୨୫ ବର୍ଷ ଶାସନରେ ଓଡ଼ିଶା ୫୦ ବର୍ଷ ଖସିଛି: ଶାହା

ରାଉରକେଲା,୧୮ା୫(ବିପ୍ଲବ ରଞ୍ଜନ ଦାଶ): ଏଥର ସାରା ଓଡ଼ିଶାରେ ମଧ୍ୟ ପଦ୍ମ ଫୁଟିବ। ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିଲେ ଦେଶରେ ୩୦କୋଟି ଦିଦି ଲକ୍ଷପତି,୩କୋଟି ଗରିବଙ୍କୁ ଆବାସ ମିଳିବ। ତେଣୁ ଓଡ଼ିଶାରେ ବିଜେଡି ସରକାର ହଟାଇ ଦେଶ ଓ ରାଜ୍ୟର ବିକାଶର ଶୁଭାରମ୍ଭ କରିବା ସମୟ ଆସିଛି ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି। ରାଉରକେଲା ବିମାନବନ୍ଦର ଏରୋଡ୍ରମ ପଡିଆରେ ଭାଜପା ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଶୁକ୍ରବାର ଶାହା ଯୋଗଦେଇ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ହେବା କଥା କି ନୁହେଁ ବୋଲି କହିବା ସହ କଂଗ୍ରେସକୁ ଘେରିଥିଲେ। କଂଗ୍ରେସ ଦେଶରେ ୬୦ବର୍ଷ କାଳ ଶାସନ କରି ମଧ୍ୟ ୫ଶହ ବର୍ଷ ପ୍ରାଚୀନ ଅଯୋଧ୍ୟାର ରାମମନ୍ଦିର ନିର୍ମାଣ କାର୍ଯ୍ୟକୁ ଅଟକାଇ ରଖିଥିଲା। ମାତ୍ର ଦେଶରେ ଦ୍ୱିତୀୟ ଥର ବିପୁଳ ଜନ ସମର୍ଥନ ଲାଭ କରି ମୋଦିଜୀ ଭୂମିପୂଜନ ସହିତ ରାମମନ୍ଦିର ନିର୍ମାଣ ଓ ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା କଲେ। ସମଗ୍ର ଦେଶ ରାମ ଉତ୍ସବ ପାଳନ କରୁଥିବା ବେଳେ ରାଜ୍ୟରେ ବିଜେଡି ସରକାର ଲୁଟିବା କାମରେ ଲିପ୍ତ ଥିଲା। ତେଣୁ ରାମଙ୍କ କାର୍ଯ୍ୟରେ ବାଧା ସୃଷ୍ଟିକାରୀ ଲୋକଙ୍କୁ ଭୋଟ ଦେବା ଉଚିତ କି କହିଥିଲେ। କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ, ମାତ୍ର କଂଗ୍ରେସ ଅଧ୍ୟକ୍ଷ ଖାଡ୍‌ଗେ କୁହନ୍ତି, ଓଡ଼ିଶାବାସୀଙ୍କ ପାଇଁ କଶ୍ମୀର କିଛି ନୁହଁ। କିନ୍ତୁ ସୁନ୍ଦରଗଡ଼ ଜିଲାବାସୀଙ୍କ ସମେତ ଓଡ଼ିଶାବାସୀ ଭାରତର ଅଖଣ୍ଡ ଅଂଶ କଶ୍ମୀର ପାଇଁ ବଳିଦାନ ଦେବାକୁ ପଛଘୁଞ୍ଚା ଦେବେନାହିଁ ବୋଲି କହିଥିଲେ। ୭୦ବର୍ଷ ଧରି ଧାରା ୩୭୦ ଅତି ସମ୍ବେଦନଶୀଳ ଥିଲା। ମୋଦି ଏହାକୁ ହଟାଇ ଦେଶର ଅଖଣ୍ଡତାକୁ ମଜଭୁତ କରିଛନ୍ତି। କଂଗ୍ରେସ କେବେ ଆଦିବାସୀ ମହିଳାଙ୍କୁ ସମ୍ମାନ ଦେଇନାହିଁ। ମାତ୍ର ମୋଦି ଓଡ଼ିଶାର ଅଦିବାସୀ ଝିଅ ଦ୍ରୈାପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରି ଓଡ଼ିଶାର ମହିଳାଙ୍କ ସମ୍ମାନକୁ ବୃଦ୍ଧି କରିଛନ୍ତି। ଜି-୨୦ ସମ୍ମିଳନୀରେ ସାରା ବିଶ୍ୱର ନେତାଙ୍କୁ ଗୋଟିଏ ସ୍ଥାନରେ ସ୍ବାଗତ କରିଥିଲେ ମୋଦି। ତାଙ୍କ ପାଖରେ କୋଣାର୍କ ସୂର୍ଯ୍ୟମନ୍ଦିରର ସୁନ୍ଦର ଛବିକୁ ରଖି ବିଶ୍ୱରେ ଓଡ଼ିଶାର ମାନଗୌରବ ଶିଖର ଧ୍ୱଜାକୁ ଉଡାଇଥିଲେ। ମାତ୍ର ନବୀନ ସରକାର ଓଡ଼ିଶାର ଶାସନକାଳକୁ ଜଣେ ତାମିଲ ହାତରେ ଟେକି ଦେଇ ଓଡ଼ିଆ ବାସୀଙ୍କ ଅଧିକାରକୁ କ୍ଷୁଣ୍ଣ କରୁଛନ୍ତି। ସମଗ୍ର ବିଶ୍ୱରେ ପ୍ରଭୁ ଜଗନ୍ନାଥଙ୍କ ମହିମାର ଗାଥା ହେଉଛି। ମାତ୍ର ବର୍ଷ ବର୍ଷ ଧରି ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବିର ଗୁମର ଖୋଲୁ ନାହିଁ। ମାତ୍ର ଭାଜପା ଆସିଲେ ଯାଞ୍ଚ ରିପୋର୍ଟ ଏକମାସ ମଧ୍ୟରେ ସାର୍ବଜନୀନ କରାଯିବ। ୨୫ବର୍ଷର ବିଜେଡି ସରକାର ଶାସନରେ ରାଜ୍ୟର ବିକାଶଧାରା ୫୦ବର୍ଷ ତଳକୁ ଖସି ଯାଇଛି। ଓଡ଼ିଶାର ପଶ୍ଚିମ କ୍ଷେତ୍ର ପାଇଁ ସର୍ବଦା ରାଜ୍ୟ ସରକାର ବୈମାତୃକ ମନୋଭାବ ଦେଖାଇ ଆସୁଛନ୍ତି। ଡବଲ ଇଞ୍ଜିନ ସରକାର ଆସିଲେ ସବୁକାମ ଦେଢବର୍ଷରେ ହେବ ଓ କୁଇଣ୍ଟାଲ ପିଛା ଧାନ ୩୧ ଶହ ଟଙ୍କାରେ କିଣାଯିବ ବୋଲି ଶାହା କହିଥିଲେ। ଓ୍ବାନ ନେଶନ ଓ୍ବାନ ରାଶନ କାର୍ଡରେ ଦେଶର ସମସ୍ତ ସ୍ଥାନରେ ଚାଉଳ ଦିଆଯାଉଛି। ମାତ୍ର ନବୀନ ସରକାର ଏହି ଯୋଜନାକୁ ରାଜ୍ୟରେ ଚାଲୁ କରୁନାହାନ୍ତି। ବୀରମିତ୍ରପୁର ଲାଇନ୍ସଜୋନ ମାଇନ୍ସ ବନ୍ଦ ରହିଥିଲା । ୨୦୧୪ରେ ଭାଜପା ଚାଲୁ କଲା। ରଘୁନାଥପାଲିରେ ବିଶାଳ ଫର୍ଟିଲାଇଜର ପ୍ଲାଣ୍ଟ ଥିଲାା ତାହାକୁ ୨୫ କୋଟିରେ ରାଜ୍ୟ ସରକାର ବିକ୍ରି କରିଦେଲେ। ଜିଲାରେ ମେଡିକାଲ କଲେଜ ଡିମାଣ୍ଡ ଥିଲା ନବୀନବାବୁ ୨୦୨୩ରେ ଶିଳାନ୍ୟାସ କଲେ, ମାତ୍ର ଏଯାଏ ତାହାକୁ ଚାଲୁ କଲେନାହିଁ। ମାତ୍ର ମୋଦୀ ସରକାର ଆସିଲେ ଚାଲୁ ହେବ। ଜିଲାରେ ଜାତୀୟ ରାଜପଥ,ରେଳ ଭିତ୍ତିଭୂମି ସୁଦୃଢ ହୋଇଛି। ୭ଶହ କୋଟି ଟଙ୍କାରେ ୨୪କି.ମି ବୀରମିତ୍ରପୁର-ବ୍ରାହ୍ମଣୀ ବାଇପାସ ନିର୍ମାଣ, ୫୫୦କରୋଡ ୪୭ କିମି ଜାତୀୟ ରାଜପଥ ନିର୍ମାଣ, ୨୨ଶହ କୋଟି ରାୟପୁର-ଝାରସୁଗୁଡା ୩୧୦କିମି ରାସ୍ତା ନିର୍ମାଣ, ରାଉରକେଲା ପର୍ଯ୍ୟନ୍ତ ବନ୍ଦେ ଭାରତ ସମ୍ପ୍ରସାରଣ କରି ବହୁ ବିକାଶମୂଳକ କାର୍ଯ୍ୟ ସମ୍ପାଦନ ହୋଇସାରିଛି। ଡବଲ ଇଞ୍ଜିନ ସରକାର ଆସିଲେ ରାଜ୍ୟର ବିକାଶ ଧାରା ବେଗଗାମୀ ହେବା ସହ ଭାରତ ବିଶ୍ୱର ତୃତୀୟ ଶକ୍ତିଶାଳୀ ଦେଶ ହେବା ସୁନିଶ୍ଚିତ ବୋଲି ଶାହା ଦୃଢକ୍ତି ପ୍ରକାଶ କରିଥିଲେ। ଅପରାହ୍ନ ୪ଟାରେ ନିଜ ସ୍ବତନ୍ତ୍ର ବିମାନ ଯୋଗେ ଶାହା ରାଉରକେଲା ଛାଡିଥିଲେ। ଆୟୋଜିତ ସମାବେଶରେ ସୁନ୍ଦରଗଡ଼ ଏମ୍‌ପି ପ୍ରାର୍ଥୀ ଜୁଏଲ ଓରାମ,ରାଉରକେଲା ବିଧାନସଭା ବିଧାୟକ ପ୍ରାର୍ଥୀ ଦିଲୀପ ରାୟ, ବୀରମିତ୍ରପୁର ବିଧାୟକ ପ୍ରାର୍ଥୀ ଶଙ୍କର ଓରାମ, ରଘୁନାଥପାଲି ବିଧାୟକ ପ୍ରାର୍ଥୀ ଦୁର୍ଗା ତନ୍ତୀ, ଲତିକା ପଟ୍ଟନାୟକ,ଧୀରେନ ସେନାପତି,ସୁକେଶୀ ଓରାମ, ପୂର୍ଣ୍ଣିମା କେରକେଟା,ପୂର୍ଣ୍ଣିମା ଦାସ, ଜଗବନ୍ଧୁ ବେହେରା,ତ୍ରିବେଣୀ ମାଝୀ, ପ୍ରବୋଧ ତିର୍କୀ,ମେଘନାଦ ନାୟକ,ମୋନାଲିସା କୁଜୁର,ସୁବ୍ରତ ପଟ୍ଟନାୟକ,ଶଶାଙ୍କ ଜେନା ଓ ଅରୁଣ ପାଣିଗ୍ରାହୀ ପ୍ରମୁଖ ସାମିଲ ହୋଇଥିଲେ। ଏ ଅବସରରେ କଂଗ୍ରେସ ନେତା ପ୍ରଭାତ ମହାପାତ୍ର ଦଳ ଛାଡି ଭାଜପାରେ ସାମିଲ ହୋଇଥିଲେ। ଏଥିସହ ହକି ତାରକା ପ୍ରବୋଧ ତିର୍କୀ ମଧ୍ୟ ଭାଜପାରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri