Posted inଜାତୀୟ

ମୁମ୍ବାଇରେ ପ୍ରବଳ ବର୍ଷା, ବିମାନ ସେବା ପ୍ରଭାବିତ, ହୋଡିଂ ପଡି ୭ ଆହତ: ଦେଖନ୍ତୁ ଭିଡିଓ

ମୁମ୍ବାଇ,୧୩।୫: ମୁମ୍ବାଇରେ ପ୍ରବଳ ବର୍ଷା ଓ ଘୁର୍ଣ୍ଣିଝଡ଼ ସୃଷ୍ଟି ହୋଇଥିଲା, ଫଳରେ ମୁମ୍ବାଇ ବିମାନ ବନ୍ଦରରେ ବିମାନ ସେବା ପ୍ରଭାବିତ ହୋଇଛି। ସୋମବାର ହୋଇଥିବା ଏହି ବର୍ଷାରେ ଅନେକ ଜାତୀୟ ଏବଂ ଆନ୍ତର୍ଜାତୀୟ ବିମାନକୁ ଡାଇଭର୍ଟ କରାଯିବା ସହ କେତେକର ସମୟ ବଦଳାଇ ଦିଆଯାଇଛି। ମୁମ୍ବାଇ ମେଟ୍ରୋ ମଧ୍ୟ ଅଟକି ଯାଉଛି ବୋଲି ଖବର ଆସିଛି। ଥାନେ ଜିଲାର ବଦଲାପୁର ଏବଂ ଭଙ୍ଗାନି ଅଞ୍ଚଳରେ ମଧ୍ୟ ପ୍ରବଳ ପବନ ବହିଛି।

ପ୍ରବଳ ପବନରୁ ନିଜକୁ ରକ୍ଷା କରିବା ପାଇଁ ଲୋକମାନେ ନିଜ ଘର ଆଡ଼କୁ ଦୌଡୁଥିବା ଦେଖାଯାଇଥିଲା। ରାଜପଥ ପାର୍ଶ୍ୱରେ ଏକ ବଡ ହୋର୍ଡିଂ ମୁମ୍ବାଇର ଘାଟକୋପର ଅଞ୍ଚଳରେ ପଡିଥିଲା। ଏହି ଦୁର୍ଘଟଣାରେ ୭ଜଣ ଆହତ ହୋଇଛନ୍ତି।
ବର୍ଷା ଏବଂ ଝଡ଼ ଯୋଗୁ ପରିବହନ ସେବା ଉପରେ ମଧ୍ୟ ପ୍ରଭାବ ପକାଉଛି। ଟ୍ୟାକ୍ସି, ଅଟୋ ଏବଂ ଅନ୍ୟ ଗାଡି ଡ୍ରାଇଭରମାନେ ମଧ୍ୟ ରାସ୍ତାରେ ଅଟକି ରହିଛନ୍ତି। ମେଟ୍ରୋର ଓଭରହେଡ ତାରରେ ପଡିଥିବା ବ୍ୟାନର ଯୋଗୁଁ ମୁମ୍ବାଇ ମେଟ୍ରୋ ବ୍ୟାହତ ହୋଇଛି। ଘାଟକୋପର-ଭର୍ସୋଭୋ ମେଟ୍ରୋ ବିମାନବନ୍ଦର ରୋଡ ଷ୍ଟେଶନରେ ମେଟ୍ରୋ ବନ୍ଦ ହୋଇଯାଇଛି। ଏଥି ସହିତ ପ୍ରଶାସନ ଏହି ବ୍ୟାନର ହଟାଇବାକୁ ଚେଷ୍ଟା କରୁଛି। ଘାଟକୋପରରୁ ଭର୍ସୋଭା ମାର୍ଗରେ ଚାଲୁଥିବା ଏହି ମେଟ୍ରୋ ବାଟରେ ଅଟକି ରହିଛି। ଏଭଳି ପରିସ୍ଥିତିରେ ଯାତ୍ରୀମାନେ ନିଜେ ବିମାନବନ୍ଦର ମେଟ୍ରୋ ଷ୍ଟେସନରେ ଅଟକି ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri