Posted inଜାତୀୟ

କୋଭାକ୍ସିନ ନେବାର ବର୍ଷେ ପରେ ୩୦% ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ

ନୂଆଦିଲ୍ଲୀ,୧୭/୫:ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା କମ୍ପାନୀ ପ୍ରସ୍ତୁତ କୋଭିଶିଲ୍ଡ ଟିକା ନେଇଥିବା ଲୋକଙ୍କଠାରେ ରକ୍ତ ଜମାଟ ବାନ୍ଧିବା ଓ ପ୍ଲେଟ୍‌ଲେଟ୍‌ କାଉଣ୍ଟ କମିଯିବା ଭଳି ବିରଳ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥିବା ଉକ୍ତ କମ୍ପାନୀ ନିକଟରେ ବ୍ରିଟେନର ଏକ ଅଦାଲତରେ ସ୍ବୀକାର କରିବା ପରେ ସାରା ବିଶ୍ୱରେ ହଇଚଇ ଖେଳିଯାଇଥିଲା। ତେବେ ଭାରତ ବାୟୋଟେକ୍‌ ପ୍ରସ୍ତୁତ କୋଭିଡ୍‌ ଟିକା କୋଭାକ୍ସିନ ମଧ୍ୟ ବିବଦମୁକ୍ତ ନୁହେଁ ବୋଲି ଜଣାପଡ଼ିଛି। ଏହି ଟିକା ନେଇଥିବା ଏକତୃତୀୟାଂଶରୁ ଊର୍ଦ୍ଧ୍ୱ ବ୍ୟକ୍ତି ବର୍ଷକ ପରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥିବା ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚ୍‌ୟୁ) ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ସ୍ପଷ୍ଟ ହୋଇଛି।
ଟିକା ନେବା ପରବର୍ତ୍ତୀ ସମୟରେ ଶ୍ୱାସନଳୀ ଉପର ଭାଗରେ ଭାଇରାଲ ସଂକ୍ରମଣ ସମେତ ବିଭିନ୍ନ ସଂକ୍ରମଣର ସମ୍ମୁଖୀନ ହୋଇଥିବା ସର୍ଭେରେ ଭାଗ ନେଇଥିବା ପାଖାପାଖି ୫୦ ପ୍ରତିଶତ କହିଛନ୍ତି। ବିଏଚ୍‌ୟୁ ଟିମ୍‌ ପକ୍ଷରୁ ୯୨୬ ଜଣଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଥିଲା। ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଷ୍ଟ୍ରୋକ୍‌ ଏବଂ ଗୁଇଲାନ-ବାରେ ସିଣ୍ଡ୍ରୋମ୍‌ ଭଳି ପ୍ରତିକ୍ରିୟା ୧ ପ୍ରତିଶତଙ୍କଠାରେ ଦେଖାଦେଇଛି। ଗୁଇଲାନ ବାରେ ସିଣ୍ଡ୍ରମ୍‌ ହେଉଛି ଶରୀରର ରୋଗ ପ୍ରତିରୋଧକ ବ୍ୟବସ୍ଥା ସ୍ନାୟୁତନ୍ତ୍ରକୁ ଆକ୍ରମଣ କରିବା। ଏହାର ପ୍ରଥମ ଲକ୍ଷଣ ହେଲା ହାତ ପାଦ ଲାଗିବା ସହ ଛୁଞ୍ଚତ୍ ଫୋଡ଼ିଲା ଭଳି ଅନୁଭୂତ ହୋଇ ପରେ ସମ୍ପୂର୍ଣ୍ଣ ଶରୀରକୁ ପକ୍ଷାଘାତ ଆକ୍ରାନ୍ତ କରିଦେଇଥାଏ। ଏହା ବ୍ୟତୀତ କୋଭାକ୍ସିନ ନେଇଥିବା ଲୋକଙ୍କ ଶରୀରରେ ୩ଟି ଅସଙ୍ଗତି ମଧ୍ୟ ଦେଖିବାକୁ ମିଳିଛି। ସେଗୁଡ଼ିକ ହେଲା ନୂଆ ଚର୍ମରୋଗ, ସାଧାରଣ ଅସଙ୍ଗତି ଓ ସ୍ନାୟବିକ ବ୍ୟବସ୍ଥାରେ ଅସଙ୍ଗତି। ୨୦୨୨ ଜାନୁଆରୀରୁ ୨୦୨୩ ଅଗଷ୍ଟ ମଧ୍ୟରେ ଏହି ଅଧ୍ୟୟନ କରାଯାଇଥିଲା। କୋଭାକ୍ସିନ ନେଇଥିବା ୬୩୫ ଜଣ କିଶୋରୀକିଶୋର ଏବଂ ୨୯୧ ଜଣ ବୟସ୍କଙ୍କୁ ଅଧ୍ୟୟନରେ ସାମିଲ କରାଯାଇଥିଲା ଓ ଟେଲିଫୋନ୍‌ ଯୋଗେ ସେମାନଙ୍କୁ ପାର୍ଶ୍ୱ ପ୍ରତିକ୍ରିୟା ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ଚର୍ମରେ ଅସଙ୍ଗତି ସମ୍ପର୍କରେ ୧୦.୫ ପ୍ରତିଶତ କହିଥିବାବେଳେ ୧୦.୨ ପ୍ରତିଶତ ସାଧାରଣ ଅସଙ୍ଗତି ଏବଂ ୪.୭ ପ୍ରତିଶତ ନର୍ଭସ ସିଷ୍ଟମରେ ଅସଙ୍ଗତି କଥା କହିଥିଲେ। ୪.୬ ପ୍ରତିଶତ ମହିଳାଙ୍କଠାରେ ଋତୁସ୍ରାବଜନିତ ଅସ୍ବାଭାବିକତା ଦେଖାଯାଇଥିଲା। ସେହିପରି ଟିକା ନେଇଥିବା ୪.୬ ପ୍ରତିଶତଙ୍କଠାରେ ଚକ୍ଷୁଜନିତ ଅସ୍ବାଭାବିକତା ଏବଂ ୦.୬ ପ୍ରତିଶତଙ୍କଠାରେ ହାଇପୋଥାଇରୋଡିଜମ୍‌ ସମସ୍ୟା ଦେଖାଦେଇଥିଲା। ଟିକା ନେଇଥିବା ବୟସ୍କଙ୍କ ମଧ୍ୟରୁ ୪ ଜଣଙ୍କୁ ମୃତ୍ୟୁ ଘଟିଥିଲା। ସେମାନେ ପୂର୍ବରୁ ମଧୁମେହରେ ପୀଡ଼ିତ ଥିବାବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କଠାରେ ଉଚ୍ଚ ରକ୍ତଚାପ ଥିଲା। ବହୁବିଧ ରୋଗ ଥିବା ମହିଳା ଓ ବୟସ୍କଙ୍କଠାରେ କୋଭାକ୍ସିନ ଟିକା ନେବା ପରେ ଅଧିକ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥିଲା । ସେହିପରି କୋଭାକ୍ସିନ ଟିକାର ୩ଟି ଡୋଜ୍‌ ନେଇଥିବା ବୟସ୍କଙ୍କଠାରେ ପାର୍ଶ୍ୱ ପ୍ରତିକ୍ରିୟା ଅଧିକ ରହିଥିଲା ବୋଲି ଅଧ୍ୟୟନରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri