କେମିତି କମାଇବେ ଘର ଖର୍ଚ୍ଚ: ଆପଣାନ୍ତୁ ଏହି ଟିପ୍ସ

ବେଳେବେଳେ ସ୍ବାମୀଙ୍କର ଖର୍ଚ୍ଚୀ ସ୍ବଭାବ ଘରର ଆର୍ଥିକ ସ୍ଥିତିକୁ ବିଗାଡ଼ି ଦେଇଥାଏ। ଏଥିପାଇଁ ଅନେକ ସମୟରେ ସୁରୁଖୁରୁରେ ଘର ଚଳାଇବା ସମସ୍ୟା ହୋଇପଡେ ଗୃହିଣୀଙ୍କ ପାଇଁ। ତେବେ ଏଭଳି ଅଭ୍ୟାସ ବଦଳାଇ ଘର ବଜେଟକୁ ସଜାଡ଼ିବାକୁ ହେଲେ କିଛି କଥା ଉପରେ ଧ୍ୟାନ ଦେବାକୁ ହେବ…

ଘରର ସବୁ ଖର୍ଚ୍ଚ ନିୟନ୍ତ୍ରଣକରି ଆର୍ଥିକ ବୋଝ କମ୍‌ କରିବା ପାଇଁ ଚେଷ୍ଟା କରିଥାନ୍ତି ଗୃହିଣୀ। ଏମିତିକି ଖର୍ଚ୍ଚକାଟ କରି କିଛି ଅର୍ଥ ସଞ୍ଚୟ କରିବା ମଧ୍ୟ ଜଣେ ସୁଗୃହିଣୀଙ୍କର ଲକ୍ଷଣ ବୋଲି କୁହାଯାଏ। ଏସବୁ ଭିତରେ ଅନେକ ସମୟରେ ସ୍ବାମୀଙ୍କର ଅନାବଶ୍ୟକ ଶପିଂ, ଅଯଥା ଖର୍ଚ୍ଚ କରିବା ସ୍ବଭାବ ଚିନ୍ତାରେ ପକାଇଥାଏ। ଖର୍ଚ୍ଚକୁ ନିୟନ୍ତ୍ରଣ ନ କଲେ ପୂରା ପରିବାର ସମସ୍ୟା ଘେରକୁ ଆସିଯିବ। ତେଣୁ ଠିକ୍‌ ସମୟରେ ସବୁକିଛି ସଜାଡ଼ି ନେବାକୁ ସଚେତନ ରହିଥାନ୍ତି ଗୃହିଣୀ। ଏହି ଦୃଷ୍ଟିରୁ ସ୍ବାମୀଙ୍କର ଖର୍ଚ୍ଚ ଉପରେ ବି ଅଙ୍କୁଶ ଲଗାଇବାକୁ ଭୁଲନ୍ତି ନାହିଁ। ହେଲେ ଏସବୁ ଶାନ୍ତ ମନରେ ଭାବିଚିନ୍ତି କରିବାକୁ ପଡ଼ିବ। ନଚେତ୍‌ ଘରର ବଜେଟ ଓଲଟପାଲଟ ହେବା ସହ ସମ୍ପର୍କରେ ଫାଟ ସୃଷ୍ଟି ହେବ। ତେଣୁ ଏଭଳି ପରିସ୍ଥିତିରେ କ’ଣ ସବୁ କରିବେ ଜାଣିରଖନ୍ତୁ।
ସବୁବେଳେ
କୁହନ୍ତୁ ନାହିଁ: ସୁଯୋଗ ଦେଖି ସ୍ବାମୀଙ୍କୁ ଖର୍ଚ୍ଚ କମ୍‌ କରିବା ପାଇଁ ପରାମର୍ଶ ଦିଅନ୍ତୁ। କିନ୍ତୁ ବାରମ୍ବାର ତାଙ୍କୁ ଏପରି କଥା କୁହନ୍ତୁ ନାହିଁ। ଏପରି କରିବା ଫଳରେ ତାଙ୍କୁ ହୁଏତ ଭଲ ଲାଗି ନ ପାରେ। ଫଳରେ ସମ୍ପର୍କରେ ହୁଏତ ଫାଟ ସୃଷ୍ଟି ହୋଇପାରେ। ତେଣୁ ଏସବୁ ବିଷୟରେ କହିବା ପାଇଁ ଉଚିତ ସମୟ ସ୍ଥିର କରନ୍ତୁ। ଯେତେବେଳେ ତାଙ୍କ ମନ ଭଲ ଥିବ ଏବଂ ଅନ୍ୟ କେହି ଉପସ୍ଥିତ ନ ଥିବେ ସେସମୟରେ ତାଙ୍କୁ ଘରର ଆର୍ଥିକ ସ୍ଥିତି ସମ୍ପର୍କରେ ଜଣାଇ ଖର୍ଚ୍ଚ ଉପରେ ନିୟନ୍ତ୍ରଣ କରିବା ନେଇ ପରାମର୍ଶ ଦେଇପାରିବେ।
ବେଳେବେଳେ
ସମର୍ଥନ: ଖର୍ଚ୍ଚ ବିଷୟରେ କିଛି କଥାବାର୍ତ୍ତା କରିବା ପୂର୍ବରୁ ପ୍ରଥମେ ଘରର ଆର୍ଥିକ ଅବସ୍ଥା ନେଇ ବିଚାରବିମର୍ଶ କରନ୍ତୁ। ପରିବାରର କେଉଁ ସବୁ ଆବଶ୍ୟକତା ପାଇଁ ନିହାତି ଖର୍ଚ୍ଚ କରିବାକୁ ହେବ ସେନେଇ ଉଭୟେ ବିଚାର କରନ୍ତୁ। ଏ କ୍ଷେତ୍ରରେ ଉଭୟଙ୍କର ସହମତି ରହିବା ଦରକାର। ପ୍ରଥମେ ଘରର ଆବଶ୍ୟକତା ପୂରଣ ହେବା ପରେ ହିଁ ଅନ୍ୟ ଖର୍ଚ୍ଚ କରିବା ଦରକାର। ତେଣୁ ଏସବୁ ନେଇ ଭଲଭାବେ କଥାବାର୍ତ୍ତା ହେବା ପରେ ଆପଣ ସ୍ବାମୀଙ୍କୁ ତାଙ୍କର ଅନ୍ୟ ଖର୍ଚ୍ଚ ନେଇ କହିପାରିବେ। ତା’ ଛଡ଼ା ସବୁବେଳେ ଯେ ତାଙ୍କର ଖର୍ଚ୍ଚ ଅଯଥା ହୋଇପାରେ ତା’ ନୁହେଁ। ତେଣୁ ବେଳେବେଳେ ତାଙ୍କର ଚିନ୍ତାଧାରାକୁ ସମର୍ଥନ ବି କରିବାକୁ ହେବ।
ଖର୍ଚ୍ଚର କାରଣ
ଜାଣନ୍ତୁ: କେଉଁ କାରଣ ପାଇଁ ସ୍ବାମୀ ଅଧିକ ଖର୍ଚ୍ଚ କରୁଛନ୍ତି ସେକଥା ଜାଣିବା ପାଇଁ ଚେଷ୍ଟା କରନ୍ତୁ। ଯଦି କୌଣସି ମହତ ଉଦ୍ଦେଶ୍ୟ ପାଇଁ ସେ କିଛିଟା ଅଧିକ ଖର୍ଚ୍ଚ କରୁଛନ୍ତି ତେବେ ତାଙ୍କୁ ସମର୍ଥନ କରନ୍ତୁ। ସେଭଳି ସ୍ଥିତିରେ ବରଂ ଘରର ଅନ୍ୟ ଖର୍ଚ୍ଚକୁ କମ୍‌ କରି ଦିଅନ୍ତୁ। ମାତ୍ର ସ୍ବାମୀଙ୍କୁ ଏ ପରିସ୍ଥିତିରେ ସମର୍ଥନ କରନ୍ତୁ। ଅଯଥାରେ କୌଣସି ଖର୍ଚ୍ଚ କରୁଥିଲେ ତାକୁ କମ୍‌ କରିବା ପାଇଁ ପରାମର୍ଶ ଦିଅନ୍ତୁ।
ଶପିଂ ବେଳେ
ବୁଝାନ୍ତୁ: ସ୍ବାମୀ ଯଦି କୌଣସି ଅନାବଶ୍ୟକ ଖର୍ଚ୍ଚ କରୁଥିବା ଅନୁଭବ କରୁଛନ୍ତି ତେବେ ସବୁଠୁ ଭଲ ହେବ କି ଶପିଂ କରିବା ସମୟରେ ତାଙ୍କୁ ଠିକ୍‌ ନିଷ୍ପତ୍ତି ନେବାପାଇଁ ପରାମର୍ଶ ଦେବା। କାରଣ ତରବରିଆଭାବେ ଶପିଂ କରିବା ସମୟରେ ଅଯଥାରେ ଅନେକ କିଛି କିଣା ହୋଇଯାଏ। ତେଣୁ ଘର ପାଇଁ କ’ଣ ସବୁ ଆବଶ୍ୟକ ଅଛି ତା’ର ଏକ ତାଲିକା ତିଆରିକରି ସ୍ବାମୀଙ୍କୁ ଦିଅନ୍ତୁ। ଏହା ସହ ସମୟ ଥିଲେ ନିଜେ ଶପିଂ ପାଇଁ ସାଙ୍ଗରେ ଯାଇ ସବୁ ଜିନିଷକୁ ଭଲଭାବେ ଦେଖି ବିଚାର କରି କିଣିବାରେ ସାହାଯ୍ୟ କରନ୍ତୁ। ଅନେକ ସମୟରେ କିଛି ଜିନିଷ ଉପରେ ଡିସ୍‌କାଉଣ୍ଟ ରହିଥାଏ, କିନ୍ତୁ ଆବଶ୍ୟକ ନ ଥିଲେ କିଛି କିଣନ୍ତୁ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ସ୍ବର୍ଣ୍ଣିମ ପ୍ରକ୍ଷେପଣ ପଛରେ ବିଜ୍ଞାନ

ଜାଭେଲିନ ଆମ ଦେଶର ଏକ ପାରମ୍ପରିକ ଖେଳ। ଜାଭେଲିନକୁ ଆମ ଦେଶରେ ସାଧାରଣତଃ ବର୍ଛା କିମ୍ବା ଭାଲ୍ଲା ବୋଲି କୁହାଯାଏ। ପୂର୍ବେ ରାଜା ମହାରାଜାମାନେ ଅବସର...

ଚା’ ପିଉଛନ୍ତି କି? ରୁହନ୍ତୁ ସତର୍କ ନଚେତ୍‌ ଭୋଗିବେ ଏସବୁ ସମସ୍ୟା

କ୍ଳାନ୍ତ ମନକୁ ହାଲୁକା କରିବା ପାଇଁ ଅନେକେ ଚା’ କିମ୍ବା କଫି ପିଇଥାଆନ୍ତି। ହେଲେ ଯଦି ଆପଣ ଅଧିକ ସମୟ ଚା’ ପିଉଛନ୍ତି ତେବେ ଏପରି...

ଆପଣଙ୍କ ସୋଫା ଉପରେ ଅଛି କି ବିମ୍, ଜାଣନ୍ତୁ ମନକୁ କେମିତି କରେ….

ଲିଭିଂ ରୁମ୍‌ ଘରର ଏମିତି ଏକ ଅଂଶ; ଯାହାର ସାଜସଜ୍ଜାକୁ ଦେଖିଲେ ପରିବାର ସଦସ୍ୟଙ୍କ ବୈଭବ, ସମ୍ପନ୍ନତା ଓ ମାନସିକତାକୁ ଠଉରେଇ ହୁଏ। ସେଥିପାଇଁ ଲିଭିଂ...

ଗର୍ଭାବସ୍ଥାରେ ବାନ୍ତି କାହିଁକି ହୁଏ, ଜାଣନ୍ତୁ ଏଥିରୁ କେମିତି ପାଇବେ ରକ୍ଷା

ଗର୍ଭାବସ୍ଥା ସମୟରେ ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଘଟେ। ଗର୍ଭାବସ୍ଥାରେ ବିଶେଷତଃ ପ୍ରଥମ ତିନି ମାସ ପର୍ଯ୍ୟନ୍ତ ମହିଳାମାନେ କିଛି ଖାଇ ପିଇ ପାରନ୍ତି ନାହିଁ।...

ନିୟମିତ ଯୋଗ କରୁଥିଲେ ଏସବୁ ସମସ୍ୟାରୁ ମିଳିବ ମୁକ୍ତି

ଶରୀରକୁ ସୁସ୍ଥ ତଥା ନୀରୋଗ ରଖିବାକୁ କିଏ ବା ନ ଚାହେଁ? ଏଥିପାଇଁ ନିୟମିତ ବ୍ୟାୟାମ ନିଶ୍ଚୟ କରୁଥିବେ। ତେବେ ନିଜର ଦୈନନ୍ଦିନ ଜୀବନରେ ଯୋଗକୁ...

ବିଳମ୍ବରେ ଉଠୁଥିଲେ ହୋଇଯାନ୍ତୁ ସାବଧାନ: ହୋଇପାରେ…

କେତେକ ବ୍ୟକ୍ତିଙ୍କର ଏକ ଅଭ୍ୟାସ ରହିଛି। ସେମାନେ ପ୍ରାୟ ବିଳମ୍ବରେ ଶୁଅନ୍ତି ଏବଂ ବିଳମ୍ବରେ ଉଠନ୍ତି। ତେଣୁ ଏହାଦ୍ୱାରା ଶାରୀରିକ ପ୍ରକ୍ରିୟା ପ୍ରଭାବିତ ହେବାର ଆଶଙ୍କା...

ହାର୍ଟ ପାଇଁ ଉପକାରୀ ଅମୃତଭଣ୍ଡା

ଅମୃତଭଣ୍ଡାରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ତେବେ ଏହାର ଭଲ ଗୁଣ ତାଲିକାରେ ଆଉ ଏକ କଥାକୁ ନିକଟରେ ଯୋଡ଼ାଯାଇଛି। ଏହାକୁ ଖାଇବା...

ହାଇ ହିଲ୍‌ସ ପିନ୍ଧିଲେ ଦେଖାଦିଏ ଏସବୁ ସ୍ବାସ୍ଥ୍ୟ ସମସ୍ୟା

କଥାରେ ଅଛି- ‘ପ୍ରତି ଅବାଗିଆ ଢଙ୍ଗ ହେଉଛି ଗୋଟିଏ ଫେଶନ’। ନିଜକୁ ସାଧାରଣ ଲୋକଙ୍କଠାରୁ ଅଲଗା ବୋଲି ଦେଖାଇହେବା ପାଇଁ ଲୋକେ ଏହାକୁ ଆପଣେଇ ଥାଆନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri