟି ମାଓବାଦୀ ବିରୋଧୀ ଅପରେଶନ କରାଯାଇଛି। ଗତ ୨ଦିନ ହେବ ଏଥିରେ ସିଏପିଏଫ୍‌ର ୧୩୮ଟି ଅପରେଶନ ପାର୍ଟି ଏବଂ ୩୭ଟି ଏସ୍‌ଓଜି/ଡିଭିଏଫ୍‌ ପାର୍ଟି ନିୟୋଜିତ କରାଯାଇଛି। ୩ଦିନ ଧରି ଏହି ପାର୍ଟି ଜଙ୍ଗଲରେ ରହି ମାଓବାଦୀ ବିରୋଧୀ ଅପରେଶନ୍‌ କରିବେ। ଆମ ପକ୍ଷରୁ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶକୁ ସେମାନଙ୍କ ସୀମାବର୍ତ୍ତୀ ସ୍ଥାନରେ ଅପରେଶନ କରିବାକୁ ଅନୁରୋଧ କରାଯାଇଥିଲା। ଏବେ ଛତିଶଗଡ଼ ୫ ସ୍ଥାନରେ ଏବଂ ଆନ୍ଧ୍ରପ୍ରଦେଶ ୯ ସ୍ଥାନରେ ଅପରେଶନ କରୁଛି। ଅତିରିକ୍ତ ଡିଜି (ଅପରେଶନ୍‌) ଦେବଦତ୍ତ ସିଂ ମାଓବାଦୀ ଅଞ୍ଚଳରେ କ୍ୟାମ୍ପ କରି ମାଓବାଦୀ ବିରୋଧୀ ଅଭିଯାନ ଓ ଗୋଇନ୍ଦା ସମ୍ପର୍କରେ ତଦାରଖ କରୁଛନ୍ତି ବୋଲି ଡିଜିପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ମିଳିଲା ୧୨ଟି ପାଟ୍ରୋଲିଂ ଗାଡ଼ି, ୫ବର୍ଷରେ ଅଭୟାରଣ୍ୟକୁ ଆସିବେ ୧୪ ବାଘ

ଭୁବନେଶ୍ୱର, ୧୮ା୧୦ (ବନ୍ଦନା ସେଠୀ): ଜୀବଜନ୍ତୁଙ୍କ ସୁରକ୍ଷାରେ ନିୟୋଜିତ ହେବ ପାଟ୍ରୋଲିଂ ଭ୍ୟାନ୍‌। ବିଶେଷକରି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ସୁରକ୍ଷା ପାଇଁ ଆଧୁନିକ ଯାନର ବ୍ୟବସ୍ଥା...

ଟାସ୍କଫୋର୍ସ ପୁନର୍ଗଠନ କଲେ ରାଜ୍ୟ ସରକାର, ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ଶିକ୍ଷାନୀତି

ଭୁବନେଶ୍ୱର,୧୮।୧୦: ଜାତୀୟ ଶିକ୍ଷା ନୀତି-୨୦୨୦କୁ ଓଡ଼ିଶାରେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଗୁରୁବାର ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ପୁନର୍ଗଠନ ସହ...

ବଦଳିଲେ ୭୦ରୁ ଅଧିକ ତହସିଲଦାର

ଭୁବନେଶ୍ୱର, ୧୮ା୧୦: ରାଜ୍ୟରେ ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ସରକାର। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ...

କୋଷ୍ଟ ଗାର୍ଡ ଡିଆଇଜି, ପନ୍ତ୍ରୀଙ୍କୁ ଦୁର୍ବ୍ୟବହାର, ନୟାପଲ୍ଲୀ ଥାନାରେ ଏତଲା

ଭୁବନେଶ୍ୱର,୧୮ା୧୦(ସତ୍ୟଜିତ୍‌ ରାଉତ): କୋଷ୍ଟଗାର୍ଡ ଡିଆଇଜି ସତ୍ୟ ରଞ୍ଜନ ଦାସ ଓ ତାଙ୍କ ପତ୍ନୀ ନୟାପଲ୍ଲୀ ଥାନା ଅନ୍ତର୍ଗତ କଳିଙ୍ଗ ଷ୍ଟାଡିଅମ୍‌ ଟ୍ରାଫିକ୍‌ ପୋଷ୍ଟ ନିକଟରେ ଗୁରୁବାର...

OSSSC ଦ୍ଵାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ବିବାଦ, ସରକାର ନେଲେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର, ୧୮ା୧୦: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ଦ୍ୱାରା କମ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ୨୦୨୪ର ଫରେଷ୍ଟର, ଫରେଷ୍ଟ ଗାର୍ଡ, ଆର୍‌ଆଇ, ଅମିନ ଆଦି...

୨୩ରୁ ଏସବୁ ଜିଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ବିଲରେ ଧାନ ବାହାରିବାକୁ ବସିଲାଣି। ଚାଷୀକୁଳ ଅସରାଏ ବର୍ଷାକୁ ଚାହିଁ ରହିଛନ୍ତି। ବର୍ଷା ହେଲେ ବିଲରେ ସୁନା ଫଳିବ। ବର୍ଷକର ପରିଶ୍ରମ ଚାଷୀଙ୍କୁ...

କାର୍ତ୍ତିକ ଆରମ୍ଭରୁ ଅସମ୍ଭାଳ, ଛୁଇଁହେଉନି ପରିବା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ପାର୍ବଣରେ ମହଙ୍ଗାମାଡ଼ ଖାଉଟିଙ୍କ ହର୍ଷୋଲ୍ଲାସକୁ ଫିକା କରିଦେଇଛି। ଆଳୁ, ପିଆଜ ଓ ତେଲ ସମେତ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀଗୁଡ଼ିକ ପୂର୍ବରୁ ଚଢ଼ାଦରରେ ବିକ୍ରି...

୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ୨୦ରୁ ଊର୍ଦ୍ଧ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri