ଦୁର୍ଘଟଣାରେ ଚାଲିଗଲା ଦୁଇ ପ୍ରିଜାଇଡିଂ ଅଫିସରଙ୍କ ଜୀବନ

ନୂଆପଡ଼ା/କୋରୁକୋଣ୍ଡା(ମକାରୁ ବେମାଲ/ଅଭିନାଶ ବେହେରା):୧୪।୫: ନିର୍ବାଚନ କାର୍ଯ୍ୟ ଶେଷ କରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ଦୁଇ ପ୍ରିଜାଇଡିଂ ଅଫିସରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଡିଆଳ ନିର୍ବାଚନମଣ୍ଡଳି ରାନିମୁଣ୍ଡାରେ ପ୍ରିଜାଇଡିଂ ଅଫିସର ଭାବେ ନିଯୁକ୍ତ ଥିବା ପ୍ରସନ୍ନ କୁମାର ନାୟକ ଏବଂ ଶିଖପାଲିର କୁଶବେଡା ବିଦ୍ୟାଳୟରେ ନିୟୋଜିତ ଥିବା ପ୍ରିଜାଇଡିଂ ଅଫିସର ତଥା ବଣ୍ଡାଘାଟି ବନ୍ଧଗୁଡ଼ା ବିଦ୍ୟାଳୟର ପ୍ରଧାନଶିକ୍ଷକ ଇନ୍ଦ୍ରଜିତ କିଷାନ।

ସୋମବାର ନିର୍ବାଚନ ସରିବା ପରେ ଇଭିଏମ୍‌ ମେଶିନ ଜମା କରି ଏକ ବାଇକ୍‌ ଯୋଗେ ପ୍ରସନ୍ନ ମଙ୍ଗଳବାର ଘରକୁ ଫେରୁଥିଲେ । ହେଲେ ୩୫୩ ନମ୍ବର ଜାତୀୟ ରାଜପଥ ତରବୋଡ ତୃଣବିହନ ଉତ୍ପାଦନ କେନ୍ଦ୍ର ନିଟରେ ଏକ କାର ସହ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲ। ଫଳରେ ପ୍ରିଜାଇଡିଂ ଅଫିସର ପ୍ରସନ୍ନ ଗୁରୁତର ଆହତ ହୋଇଥିଲେ। ସେଠାରୁ ତାଙ୍କୁ ନୂଆପଡ଼ା ଜିଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତଘୋଷଣା କରିଥିଲେ।

ସେହିପରି ମାଥିଲି ଡମଗୁଡ଼ାଠାରେ ଏକ ବସ୍‌ ଧକ୍କାରେ ଶିଖପାଲିର କୁଶବେଡା ବିଦ୍ୟାଳୟରେ ନିୟୋଜିତ ଥିବା ପ୍ରିଜାଇଡିଂ ଅଫିସର ତଥା ବଣ୍ଡାଘାଟି ବନ୍ଧଗୁଡ଼ା ବିଦ୍ୟାଳୟର ପ୍ରଧାନଶିକ୍ଷକ ଇନ୍ଦ୍ରଜିତ କିଷାନୀଙ୍କ ମଧ୍ୟ ମୃତ୍ୟୁ ଘଟିଛି।

ସୂଚନା ଯୋଗ୍ୟ, ନିବାଚନ କାର୍ଯ୍ୟ ସାରି ମଙ୍ଗଳବାର ସକାଳରେ ଏକ ବାଇକ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ଏକ ବସ ତାଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ଇନ୍ଦ୍ରଜିତଙ୍କୁ ମାଥିଲି ସବ୍‌ଡିଭିଜନ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri