୩୪ ବର୍ଷ ବୟସରେ ଜେଜେ ମା’ ହେଲେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର

ସିଙ୍ଗାପୁର:ସମ୍ପ୍ରତି ଯୁବପିଢ଼ି ନିଜ କ୍ୟାରିୟରକୁ ଦୃଷ୍ଟିରେ ରଖି ବିଳମ୍ବରେ ବିବାହ କରିବା ସହ ବିଳମ୍ବରେ ପରିବାର ଆରମ୍ଭ କରିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସିଙ୍ଗାପୁରର ଶିର୍ଲି ଲିଙ୍ଗ୍‌ ନାମ୍ନୀ ଜଣେ ମହିଳା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଏହି ପ୍ରସଙ୍ଗରେ ଏକ ନୂତନ ଉଦାହରଣ ସୃଷ୍ଟି କରିଛନ୍ତି। ରିପୋର୍ଟ ଅନୁଯାୟୀ, ସେ ମାତ୍ର ୩୪ ବର୍ଷ ବୟସରେ ଜେଜେ ମା’ ହୋଇଛନ୍ତି । ତାଙ୍କର ୧୭ ବର୍ଷୀୟ ପୁଅଙ୍କ ଏକ ଶିଶୁ ଜନ୍ମ ହୋଇଛି। ସିଙ୍ଗାପୁରରେ ଚିକେନ୍‌ ହଟପଟ୍‌ ନାମକ ଏକ ରେଷ୍ଟୁରାଣ୍ଟ ଚଳାଉଥିବା ଶିର୍ଲି ୩ ଥର ବିବାହ କରିଥିବା ବେଳେ ତାଙ୍କର ୫ ଜଣ ସନ୍ତାନ ରହିଛନ୍ତି। ମାତ୍ର ୧୭ ବର୍ଷ ବୟସରେ ଶିର୍ଲିଙ୍କର ପ୍ରଥମ ସନ୍ତାନ ଜନ୍ମ ହୋଇଥିଲେ।
ଶିର୍ଲି ଏନେଇ ଏକ ଇନ୍‌ଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ନିଜ ଫଲୋଅର୍ସଙ୍କୁ ସୂଚନା ଦେଇଛନ୍ତି। ଏତେ କମ୍‌ ବୟସରେ ଜେଜେ ମା’ ହେବାର ଅନୁଭୂତିକୁ ସେ ଏହି ପୋଷ୍ଟରେ ବଖାଣିଛନ୍ତି। ଯେତେବେଳେ ତାଙ୍କର ୧୭ ବର୍ଷୀୟ ପୁଅ ତାଙ୍କୁ ଜଣାଇଥିଲେ ଯେ ସେ ପିତା ହେବାକୁ ଯାଉଛନ୍ତି, ସେତେବେଳେ ଏହା ଶୁଣି ଆଦୌ ଭୟଭୀତ ହୋଇ ନ ଥିବା ଶିର୍ଲି କହିଛନ୍ତି। ପୁଅ ଓ ତାଙ୍କ ପ୍ରେମିକାଙ୍କୁ ଏ ସମ୍ପର୍କିତ ନିଷ୍ପତ୍ତି ନେବାକୁ ସେ ସ୍ବାଧୀନତା ଦେଇଥିଲେ। ଅନ୍ୟପକ୍ଷରେ, ଖୁବ୍‌ କମ୍‌ ବୟସରୁ ମାତାପିତା ହେବାକୁ ସେ ନିଜ ପିଲାମାନଙ୍କୁ ପରାମର୍ଶ ଦେଇ ନ ଥିବା ଶିର୍ଲି ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ତେବେ ପିତା ହେବା ପରେ ଏବେ ତାଙ୍କ ପୁଅ ବହୁତ ଉତ୍ସାହିତ ଅଛନ୍ତି, ତେଣୁ ସେ ମଧ୍ୟ ତାଙ୍କ ପୁଅଙ୍କ ଖୁସିରେ ସାମିଲ ହୋଇଥିବା ଶିର୍ଲି କହିଛନ୍ତି। ଏବେ ତାଙ୍କ ୧୭ ବର୍ଷୀୟ ପୁଅଙ୍କ ଦାୟିତ୍ୱ ବଢ଼ିଯାଇଥିବା ଶିର୍ଲି କରିଥିବା ଏହି ପୋଷ୍ଟରେ ସ୍ବୀକାର କରିଛନ୍ତି। ଶିର୍ଲିଙ୍କ ଏହି ଇନ୍‌ଷ୍ଟାଗ୍ରାମ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ପୋଷ୍ଟରେ କିଛି ୟୁଜର୍ସ ମଜାଳିଆ କମେଣ୍ଟ କରିଥିବା ବେଳେ ଆଉ କେତେଜଣ ଶିର୍ଲିଙ୍କୁ ଜଣେ ସପୋର୍ଟିଭ ମା’ କହି ତାଙ୍କର ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଙ୍ଗାଳ ପାକିସ୍ତାନ ହାତରେ ଲାଗିଲା ଏମିତି ଭଣ୍ଡାର, ବଦଳିଯିବ ଭାଗ୍ୟ

ଇସଲାମାବାଦ,୭।୯: ପାକିସ୍ତାନର ଅନାହାର ଏବଂ ଦୁଃଖଦ ଅବସ୍ଥା ବିଷୟରେ ସମଗ୍ର ବିଶ୍ୱ ଅବଗତ ଅଛି। ପଡୋଶୀ ଦେଶରେ ପରିସ୍ଥିତି ଏପରି ଯେ ଅନେକ ଲୋକ ଏହାକୁ...

ୟୁନେସ-ମୋଦିଙ୍କ ମଧ୍ୟରେ କଥାବାର୍ତ୍ତା ପାଇଁ ଅନୁରୋଧ କଲା ବାଂଲାଦେଶ

ବାଂଲାଦେଶ,୭।୯: ବାଂଲାଦେଶ ଚଳିତ ସପ୍ତାହ ଆରମ୍ଭରୁ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମହମ୍ମଦ ୟୁନୁସ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ସାକ୍ଷାତ ପାଇଁ ଏକ ଔପଚାରିକ...

ମୋଦିଙ୍କ ଚାପର ପ୍ରଭାବ, ରୁଷିଆରୁ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ନେଇ ବାଜିଲା ମୋହର

ମସ୍କୋ/ନୂଆଦିଲ୍ଲୀ,୭ା୯: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଭାରତୀୟ ନାଗରିକମାନେ ମଧ୍ୟ ଆଗ ଧାଡ଼ିରେ ଲଢ଼ିବାକୁ ବାଧ୍ୟ ହେଉଛନ୍ତି। ଏହି ସଂଗ୍ରାମରେ ଏପର୍ଯ୍ୟନ୍ତ ଅନେକ...

ସୁନୀତା ଓ୍ବିଲିୟମ୍ସଙ୍କୁ ମହାକାଶ ନେଇ ଯାଇଥିବା ସ୍ପେସ୍‌କ୍ରାଫ୍ଟ ଫେରିଲା, ଏହି ସମୟର ଭିଡିଓ ଦେଖିଲେ…

ଓ୍ବାଶିଂଟନ,୭ା୯: ନାସା ମହାକାଶଚାରୀ ସୁନୀତା ଓ୍ବଲିୟମ୍ସ ଏବଂ ବୁଚ୍‌ ଓ୍ବିଲ୍‌ମୋରଙ୍କୁ ମହାକାଶକୁ ନେଇଥିବା ମହାକାଶଯାନ ପୃଥିବୀକୁ ଫେରିଛି। ଜୁନ୍‌ ପ୍ରଥମ ସପ୍ତାହରେ, ବୋଇଂ ଷ୍ଟାର୍‌ଲାଇନର  ମହାକାଶଯାନ...

ମଣିଷ ଚିହ୍ନିବାରେ କରିଛନ୍ତି କି ବଡ଼ ଭୁଲ? ପଶ୍ଚାତାପ କରୁଥିଲେ ଜାଣନ୍ତୁ ଚାଣକ୍ୟଙ୍କ ଏହି ୪କଥା

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବ୍ୟକ୍ତିର ସ୍ବଭାବ ବିଷୟରେ ବର୍ଣ୍ଣନା କରିଛନ୍ତି। ଏହାକୁ ଆପଣାଇବା କଷ୍ଟକର ହେଲେ ହେଁ ଯିଏ ତାହା କରିପାରିଛନ୍ତି ଜୀବନ ସୁଖମୟ...

ସ୍କୁଲ ହଷ୍ଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୧୭ ଛାତ୍ର, ୧୩ ଗୁରୁତର

ନାଇରୋବି,୬।୯: କେନିଆର ଏକ ପ୍ରାଥମିକ ବୋର୍ଡିଂ ସ୍କୁଲରେ ଅଗ୍ନିକାଣ୍ଡରେ ୧୭ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ।...

ଆମେରିକାକୁ ଖୋଲା ଚେତାବନୀ ଦେଲା ରୁଷିଆ: ‘ରେଡ ଲାଇନ’ ଅତିକ୍ରମ କଲେ ପରିସ୍ଥିତି ହେବ ଭୟାବହ

ମସ୍କୋ,୬।୯: ରୁଷିଆର ବୈଦେଶିକ ମନ୍ତ୍ରୀ ସରୋଜ ଲାଭ୍ରୋଭ ୟୁକ୍ରେନ ଯୁଦ୍ଧ ମାମଲାରେ ‘ରେଡ ଲାଇନ’ ଅତିକ୍ରମ ନ କରିବାକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ମସ୍କୋ...

ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନ ଜିତିଲେ ମସ୍କଙ୍କୁ କରିବେ ‘ଚିଫ୍‌’

ଓ୍ବାଶିଂଟନ,୬।୯: ଟେସଲା ସିଇଓ ଏଲୋନ ମସ୍କ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସର୍ବଦା ସମର୍ଥନ କରିଆସୁଛନ୍ତି। ଚଳିତ ବର୍ଷ ନଭେମ୍ବରରେ ହେବାକୁ ଥିବା ଆମେରିକୀୟ ରାଷ୍ଟ୍ରପତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri