ଦାଦନ ରୋକିବାକୁ ପ୍ରୟାସ କରିବି: ଗୋକୁଳାନନ୍ଦ

ବ୍ରହ୍ମପୁର,୧୭ା୫(ଅଶୋକ କୁମାର ସାହୁ):: ଆସିକା ସଂସଦୀୟ କ୍ଷେତ୍ର ଅଧୀନ ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ୯ଜଣ ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ବିଜେଡି ଓ ଭାଜପା ପୁରୁଣା ଗତଥରର ପ୍ରାର୍ଥୀଙ୍କୁ ରିପିଟ କରିଥିବା ବେଳେ କଂଗ୍ରେସ ନୂଆ ମୁହଁ ଉପରେ ଭରସା କରିଛି। ଧରିତ୍ରୀ ପକ୍ଷରୁ ଭାଜପା ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସହିତ ସ୍ବଳ୍ପ ଆଳାପ।
ଆପଣଙ୍କ ନିର୍ବାଚନୀ ପ୍ରସଙ୍ଗ କ’ଣ ରହିଛି?
ଉ: ଗତ ୨୫ ବର୍ଷ ଏହି ନିର୍ବାଚନ ମଣ୍ଡଳୀରେ ବିକାଶ ନାଁରେ ଦୁର୍ନୀତି ଚାଲିଛି। ପ୍ରଧାନମନ୍ତ୍ରୀଙ୍କ ଯୋଜନାର ପ୍ରକୃତ ସୁଫଳ ହିତାଧିକାରୀଙ୍କ ନିକଟରେ ପହଞ୍ଚତ୍ ପାରୁନାହିଁ। ଏଠାରେ ରୋଜଗାର ନ ମିଳିବାରୁ ବହୁ ଲୋକ ଦାଦନ ଖଟିବାକୁ ଯାଉଛନ୍ତି। ତେଣୁ ଦାଦନ ରୋକିବା ଉପରେ ପ୍ରୟାସ କରାଯିବ। ଜଳସେଚନ, ଶିକ୍ଷା, ପାନୀୟ ଜଳ ଓ ସ୍ବାସ୍ଥ୍ୟର ବିକାଶ ଏବଂ ଏହା କୃଷି ପ୍ରଧାନ ଅଞ୍ଚଳ ହୋଇଥିବାରୁ ଶୀତଳ ଭଣ୍ଡାର ନିର୍ମାଣକୁ ପ୍ରସଙ୍ଗ କରିଛି।
ଭୋଟରଙ୍କୁ ନିଜ ସପକ୍ଷରେ କ’ଣ କହିବେ?
ଉ: ମହିଳାଙ୍କୁ ସମ୍ମାନ, ମହିଳା ସଶକ୍ତୀକରଣ, ଯୁବପିଢ଼ିଙ୍କୁ ସଶକ୍ତ କରିବା ମୋର ଉଦ୍ଦେଶ୍ୟ। ଏ ନେଇ ପ୍ରଧାନମନ୍ତ୍ରୀ ବହୁ ଯୋଜନା କରିଛନ୍ତି। ତାହାର ସଫଳ ରୁପାୟନକୁ ଗୁରୁତ୍ୱ ଦିଆଯିବ। ଦାଦନ ଖଟିବାକୁ ଯେଉଁମାନେ ଯାଉଛନ୍ତି ସେମାନଙ୍କୁ ଏଠାରେ ସଶକ୍ତ କରିବାକୁ ପୂର୍ବରୁ ପ୍ରୟାସ ଜାରି ରହିଥିଲା। ଏବେ ତାହା ନିଶ୍ଚିତ ଭାବେ କାର୍ଯ୍ୟକାରୀ କରାଯିବ। ଏହା ଦ୍ୱାରା ଅଞ୍ଚଳର ଅର୍ଥନୀତି କିଭଳି ସୁଦୃଢ଼ ହେବ ତାହା ଉପରେ ବିଶେଷ ଧ୍ୟାନ ଦିଆଯିବ। ଜନସାଧାରଣଙ୍କ ଉଦ୍ଦେଶ୍ୟକୁ ସଫଳ କରାଯିବ।
ମତଦାତାଙ୍କୁ କ’ଣ ପ୍ରତିଶ୍ରୁତି ଦେବେ?
ଉ: ମୋର ଭୋଟରଙ୍କୁ ସେଭଳି କିଛି ପ୍ରତିଶ୍ରୁତି ନାହିଁ। କେବଳ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ଯାହା ତାକୁ ଏଠାରେ କାର୍ଯ୍ୟକାରୀ କରିବା ମୋ କାମ। ଜଣେ ଲୋକ ପ୍ରତିନିଧି ହିସାବରେ ଲୋକଙ୍କୁ ନେଇ କାମ କରିବି। ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ୫୦ ହଜାର ଟଙ୍କା ଦେବାକୁ ପ୍ରଧାନମନ୍ତ୍ରୀ ଗ୍ୟାରେଣ୍ଟି ଦେଇଛନ୍ତି। ଏଥି ସହିତ ବୃଦ୍ଧାବୃଦ୍ଧଙ୍କୁ ମାସିକ ୩୦୦୦ ଟଙ୍କା, ଉତ୍ପାଦିତ ଦ୍ରବ୍ୟର ବଜାରୀକରଣ ପାଇଁ ସୁବିଧା, ଗ୍ରାମ୍ୟ କମିଟି ମାଧ୍ୟମରେ ସରକାରୀ କାର୍ଯ୍ୟ କରିବା ସହିତ ଧାନ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା କରାଯିବ। ଅଞ୍ଚଳରେ ଆଇନଶୃଙ୍ଖଳା ଓ ମଦମୁକ୍ତ ସମାଜ ଗଠନ ମୋର ପ୍ରତିଶ୍ରୁତି।
ଭୋଟର କାହିଁକି ଆପଣଙ୍କୁ ସମର୍ଥନ କରିବେ ବୋଲି ଭାବୁଛନ୍ତି?
ଉ: ଦେଖନ୍ତୁ! ଦୀର୍ଘ ୨୫ ବର୍ଷ ହେଲା ଉକ୍ତ ନିର୍ବାଚନ ମଣ୍ଡଳୀରେ ଅନେକ ସମସ୍ୟା ରହିଛି। ତାହା ଏଯାଏଁ ସମାଧାନ ହୋଇପାରିନାହଁ। ମୁଁ କେବଳ ଜନତାଙ୍କ ପ୍ରତିନିଧି। ଗତଥର ବି ଜନସାଧାରଣଙ୍କ ସାଥିରେ ଥିଲି। ସୁଖଦୁଃଖର ସାଥୀ ହୋଇଥିଲି। ତାହା ଲୋକେ ଭଲ ଭାବେ ଅବଗତ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଉଥିବା ଗ୍ୟାରେଣ୍ଟି ଉପରେ ସମସ୍ତଙ୍କ ବିଶ୍ୱାସ ରହିଛି। ଏବେ ଭୋଟରଙ୍କ ମୁହଁରେ ପରିବର୍ତ୍ତନର ନାରା ଶୁଭୁଛି। ତେଣୁ ମୋ ପ୍ରତି ବି ଏଥର ଭୋଟରଙ୍କ ସମର୍ଥନ ରହିବ ବୋଲି ଭାବୁଛି।
ଆପଣଙ୍କ ସହିତ କାହାର ପ୍ରତିଦ୍ୱନ୍ଦ୍ୱୀ ହେବ ବୋଲି ଭାବୁଛନ୍ତି?
ଉ: ଏହା ମୋ ନିର୍ବାଚନ ନୁହେଁ। ଏହା ଜନସାଧାରଣଙ୍କ ନିର୍ବାଚନ, ଜନତା ଲଢ଼ୁଛନ୍ତି। ମୋର କେହି ବିରୋଧୀ ନାହାନ୍ତି। ତେଣୁ ଏଠି ପ୍ରତିଦ୍ୱନ୍ଦ୍ୱୀ ଶବ୍ଦ ଆସିଲା କେଉଁଠୁ? ସାଧାରଣ ଜନତା ସେମାନଙ୍କ ମୌଳିକ ଅଧିକାର ପାଇଁ ମୋ ସହିତ ଠିଆ ହୋଇଛନ୍ତି। ପୋଲସରାର ବିକାଶ ବହୁ ଦୂରକୁ ଚାଲିଯାଇଛି। ତେଣୁ ଏ ନିର୍ବାଚନ ମୋର ନୁହେଁ, ଲୋକଙ୍କର।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri